Salman Khan Net Worth: କୋଟି କୋଟି ଟଙ୍କାରେ ଖେଳନ୍ତି ଭାଇଜାନ, ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ହେଉଛନ୍ତି ସଲମାନ?
Advertisement
Article Detail0/zeeodisha/odisha1643911

Salman Khan Net Worth: କୋଟି କୋଟି ଟଙ୍କାରେ ଖେଳନ୍ତି ଭାଇଜାନ, ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ହେଉଛନ୍ତି ସଲମାନ?

Salman Khan Net Worth: ବଲିଉଡ଼(bollywood) ଅଭିନେତା ସଲମାନ ଖାନ୍ (Salman Khan)। ଭାଇଜାନଙ୍କ ଦବଦବା ଆଜିବି ବଲିଉଡ଼ (bollywood) ଇଣ୍ତଷ୍ଟ୍ରିରେ ରହିଛି । ବଲିଉଡ ସୁପରଷ୍ଟାର ସଲମାନ ଖାନ୍‌ ଗତ କିଛି ଦିନ ମଧ୍ୟରେ ବାରମ୍ବାର ହତ୍ୟା ଧମକ ପାଇଛନ୍ତି। ଦବଙ୍ଗ ଅଭିନେତା ସଲମାନଙ୍କୁ ହତ୍ୟା ଧମକ ମିଳିବାପରେ ମୁମ୍ବାଇ ପୋଲିସ ପକ୍ଷରୁ ତାଙ୍କ ସୁରକ୍ଷା ବୃଦ୍ଧି କରାଯାଇଥିଲା। ତେବେ ସଲମାନ ନିଜେ ନିଜର ସୁରକ୍ଷା ପାଇଁ ବିଦେଶରୁ ଏକ ହାଇ ଏଣ୍ଡ୍‌ ବୁଲେଟପ୍ରୁଫ୍‌ ଏସୟୁଭି କିଣିଛନ୍ତି।

ସୌଜନ୍ୟ- ସୋସିଆଲ ମିଡ଼ିଆ

Salman Khan Net Worth: ବଲିଉଡ଼(bollywood) ଅଭିନେତା ସଲମାନ ଖାନ୍ (Salman Khan)। ଭାଇଜାନଙ୍କ ଦବଦବା ଆଜିବି ବଲିଉଡ଼ (bollywood) ଇଣ୍ତଷ୍ଟ୍ରିରେ ରହିଛି । ବଲିଉଡ ସୁପରଷ୍ଟାର ସଲମାନ ଖାନ୍‌ ଗତ କିଛି ଦିନ ମଧ୍ୟରେ ବାରମ୍ବାର ହତ୍ୟା ଧମକ ପାଇଛନ୍ତି। ଦବଙ୍ଗ ଅଭିନେତା ସଲମାନଙ୍କୁ ହତ୍ୟା ଧମକ ମିଳିବାପରେ ମୁମ୍ବାଇ ପୋଲିସ ପକ୍ଷରୁ ତାଙ୍କ ସୁରକ୍ଷା ବୃଦ୍ଧି କରାଯାଇଥିଲା। ତେବେ ସଲମାନ ନିଜେ ନିଜର ସୁରକ୍ଷା ପାଇଁ ବିଦେଶରୁ ଏକ ହାଇ ଏଣ୍ଡ୍‌ ବୁଲେଟପ୍ରୁଫ୍‌ ଏସୟୁଭି କିଣିଛନ୍ତି। ସଲମାନ ଏକ ନିସାନ ପାଟ୍ରୋଲ ଏସ୍‌ୟୁଭି ( Nissan Patrol SUV) କିଣିଛନ୍ତି। ଭାରତୀୟ ବଜାରରେ ଏହି କାର୍‌ ଉପଲବ୍ଧ ନଥିବାରୁ ଏହାକୁ ସେ ବିଦେଶରୁ ମଗାଇଛନ୍ତି। ଦକ୍ଷିଣ ଏସୀୟ ବଜାରରେ ଏହା ଖୁବ୍‌ ଲୋକପ୍ରିୟ ଏସ୍‌ୟୁଭି ଏବଂ ମୂଲ୍ୟ ବି ଢେର ଅଧିକ। ଏହି କାର୍‌ର ଏକ ସ୍ବତନ୍ତ୍ରତା ହେଉଛି ଏହା ଜଣଙ୍କର ସୁରକ୍ଷା ପାଇଁ ଅତି ଉପଯୋଗୀ। ଏହି ବୁଲେଟପ୍ରୁଫ ଗାଡ଼ି (bulletproof Nissan Patrol SUV car) ସୁରକ୍ଷା ଦୃଷ୍ଟିରୁ ବହୁତ ଭଲ ହୋଇଥିବା ବେଳେ ଦକ୍ଷିଣ ଏସିଆରେ ଏହାର ଚାହିଦା ଅଧିକ ରହିଛି। ତେବେ, ଏହି କ୍ରମରେ ଆସନ୍ତୁ ଜାଣିବା ସଲମାନଙ୍କ ମୋଟ ସମ୍ପତ୍ତିର ମୂଲ୍ୟ କେତେ ?

