Gajapati News: ବେକରେ ବେଡସିଟ୍ ଲଗାଇ ଶ୍ରେଣୀ ଗୃହରେ ଝୁଲିଗଲେ ଛାତ୍ରୀ
Gajapati News In Odia : ଗଜପତି (Gajapati)ଜିଲ୍ଲା ପାରଳାଖେମୁଣ୍ଡି ଜବହାର ନବୋଦୟ ବିଦ୍ୟାଳୟର(school) ନବମ ଶ୍ରେଣୀ ଛାତ୍ରୀଙ୍କ(Class 9 girl) ଆତ୍ମହତ୍ୟା (hanging)! ମୃତ ଛାତ୍ରୀ ଜଣକ ହେଲେ ସୌଦାମୀନି ରଇତ। ସୌଦାମୀନିଙ୍କ ମୁହଁରେ ଏବଂ ବେକରେ କ୍ଷତ ଚିହ୍ନ ରହିଛି। ତେଣୁ ଏହା ଆତ୍ମହତ୍ୟା ନୁହେଁ ବୋଲି ପରିବାର ଲୋକେ(family cries foul play) ଅଭିଯୋଗ ଆଣିଛନ୍ତି। ଏନେଇ ସୌଦାମୀନିଙ୍କ ବାପା ଡେଭିଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଗଜପତି (ପ୍ରେମାନନ୍ଦ ପୂଜାରୀ) Gajapati News In Odia : ଗଜପତି (Gajapati)ଜିଲ୍ଲା ପାରଳାଖେମୁଣ୍ଡି ଜବହାର ନବୋଦୟ ବିଦ୍ୟାଳୟର(school) ନବମ ଶ୍ରେଣୀ ଛାତ୍ରୀଙ୍କ(Class 9 girl) ଆତ୍ମହତ୍ୟା (hanging)! ମୃତ ଛାତ୍ରୀ ଜଣକ ହେଲେ ସୌଦାମୀନି ରଇତ। ସୌଦାମୀନିଙ୍କ ମୁହଁରେ ଏବଂ ବେକରେ କ୍ଷତ ଚିହ୍ନ ରହିଛି। ତେଣୁ ଏହା ଆତ୍ମହତ୍ୟା ନୁହେଁ ବୋଲି ପରିବାର ଲୋକେ(family cries foul play) ଅଭିଯୋଗ ଆଣିଛନ୍ତି। ଏନେଇ ସୌଦାମୀନିଙ୍କ ବାପା ଡେଭିଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାର, ପ୍ରତିଦିନ ଭଳି ସୋମବାର ସକାଳ ୫ଟା ବେଳେ ସବୁ ପିଲା ବ୍ୟାୟାମ କରିବାକୁ ଯାଇଥିଲେ। ହେଲେ ସୌଦାମୀନିଙ୍କୁ (Class 9 girl) ନଦେଖି ପିଲାମାନେ ତାକୁ ଖୋଜିବା ସମୟରେ ହଷ୍ଟେଲ କୋଠାର ସିଡି ନିକଟରେ ଝୁଲନ୍ତା ଅବସ୍ଥା(Class 9 girl found hanging)ରେ ପିଲାମାନେ ତାଙ୍କୁ ଦେଖିଥିଲେ। ଏହାପରେ ପାଟିତୁଣ୍ଡ କରିବାରୁ ସ୍କୁଲ କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ ତାଙ୍କୁ ଉଦ୍ଧାର କରି ମେଡିକାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରବିବାର ସ୍କୁଲ ଛୁଟି ଥିବାରୁ ସମସ୍ତ ପିଲା ହଷ୍ଟେଲରେ ହିଁ ରହିଥିଲେ।
Also Read : Nikki Murder Case: ପୋଲିସ ଆଗରେ ସତ ଓଗାଳିଲା ବଏଫ୍ରେଣ୍ତ ସାହିଲ୍, ହତ୍ୟାର ୧୨ ଘଣ୍ଟା ପୂର୍ବରୁ ନିକି ସହ...
