Sainik School Recruitment: ସୈନିକ ସ୍କୁଲରେ ନିଯୁକ୍ତି ପାଇଁ ବିଜ୍ଞପ୍ତି, ମିଳିବ ୩୫ ହଜାରରୁ ଅଧିକ ଦରମା
Advertisement
Article Detail0/zeeodisha/odisha1579427

Sainik School Recruitment: ସୈନିକ ସ୍କୁଲରେ ନିଯୁକ୍ତି ପାଇଁ ବିଜ୍ଞପ୍ତି, ମିଳିବ ୩୫ ହଜାରରୁ ଅଧିକ ଦରମା

Sainik School Recruitment In Odia: ସୈନିକ ସ୍କୁଲରେ (Sainik School Recruitment)ଏକାଧିକ ପଦବୀରେ ନିଯୁକ୍ତି (posts) ବାହାରିଛି । ଦରମା ମଧ୍ୟ ୩୫ ହଜାରରୁ ଅଧିକ ବୋଲି କୁହାଯାଉଛି । ଅଶ୍ବ ଚାଳନା ପ୍ରଶିକ୍ଷକ (Horse Riding Instructor),ଶାରୀରିକ ପ୍ରଶିକ୍ଷଣ ନିର୍ଦେଶକ(Physical Training Instructor) ଓ ଏଲଡିସି (LDC) ପଦବୀ ସହ ସ୍କୁଲ କାଉନସିଲର,ନର୍ସି ସିଷ୍ଟର, ବ୍ୟାଣ୍ତ ମାଷ୍ଟର, ଓ୍ବାର୍ଡ ବଏ, ଲ୍ୟାବ ଆସିଣ୍ଟାଣ୍ତ ଓ ପିଇମ୍ (PEM) ଭଳି ଏକାଧିକ ନିଯୁକ୍ତି ବାହାରିଛି

ସୌଜନ୍ୟ- ସୋସିଆଲ ମିଡିଆ

Sainik School Recruitment In Odia: ସୈନିକ ସ୍କୁଲରେ (Sainik School Recruitment)ଏକାଧିକ ପଦବୀରେ ନିଯୁକ୍ତି (posts) ବାହାରିଛି । ଦରମା ମଧ୍ୟ ୩୫ ହଜାରରୁ ଅଧିକ ବୋଲି କୁହାଯାଉଛି । ଅଶ୍ବ ଚାଳନା ପ୍ରଶିକ୍ଷକ (Horse Riding Instructor),ଶାରୀରିକ ପ୍ରଶିକ୍ଷଣ ନିର୍ଦେଶକ(Physical Training Instructor) ଓ ଏଲଡିସି (LDC) ପଦବୀ ସହ  ସ୍କୁଲ କାଉନସିଲର,ନର୍ସି ସିଷ୍ଟର, ବ୍ୟାଣ୍ତ ମାଷ୍ଟର, ଓ୍ବାର୍ଡ ବଏ, ଲ୍ୟାବ ଆସିଣ୍ଟାଣ୍ତ ଓ ପିଇମ୍ (PEM) ଭଳି ଏକାଧିକ ନିଯୁକ୍ତି ବାହାରିଛି। ଆଶାୟୀ ମାନେ ଚଳିତ ମାସ ଅର୍ଥାତ ଫେବୃଆରୀ ୨୮ ପୂର୍ବରୁ ଆବେଦନ (Apply) କରିପାରିବେ । 

 

ସୈନିକ ସ୍କୁଲ ନିଯୁକ୍ତି ବିବରଣୀ :

ମୋଟ ୧୨ଟି ପଦବୀ ପାଇଁ ବାହାରିଛି ନିଯୁକ୍ତି 

ଟିଜିଟି(କମ୍ପ୍ୟୁଟର ସାଇନ୍ସ):୧ଟି ପୋଷ୍ଟ।

ବିଦ୍ୟାଳୟ ପରାମର୍ଶଦାତା:୧ଟି ପୋଷ୍ଟ ।

ନର୍ସିଂ ସିଷ୍ଟର:୧ ଟି ପୋଷ୍ଟ ।

ବ୍ୟାଣ୍ଡ ମାଷ୍ଟର:୧ଟି ପୋଷ୍ଟ ।

ଏଲଡିସି:୨ଟି ପୋଷ୍ଟ ।

ୱାର୍ଡ ବଏ: ୨ଟି ପୋଷ୍ଟ ।

ଲ୍ୟାବ୍ ଆସିଷ୍ଟାଣ୍ଟ: ୨ ଟି ପୋଷ୍ଟ ।

ପିଇଏମ୍/ ପିଟିଆଇ କମ୍ ମାଟର୍ଣ୍ଣ : ୧ଟି ପୋଷ୍ଟ ।

ଅଶ୍ବ ଚାଳନା ପ୍ରଶିକ୍ଷକ: ୧ଟି ପୋଷ୍ଟ ।

ଶିକ୍ଷାଗତ ଯୋଗ୍ୟତା :
ପ୍ରାର୍ଥୀମାନେ ନିଶ୍ଚିତ ଭାବରେ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡ / ବିଶ୍ୱବିଦ୍ୟାଳୟ / ପ୍ରତିଷ୍ଠାନରୁ ମାଟ୍ରିକ୍ / ଗ୍ରାଜୁଏସନ / ପୋଷ୍ଟ ଗ୍ରାଜୁଏସନ ପାସ୍ କରିଥିବା ଆବଶ୍ୟକ।

Also Read  : Nikki Murder Case: ପୋଲିସ ଆଗରେ ସତ ଓଗାଳିଲା ବଏଫ୍ରେଣ୍ତ ସାହିଲ୍, ହତ୍ୟାର ୧୨ ଘଣ୍ଟା ପୂର୍ବରୁ ନିକି ସହ...