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସଲମାନ ଖାନଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୩୦୦୦ କୋଟି (Salman Khan Net Worth) ବୋଲି କୁହାଯାଉଛି । ସଲମାନ ଖାନ କେବଳ ଫିଲ୍ମରେ ଅଭିନୟ କରନ୍ତି ନାହିଁ । ବରଂ ସେ ଅନେକ ରିୟଲିଟି ଶୋକୁ ହୋଷ୍ଟ କରୁଥିବା ବେଳେ ଅନେକ ରିୟଲିଟି ଶୋର ଆୟୋଜକ ମଧ୍ୟ ।  ଏଥି ସହିତ ସଲମାନ ଖାନ ଅନେକ ବ୍ରାଣ୍ଡର ବିଜ୍ଞାପନରେ ମଧ୍ୟ ନଜର ଆସନ୍ତି । କେବଳ ଏତିକି ନୁହେଁ ଦବଙ୍ଗ ଖାନଙ୍କ ଭାରତ ବ୍ୟତିତ ଦୁବାଇରେ ମଧ୍ୟ  ଅନେକ ସୁନ୍ଦର ବିଳାସପୂର୍ଣ୍ଣ ଘର ରହିଛି । ଏବଂ ସେଠାରେ କୋଟି କୋଟି ସମ୍ପତ୍ତି ମଧ୍ୟ ରହିଛି । 

fallback

Also Read : Salman Khan: ହତ୍ୟା ଧମକରେ ଡ଼ରି ବୁଲେଟ ପ୍ରୁଫ କାର୍ କିଣିଲେ ସଲୁମିଆଁ, ଦାମ୍ ଜାଣିଲେ ମୁଣ୍ଡରେ ଦେବେ ହାତ...

Also Read : Ram Charan: ସ୍ତ୍ରୀଙ୍କ ପାଇଁ ଅଭିନୟ ଛାଡ଼ିବେ ରାମଚରଣ! ଜାଣନ୍ତୁ କାରଣ

ଗୋଟିଏ ମାସରେ ଏତିକି କୋଟି ରୋଜଗାର କରନ୍ତି ସଲମାନ: ଗୋଟିଏ ମାସରେ ୧୬ କୋଟି ଟଙ୍କା ରୋଜଗାର କରନ୍ତି ସଲମାନ ଖାନ । ଏଭଳି ପରିସ୍ଥିତିରେ ସେ ବର୍ଷକୁ ପ୍ରାୟ ୧୯୨ କୋଟି ଟଙ୍କା (annual income) ରୋଜଗାର କରନ୍ତି। ସଲମାନ ଖାନ ତାଙ୍କ ଫିଲ୍ମ, ପ୍ରଡକ୍ସନ୍ ହାଉସ୍ ଏବଂ ଅନେକ ବିଜ୍ଞାପନରୁ ବିପୁଳ ଅର୍ଥ ଉପାର୍ଜନ କରିଥାନ୍ତି । ଆୟ କରୁଥିବା କିଛି ଟଙ୍କାକୁ ମଧ୍ୟ ସେ ସମାଜ ସେବାରେ କିଛି ଖର୍ଚ୍ଚ କରିଥାନ୍ତି। 