Also Read : Sainik School Recruitment: ସୈନିକ ସ୍କୁଲରେ ନିଯୁକ୍ତି ପାଇଁ ବିଜ୍ଞପ୍ତି, ମିଳିବ ୩୫ ହଜାରରୁ ଅଧିକ ଦରମା
ଦିନ ତମାମ ପରୀକ୍ଷା ପାଖେଇ ଆସିଥିବାରୁ ସାଙ୍ଗମାନଙ୍କ ସହ ପାଠପଢା ବିଷୟରେ କଥା ହୋଇଥିଲା ସୌଦାମୀନି । ଏପରିକି ସେ କୌଣସି ଚିନ୍ତାରେ ଥିବା ଭଳି ମନେ ହେଉଥିଲା। ଏପରିକି ସେ ଦିନ ତମାମ କିଛି ଖାଇନଥିଲା। ରାତିରେ ସମସ୍ତେ ଶୋଇବାକୁ ଯିବା ବେଳେ ସେହି ସ୍କୁଲରେ ୭ମ ଶ୍ରେଣୀରେ ପଢୁଥିବା ଭଉଣୀ ପ୍ରଜ୍ଞାଙ୍କ ସହ ଦେଖା କରିବାକୁ ସୌଦାମୀନି ଯାଇଥିଲା। ଭଉଣୀ ସହ କିଛି ସମୟ କଥା ହୋଇ ନିଦ ଲାଗୁନାହିଁ, ମୁଁ ମୋ ବେଡକୁ ଯାଉଛି ବୋଲି କହି ଭଉଣୀ ନିକଟରୁ ଫେରିଥିଲା। ଏହାରି ଭିତରେ ରାତି ଅନେକ ହୋଇସାରିଥିବାରୁ ସମସ୍ତେ ଶୋଇଯାଇଥିଲେ । ହେଲେ ସକାଳୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିବା ଘଟଣାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ତାଙ୍କ ସାଙ୍ଗ ଶ୍ରୀୟା ଏବଂ ଭଉଣୀ । ସୌଦାମୀନି ଜଣେ ଭଲ ଛାତ୍ରୀ ଥିଲା। ସେ ଭଲ ପାଠ ପଢିବା ସହ ସ୍କୁଲର ବିଭିନ୍ନ କାର୍ଯ୍ୟକ୍ରମରେ ସେ ସ୍ସତଃପ୍ରବୃତ ଭାବେ ସାମିଲ ହେଉଥିଲେ। ହେଲେ ସେ ହଠାତ୍ ଏମିତି କାହିଁକି କଲେ ତାହା ଏବେବି ବୁଝାପଡୁନଥିବା କହିଛନ୍ତି ସ୍କୁଲର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ପଣ୍ଡା।
ସୌଦାମୀନିଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନାହାନ୍ତି ତାଙ୍କ ବାପା ଡେଭିଡ୍। ସେ କହିଛନ୍ତି ଯେ,ସାଧାରଣତଃ ଆତ୍ମହତ୍ୟା କଲେ ମୃତକଙ୍କ ଝାଡା କିମ୍ବା ପରିଶ୍ରା ହୋଇଥାଏ। କିନ୍ତୁ, ସୌଦାମୀନିଙ୍କ କ୍ଷେତ୍ରରେ ସେଭଳି କିଛି ହୋଇନଥିବା ବେଳେ ଝିଅର ମୁହଁରେ ଏବଂ ବେକରେ କ୍ଷତ ଚିହ୍ନ ରହିଛି। ତେଣୁ ଏହା ଆତ୍ମହତ୍ୟା ହୋଇନଥାଇପାରେ ବୋଲି ସୌଦାମୀନିଙ୍କ ବାପା ଡେଭିଡ କହିଛନ୍ତି ଏହା ସହ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ସେ ଦାବି କରିଛନ୍ତି। ପାରଳାଖେମୁଣ୍ଡି ଜବହାର ନବୋଦୟ ବିଦ୍ୟାଳୟର( student suicide in Gajapati) ଏହା ପ୍ରଥମ ଘଟଣା ହୋଇଥିବା ବେଳେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଘଟଣା ପଛର ସତ କେବେ ସାମ୍ନାକୁ ଆସୁଛି ତାକୁ ହିଁ ଅପେକ୍ଷା ।