ନିଆରା ପ୍ରେମ ବିବାହର ସାକ୍ଷୀ ରହିଲେ ତହସିଲଦାର
(କଳାହାଣ୍ଡି -ବିକାଶ ଷଡ଼ଙ୍ଗୀ )- ପ୍ରେମ ଶାଶ୍ୱତ ପ୍ରେମ ଚିରନ୍ତନ, ପ୍ରେମ ବିନା ଫିକା ଲାଗେ ଏହି ଜୀବନ। ପ୍ରେମ ଧନୀ କି ଗରିବ କିଛି ମାନେ ନାହିଁ। ପ୍ରେମ ପାଖରେ ଜାତି ଧର୍ମ ସବୁ କିଛି ହୀନ ମାନେ ହୁଏ ।ବିଶ୍ୱାସ ସହିତ ସ୍ନେହ ଓ ଉଭୟ ଉଭୟଙ୍କୁଙ୍କୁ ଦେଇଥିବା ପ୍ରତିଶ୍ରୁତି ହିଁ ପ୍ରେମ ସମ୍ପର୍କ ଡୋରିକୁ ଅଧିକ ସୁଦୃଢ କରି ଥାଏ।ପ୍ରେମ ବିବାହ ପାଇଁ ଆବଶ୍ୟକ ନ ଥାଏ ବାହା ବେଦୀ କିମ୍ବା ମନ୍ତ୍ର ଧ୍ୱନୀ । କେବଳ ଏହା ପାଇଁ କେବଳ ଆବଶ୍ୟକ ଟୋପାଏ ସିନ୍ଦୁର ଓ ଦୁଇ ପଟ ଶଙ୍ଖା।
ହେଲେ ଏ ସବୁ ଭିତରେ ଜାତି ପ୍ରଥା କେତେ ଯେ କେତେ ପ୍ରେମୀ ଯୁଗଳଙ୍କୁ ବିଚ୍ଛେଦ କରିଛି ଏହାକୁ କଳନା କରି ହେବ ନାହିଁ । କିନ୍ତୁ ଏମିତି କିଛି ବି ପ୍ରେମୀ ଯୁଗଳ ଅଛନ୍ତି ଯେଉଁ ମାନଙ୍କୁ ଜାତି ପ୍ରଥା ଅଟକାଇ ପାରିନାହିଁ। ଏଭଳି ଏକ ନିଆଁରା ପ୍ରେମ ବିବାହ କଳାହାଣ୍ଡି ଜିଲ୍ଲାରେ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଜିଲ୍ଲାର କୋକସରା ବ୍ଲକ ଅନ୍ତର୍ଗତ ଧନସରା ଗାଁର ସୁଶାନ୍ତ ନାଏକ ଓ ସେହି ଗାଁର ଚାରୁକଲା ସତନାମୀ ଙ୍କ ମଧ୍ୟରେ ଦୀର୍ଘ ୫ ବର୍ଷ ଧରି ପ୍ରେମ ସମ୍ପର୍କ ଗଢି ଉଠିଥିଲା।ପ୍ରେମ ରାଇଜର ପକ୍ଷୀ ସାଜି ଉଭୟ ଉଡି ବୁଲୁଥିଲେ। ଧିରେ ଧିରେ ସମ୍ପର୍କ ଗଭୀର ହେବାକୁ ଲାଗିଲା ଓ ଉଭୟ ଉଭୟଙ୍କୁ କ୍ଷଣେ ନ ଦେଖି ରହି ପାରୁନଥିଲେ। ଏଥି ମଧ୍ୟରେ ସେମାନେ ବିବାହ କରିବା ପାଇଁ ନିଷ୍ପତ୍ତି ନେଲେ । ନିଜ ନିଜ ପରିବାର ନିକଟରେ ନିଜ ପ୍ରେମ ସମ୍ପର୍କକୁ ପ୍ରକାଶ କରିଥିଲେ । ହେଲେ ଉଭୟଙ୍କ ଜାତି ଭିନ୍ନ ହେବା କାରଣ ରୁ ଉଭୟ ପରିବାର ଲୋକେ ଏହାକୁ ବିରୋଧ କରିଥିଲେ। ଶେଷ ରେ ସେମାନେ ଘର ଛାଡ଼ି ଚାଲି ଯାଇଥିଲେ। ହେଲେ ସୁଶାନ୍ତ ଙ୍କ ପରିବାର ଉଭୟଙ୍କୁ ଖୋଜି ବାହାର କରିବା ପରେ ଉଭୟଙ୍କୁ ଅଲଗା କରି ଦେଇଥିଲେ।
ପରେ ସୁଶାନ୍ତ ଙ୍କ ପରିବାର ଚାରୁକଲାଙ୍କୁ ବହୁ ରୂପରେ ଗ୍ରହଣ କରିବାକୁ ମନାକଲା ପରେ, ଚାରୁକଲା ଙ୍କ ପରିବାର ଏନେଇ ଥାନା ରେ ଅଭିଯୋଗ କରିଥିଲେ।ଅଭିଯୋଗ କୁ ନେଇ ପୋଲିସ ସୁଶାନ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।ପରେ କିଛି ଦିନ ସୁଶାନ୍ତ ଜେଲ ରେ ରହିବା ପରେ,କୋର୍ଟରୁ ବେଲ ପାଇଁ ନିଜ ଗାଁକୁ ଆସିଥିଲେ।ପରେ ପୁଣିଥରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଯୋଡି ହୋଇ ଯାଇଥିଲା। ଏହାପରେ ଉଭୟେ ବିବାହ କରିବାକୁ ନିଷ୍ପତ୍ତି ନେଇ ଥିଲେ।ଏହାପରେ ଉଭୟ ସିଧା ସଳଖ ଆସି କୋକସରା ତହସିଲଦାର ଙ୍କ ନିକଟରେ ପହଞ୍ଚିଥିଲେ। ତହସିଲଦାର ଙ୍କୁ ଉଭୟଙ୍କ ସମସ୍ତ କଥା କହିବା ପରେ ,ତହସିଲଦାର ଙ୍କ କାର୍ଯ୍ୟାଳୟ ରେ ତହସିଲଦାର ମନୋଜ ପାଢ଼ୀ ଉଭୟଙ୍କୁ ବିବାହ କରାଇବା ପାଇଁ ସେମାନଙ୍କ ପରିବାର ଙ୍କୁ ସୂଚନା ଦେଇଥିଲେ। ଉଭୟ ପରିବାର ଓ ତହସିଲଦାର ଙ୍କ ଉପସ୍ଥିତି ରେ ସୁଶାନ୍ତ ଓ ଚାରୁକଲା ଙ୍କ ବିବାହ ହୋଇଥିଲା।