ପୁରୀ: ଦଶଦିନ ଭିତରେ କାର୍ଯ୍ଯକ୍ଷମ ହେବ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ। ସମ୍ ହସପିଟାଲ ସହିତ ପିପିପି ମୋଡ ଅର୍ଥାତ ସରକାରୀ-ଘରୋଇ ସହଭାଗିତା ମାଧ୍ୟମରେ କରିବା ପାଇଁ ରାଜ୍ଯ ସରକାର ନେଇଛନ୍ତି ପଦକ୍ଷେପ। ପୁରୀ ଜଗନ୍ନାଥ ମେଡିକାଲ କଲେଜ ହଷ୍ଟେଲ କୋଠାରେ ଏହା କାର୍ଯ୍ଯକ୍ଷମ ହେବ। ପ୍ରାଥମିକ ପର୍ଯ୍ଯାୟରେ ୧୫୦ ଜେନେରାଲ ବେଡ୍, ୪୦ ଆଇସିୟୁ, ୪ଟି ଭେଣ୍ଟିଲେଟର ବ୍ଯବସ୍ଥା କରାଯାଇଛି। 


COMMERCIAL BREAK
SCROLL TO CONTINUE READING

ଏହା ସହିତ ୧ ହଜାର ଅକ୍ସିଜେନ ସିଲିଣ୍ଡର, ୫ ଲାଇଫ ସେଭିଂ ଆମ୍ବୁଲାନ୍ସ ବ୍ଯବସ୍ଥା କରାଯିବ। କୋଭିଡ୍ ସଂକ୍ରମଣକୁ ଲକ୍ଷ୍ୟ ରଖି ରାଜ୍ଯ ସରକାର ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସେପଟେ ଟିକା ଅଭାବ ରହିଥିବାରୁ ଜିଲ୍ଲାରେ ୨ ଦିନ ଧରି ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିଛି। ସେପଟେ ଆରଟି ପିସିଆର ଟେଷ୍ଟିଂ (RT PCR Testing) ବ୍ୟବସ୍ଥାରେ ସମସ୍ଯା ଥିବାରୁ ୨୩ ତାରିଖରୁ କେବଳ ଆଣ୍ଟିଜେନ ଟେଷ୍ଟ (Antigen Test) କରାଯାଉଛି। ଏହା ଖୁବଶୀଘ୍ର ସମାଧାନ ହୋଇଯିବ ବୋଲି କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା।