ଭୁବନେଶ୍ୱର: CoronaVirus in Odisha: ସାରା ଦେଶରେ କୋରୋନା ଭୂତାଣୁର ଦ୍ୱିତୀୟ ଲହରର ପ୍ରକୋପ ଜାରି ରହିଛି । ପ୍ରତିଦିନ ଚାରି ହଜାର କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟୁଛି । ଏହି ସମୟରେ ଆମ ରାଜ୍ୟ ଓଡ଼ିଶାର ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । କ୍ରମାଗତ ରାଜ୍ୟରେ ସଂକ୍ରମିତ ସଂଖ୍ୟା ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ଏହା ଯେ ରାଜ୍ୟରେ ଲଗାତର ସଂକ୍ରମିତଙ୍କ ସୁସ୍ଥ ହାରରେ ସୁଧାର ଆସୁଛି । ଏହି କ୍ରମରେ ମଙ୍ଗଳବାର ରାଜ୍ୟରେ ପୁଣି ୧୦,୦୩୬ ଜଣ କୋରୋନା ସଂକ୍ରମିତ (COVID-19 Positive) ସୁସ୍ଥ ହୋଇଛନ୍ତି ।  ଯାହା ପରେ ରାଜ୍ୟରେ ବର୍ତ୍ତମାନ ଯାଏ ୫,୪୬,୬୩୧ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି । 


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-କୋରୋନା ଭ୍ୟାକ୍ସିନକୁ ନେଇ ନୂଆ ଗାଇଡଲାଇନ ଜାରି କଲେ ମୋଦି ସରକାର




ଅଧିକ ପଢ଼ନ୍ତୁ:-କୋରୋନାରେ ଯାଆଁଳା ଭାଇଙ୍କ ମୃତ୍ୟୁ, ବାପା କହିଲେ-ଜାଣିଥିଲି ଦୁହେଁ...


ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୬,୪୪,୪୦୧ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୨୩୭୮ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ୫,୪୬,୬୩୧ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୯୫,୩୩୯ ସକ୍ରିୟ ସଂକ୍ରମିତ ମାମଲା ରହିଛି ।