Also Read  : Indian Railways: ପୁଣି ୫୦୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ କଲା ରେଳବାଇ, ଜାଣନ୍ତୁ ତାଲିକାରେ ରହିଛି ଓଡ଼ିଶାର କେତୋଟି ଟ୍ରେନ?

ବୟସ ସୀମା :

ଜାନୁଆରୀ ୩୧, ୨୦୨୩ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ କମ୍ ଏବଂ ୫୦ ବର୍ଷରୁ ଅଧିକ ହେବା ଉଚିତ୍ ନୁହେଁ ।

ଚୟନ ପ୍ରକ୍ରିୟା:
ଟିଜିଟି, ପରାମର୍ଶଦାତା, ମାଷ୍ଟର, ଲ୍ୟାବ୍ ଆସିଷ୍ଟାଣ୍ଟ ଏବଂ ଅଶ୍ବ ଚାଳନା ପ୍ରଶିକ୍ଷକ ନିର୍ଦେଶକ ପୋଷ୍ଟଗୁଡିକ ପାଇଁ: ଏହି ପଦବୀ ଗୁଡିକ ପାଇଁ ଆଶାୟୀମାନେ  ଲିଖିତ ପରୀକ୍ଷା ସହିତ ବ୍ୟକ୍ତିଗତ ସାକ୍ଷାତକାର ଦେବେ। 

ଏଲଡିସି, ୱାର୍ଡ ବଏ, ପିଇଏମ / ପିଟିଆଇ କମ୍ ମ୍ୟାଟର୍ଣ୍ଣ, ନର୍ସିଂ ସିଷ୍ଟର: ଏହି ପଦବୀ ଗୁଡିକ ପାଇଁ ଆଶାୟୀମାନେ ଲିଖିତ ପରୀକ୍ଷା ସହିତ ବ୍ୟକ୍ତିଗତ ସାକ୍ଷାତକାର ମଧ୍ୟ ହେବ।  

ଆବେଦନ ଶୁଳ୍କ :

ପ୍ରାର୍ଥୀମାନେ ଟିଜିଟି (କମ୍ପ୍ୟୁଟର ସ୍କିଲ), ସ୍କୁଲ ପରାମର୍ଶଦାତା, ବ୍ୟାଣ୍ଡ ମାଷ୍ଟର, ଘୋଡା ଚାଳକ ନିର୍ଦେଶକ ଏବଂ ଏଲଡିସି ପଦବୀ ପାଇଁ ୧୦୦୦ ଟଙ୍କାର  ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ମୋର୍ଣ୍ଣାଇ (କୋଡ୍ ନଂ ୯୧୪୮)ରେ ଡିମାଣ୍ତ ଡ୍ରାଫ୍ଟ କାଟିବାକୁ ପଡିବ । ସେହିପରି,  ସ୍କୁଲ କାଉନସିଲର,ଲ୍ୟାବ ଆସିଷ୍ଟାଣ୍ଟ, ନର୍ସିଂ ସିଷ୍ଟର ଏବଂ ପିଇଏମ୍ / ପିଟିଆଇ ପାଇଁ ୧୦୦୦ ଟଙ୍କାର  ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ,ମୋର୍ଣ୍ଣାଇ (କୋଡ୍ ନଂ ୯୧୪୮) ରେ ଡିମାଣ୍ତ ଡ୍ରାଫ୍ଟ କାଟିବାକୁ ପଡିବ।

ଦରମା :

ଟିଜିଟି (କମ୍ପ୍ୟୁଟର ସାଇନ୍ସ): ୩୦,୦୦୦ଟଙ୍କା 

ବିଦ୍ୟାଳୟ ପରାମର୍ଶଦାତା: ୩୫,୦୦୦ଟଙ୍କା ।

ନର୍ସିଂ ସିଷ୍ଟର : ୨0,୦୦୦ଟଙ୍କା ।

ବ୍ୟାଣ୍ଡ ମାଷ୍ଟର: ୨୫,୦୦୦ ଟଙ୍କା ।

ଏଲଡିସି: ୨୧,୦୦୦ ଟଙ୍କା ।

ୱାର୍ଡ ବଏ: ୧୪,୦୦୦ ଟଙ୍କା ।

ଲ୍ୟାବ୍ ଆସିଷ୍ଟାଣ୍ଟ: ୧୪,୦୦୦ ଟଙ୍କା ।

ପିଇଏମ୍/ ପିଟିଆଇ କମ୍ ମାଟର୍ଣ୍ଣ ୧୭,୦୦୦ ଟଙ୍କା ।

ଅଶ୍ବ ଚାଳନା ପ୍ରଶିକ୍ଷକ: ୨୫,୦୦୦ ଟଙ୍କା ।

ତେବେ, ଏସବୁ ପଦବୀ ଆସାମର ଗୋଲପରା ସୈନିକ ସ୍କୁଲ ପାଇଁ ନିଯୁକ୍ତି ବାହାରିଛି । ଅଧିକ ବୀବରଣୀ ପାଇଁ ଆପଣ ସ୍କୁଲ ଓ୍ବବସାଇଟକୁ ଭିଜିଟ୍ କରିପାରିବେ।