ସଲମାନଙ୍କ ଆପାର୍ଟମେଣ୍ଟର ମୂଲ୍ୟ ୧୦୦ କୋଟି ଅଟେ : ସଲମାନଙ୍କ ଆପାର୍ଟମେଣ୍ଟର ମୂଲ୍ୟ ୧୦୦ କୋଟି,ତେବେ ଏ-ଠାରେ ଆମେ ଆପଣଙ୍କୁ କହି ରଖିବୁ ଯେ,ସଲମାନ ଖାନ ତାଙ୍କ ପରିବାର ସହିତ ମୁମ୍ବାଇର ଗାଲାକ୍ସି ଆପାର୍ଟମେଣ୍ଟରେ ରୁହନ୍ତି। ଏହି ତିନି ମହଲା ବିଶିଷ୍ଟ ଆପାର୍ଟମେଣ୍ଟର ମୂଲ୍ୟ ପ୍ରାୟ ୧୦୦ କୋଟି ଟଙ୍କା ବୋଲି କୁହାଯାଉଛି । ମିଡିଆ ରିପୋର୍ଟ ଅନୁଯାୟୀ,ଏ-ହି ଆପାର୍ଟମେଣ୍ଟ ବ୍ୟତୀତ ସଲମାନ ଖାନଙ୍କର ମୁମ୍ବାଇରେ ମଧ୍ୟ ଅନେକ ସମ୍ପତ୍ତି ରହିଛି। ଯାହାର ମୂଲ୍ୟ କୋଟି କୋଟି ଟଙ୍କା। ସଲମାନ ଖାନ ତାଙ୍କ ଘରେ ଅନେକ ପୁରାତନ ଜିନିଷ ରଖିଛନ୍ତି ଯାହାର ମୂଲ୍ୟ ଢେର ଅଧି୍କ । 

ପାନଭେଲରେ ସଲମାନ ଖାନଙ୍କ ଫାର୍ମହାଉସ ରହିଛି : ମହାରାଷ୍ଟ୍ରର (Panvel) ପାନଭେଲରେ ଥିବା ସଲମାନ ଖାନଙ୍କ ଫାର୍ମହାଉସ  ୧୫୦ ଏକର ଜମିରେ ଠିଆ ହୋଇଛି।  ଏ-ହି ବିଳାସପୂର୍ଣ୍ଣ ଫାର୍ମହାଉସରେ ସୁଇମିଂ ପୁଲ ଠାରୁ ଆରମ୍ଭ କରି ଜିମ୍ ପର୍ଯ୍ୟନ୍ତ ଅନେକ ବିଳାସପୂର୍ଣ୍ଣ ସୁବିଧା ରହିଛି। ଏ-ହି ଫାର୍ମ ହାଉସରେ ସଲମାନ ଖାନ ତାଙ୍କ ଘନିଷ୍ଠ ଲୋକଙ୍କ ଅଧିକାଂଶ ସମୟରେ ପାର୍ଟି କରନ୍ତି । ତେବେ, ଏହି ଫାର୍ମ ହାଉସର ଅନେକ ଫଟୋ ସୋସିଆଲ ମିଡିଆରେ ମଧ୍ୟ ଅନେକ ସମୟରେ ଭାଇରାଲ ହୋଇଛି । ଏହା ବ୍ୟତୀତ ସଲମାନ ଖାନ ଦୁବାଇର ବୁର୍ଜ ଖଲିପା ନିକଟରେ କିଛି ବିଳାସପୂର୍ଣ୍ଣ ସମ୍ପତ୍ତି ମଧ୍ୟ କିଣିଛନ୍ତି । 

