Road Accident: ସାଇକେଲ୍କୁ ଧକ୍କା ଦେଲା ଟ୍ରକ୍, ଘଟଣାସ୍ଥଳରେ କନେଷ୍ଟବଳଙ୍କ ମୃତ୍ୟୁ
Road Accident: ଟ୍ରକ୍ ଧକ୍କାରେ କନେଷ୍ଟବଳଙ୍କ ମୃତ୍ୟୁ ହୋଇଛି। ମୃତ କନେଷ୍ଟବଳ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା ଜସିପୁର ଅଞ୍ଚଳର ରଘୁନାଥ ମୂର୍ମୁ । ସାଇକେଲ ଯୋଗେ ରାସ୍ତାରେ ଯାଇଥିବା ବେଳେ ତାଙ୍କୁ ଏକ ଟ୍ରକ ଧକ୍କା ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା (truck hits bicycle) । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।
(କେନ୍ଦୁଝର,ଅଭୟ କୁମାର ମହାନ୍ତି )Road Accident: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଝାରବେଡ଼ା ନିକଟରେ ଦୁର୍ଘଟଣ(Road Accident)। ଟ୍ରକ୍ ଧକ୍କାରେ କନେଷ୍ଟବଳଙ୍କ ମୃତ୍ୟୁ (Constable killed) ହୋଇଛି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଝାରବେଡ଼ା ନିକଟରେ ରାସ୍ତା ପାର ହେଉଥିବା ସମୟରେ ଟ୍ରକ ଧକ୍କାରେ ଥାନାରେ କାର୍ଯ୍ୟରତ ଜଣେ କନେଷ୍ଟବଳ ମୃତ୍ୟୁ ଘଟିଛି । ମୃତ କନେଷ୍ଟବଳ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା ଜସିପୁର ଅଞ୍ଚଳର ରଘୁନାଥ ମୂର୍ମୁ । ସାଇକେଲ ଯୋଗେ ରାସ୍ତାରେ ଯାଇଥିବା ବେଳେ ତାଙ୍କୁ ଏକ ଟ୍ରକ ଧକ୍କା ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା (truck hits bicycle) । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।
ନିକଟରେ ଏଭଳି ଏକ ସଡକ ଦୁର୍ଘଟଣା ମହାରାଷ୍ଟ୍ରରେ ଘଟିଛି । କେହି କିଛି ଭାବିବା ପୂର୍ବରୁ ସବୁ କିଛି ଶେଷ ହୋଇ ଯାଇଥିଲା। ମର୍ମନ୍ତୁଦ ସଡକ ଦୁର୍ଘଟଣାରେ (Road Accident)ଗଲା ୬ ଜୀବନ । ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତୀ କରାଯାଇଛି । ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଥିବା ବେଳେ ଜଣେ ପୁରୁଷ ଓ ଅନ୍ୟଜଣେ ଯୁବତୀ ରହିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି । ମହାରାଷ୍ଟ୍ରର ବୁଲଧାନାର (maharashtra road car accident )ସମୃଦ୍ଧି ଏକ୍ସପ୍ରେସ ଓ୍ବେ ନିକଟରେ ଏହି ସଡକ ଦୁର୍ଘଟଣା ଘଟିଛି । କାରର ଗୋଟିଏ ଚକା ଫାଟି ଯିବାରୁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।
Also Read : Chaitra Navratri 2023: ଚୈତ୍ର ନବରାତ୍ରୀରେ କରନ୍ତୁ ନାହିଁ ଏହି ଭୁଲ୍, ନଚେତ ହୋଇଯିବେ କାଙ୍ଗାଳ!
Also Read : Weird News: ମୃତ୍ୟୁ ପରେ ଶରୀରକୁ ଛାଡି ଆତ୍ମା ଯାଏ କୁଆଡେ? ଜାଣନ୍ତୁ ଏହି ରିପୋର୍ଟରୁ...
ସୂଚନା ଅନୁସାରେ,ମହାରାଷ୍ଟ୍ରର ବୁଲଧାନାର ସମୃଦ୍ଧି ଏକ୍ସପ୍ରେସ ଓ୍ବେ ନିକଟରେ ଏହି ଦୁର୍ଘଟଣା ଘଟିଛି (maharashtra road car accident )। ଏକ କାରରେ ୧୩ ଜଣେ ଲୋକେ ଔରଙ୍ଗାବାଦରୁ ସିଗାଓଁ ଯାତ୍ରା କରୁଥିଲେ। କିନ୍ତୁ ବୁଲଧାନା ନିକଟରେ କାରଟିର ଚକା ଫାଟି ଯାଇଥିଲା। ଫଳରେ କାରଟିକୁ ନିୟନ୍ତ୍ରଣରେ ରଖିବାରେ ଅସମର୍ଥ ହୋଇଥିଲା ଡ୍ରାଇଭର । ଫଳରେ କାରଟି ଡିଭାଇଡରରେ ପିଟି ହୋଇ ରାସ୍ତା କଡକୁ ଓଲଟି ପଡିଥିଲା। ଫଳରେ କାରରେ ଥିବା ୧୩ ଜଣଙ୍କର ମଧ୍ୟରୁ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏବଂ କାରରେ ଥିବା ଅନ୍ୟ ୭ ଜଣ ଗୁରୁତର ହୋଇଛନ୍ତି । ଏହି ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ଏବଂ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ଏବଂ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ କୁହାଯାଇଛି ଯେ ,କାରର ଟାୟାର ଫାଟିଯିବା କାରଣରୁ ଏହି ଦୁର୍ଘଟଣା ଘଟିଛି।