ସଲମାନଙ୍କ କାର କଲେକସନ୍: ସଲମାନ ଖାନ୍ ଅଧିକ ଲକଜୁରିୟର୍ସ କାରକୁ ପସନ୍ଦ କରନ୍ତି।  ସଲମାନ ଖାନଙ୍କ ରେଞ୍ଜ ରୋଭର, ବିଏମଡବ୍ଲୁ ସିରିଜ୍ ଠାରୁ ଅଡି ଭଳି ଦାମି ଗାଡି ତାଙ୍କ ପାଖରେ ଅଛି । ତାଙ୍କର ତିନୋଟି ବିଏମଡବ୍ଲୁ(BMW) ସିରିଜ୍ କାର୍ ଅଛି , ସେଗୁଡିକ ହେଲା BMW X6, BMW M3 ଏବଂ BMW M5 । ଏହା ବ୍ୟତୀତ ସଲମାନ ଅଡି Q7, ଅଡି A8, ଅଡି RS7, ରେଞ୍ଜ ରୋଭର, ମର୍ସିଡିଜ ବେଞ୍ଜ, ଟୟୋଟା ଲ୍ୟାଣ୍ଡ କ୍ରୁଜର ଏବଂ ଲେକ୍ସସ(Lexus) ଭଳି ଦାମି ଦାର ମଧ୍ୟ ଅଛି।  ସେହିପରି ସଲମାନଙ୍କ ପାଖରେ,  ଅନେକ ବ୍ରାଣ୍ତର ବାଇକ୍ ମଧ୍ୟ ଅଛି। ସୁଜୁକି ଇଣ୍ଟ୍ରୁଡର୍ M1800 RZ, ସୁଜୁକି GSX-R 1000Z, ସୁଜୁକି ହାୟାବୁସା ଏବଂ ୟାମାହା R1। ସଲମାନ ଖାନ ମଧ୍ୟ ସାଇକେଲ ଚଲାଇବାକୁ ଭଲ ପାଆନ୍ତି। ତାଙ୍କୁ ଅନେକ ସମୟରେ ମୁମ୍ବାଇ ରାସ୍ତାରେ ସାଇକେଲ ଚଲାଇଥିବାର ଦେଖାଯାଏ ।

ସଲମାନ ଏକ ଇଣ୍ଟରଭ୍ୟୁରେ କହିଥିଲେ କି ତାଙ୍କ ପରେ ତାଙ୍କ ସମ୍ପତ୍ତିର ମାଲିକ କିଏ ହେବ । ସେ କହିଛନ୍ତି କି ମୁଁ ବାହା ହୁଏ କି ନାହିଁ କିନ୍ତୁ ମୋ ସମ୍ପତ୍ତିର ଅଧା ଏକ ଟ୍ରଷ୍ଟକୁ ଦାନ କରାଯିବ । ଯଦି ମୁଁ ବାହା ନହୋଇ ମୃତ୍ୟୁବରଣ କରେ ତେବେ ସମ୍ପୂର୍ଣ୍ଣ ସମ୍ପତ୍ତି ଟ୍ରଷ୍ଟକୁ ଦାନ କରାଯିବ ବୋଲି ସଲମାନ ଖାନ କହିଛନ୍ତି ।

ସଲମାନ ଖାନଙ୍କ ଆଗାମୀ ଫିଲ୍ମ: ତେବେ, ସଲମାନଙ୍କୁ ପାଖରେ ଅନେକ ବଡ ପ୍ରୋଜେକ୍ଟ ରହିଛି ।  ସଲମାନ ଖାନଙ୍କୁ ତାଙ୍କ ସହ-ଅଭିନେତା ଶାହରୁଖ ଖାନଙ୍କ ବ୍ଲକବଷ୍ଟର ଫିଲ୍ମ 'ପଠାନ'ରେ ଏକ କ୍ୟାମୋ ଭୂମିକାରେ ଦେଖିବାକୁ ମିଳିଥିଲା। ଏବେ ସଲମାନ ଖାନଙ୍କ ଆଗାମୀ ଫିଲ୍ମ 'କିସି କା ଭାଇ କିସି କି ଜାନ'(Kisi Ka Bhai Kisi Ki Jaan) ରେ ନଜର ଆସିବେ। ଏହି ଚଳଚ୍ଚିତ୍ରଟି ଚଳିତ ମାସ ୨୩ ଅର୍ଥାତ ଇଦ୍ ଅବସରରେ ରିଲିଜ୍ ହେବ। ଏହି ଚଳଚ୍ଚିତ୍ରଟି ସଲମାନ ଖାନଙ୍କ ହୋମ ପ୍ରଡକ୍ସନର ବୋଲି କୁହାଯାଉଛି। ଏହା ବ୍ୟତୀତ ସଲମାନ ଖାନ ଫିଲ୍ମ 'ଟାଇଗର' 'ରେ ମଧ୍ୟ ନଜର ଆସିବେ। ଏହି ଫିଲ୍ମରେ କ୍ୟାଟ୍ରିନା କୈଫ୍ ତାଙ୍କ ବିପକ୍ଷରେ ନଜର ଆସିବେ।