T-Bridge Tragedy: ମକର ସଂକ୍ରାନ୍ତିରେ ରାଜ୍ୟରେ ଅଘଟଣ। ମହାନଦୀ ଉପରେ ନିର୍ମିତ ଟି-ସେତୁ ଉପରେ ଦଳଚକଟାରେ ୨୦ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସେହିପରି ଘଟଣାରେ ୨ ଜଣଙ୍କ ମୃତ୍ୟୁ ନେଇ ସୂଚନା ରହିଛି। ବଡ଼ମ୍ବା-ଗୋପୀନାଥପୁର ଟି-ସେତୁରେ ଏହି ଦଳାଚକଟାରେ ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଗୁରୁତରମାନଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ଥିବା ଜଣାପଡ଼ିଛି। ଗୁରୁତରମାନଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । 


COMMERCIAL BREAK
SCROLL TO CONTINUE READING

ସୂଚନାନୁସାରେ ମହାନଦୀ କୂଳରେ ଥିବା ସିଂହନାଥ ପୀଠରେ ପ୍ରତିବର୍ଷ ଭଳି ଚଳିତ ଥର ମଧ୍ୟ ମକରମେଳାର ଆୟୋଜନ କରାଯାଇଛି। ଏହି ମେଳାରେ ରାଜ୍ୟର ଅନେକ ସ୍ଥାନ ଯେମିତିକି କଟକ, ଭୁବନେଶ୍ବର, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ ଓ ନୟାଗଡ଼ ଜିଲ୍ଲାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥାନ୍ତି। ପ୍ରବଳ ଭିଡ଼ ଯୋଗୁଁ ଆଜି ଦଳାଚକଟା ହୋଇଥିବା କୁହାଯାଉଛି। କିଛି ଲୋକ ଜୀବନ ବଞ୍ଚାଇବା ପାଇଁ ବ୍ରିଜ୍‌ ଉପରୁ ତଳକୁ ଡେଇଁପଡ଼ିଥିବା ମଧ୍ୟ କୁହାଯାଉଛି। ଶଦ୍ଧାଳୁଙ୍କ ସମାଗମ ଯୋଗୁଁ ଦଳାଚକଟା ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। 


ସେପଟେ ଦଳାଚକଟା ନେଇ ବଡ଼ମ୍ବା ବିଧାୟକ ଦେବୀ ମିଶ୍ର ସୂଚନା ଦେଇଛନ୍ତି । ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି, ୮ ଜଣ ଆହତ ହୋଇଛନ୍ତି ବୋଲି ବିଧାୟକ ସୂଚନା ଦେଇଛନ୍ତି। ମୃତ ମହିଳା ୪୫ ବର୍ଷୀୟ ଅଞ୍ଜନା ସ୍ବାଇଁ ବୋଲି ଜଣାପଡ଼ିଛି ସେହିପରି ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇ ନଥିବାରୁ ଦଳଚକଟା ପରିସ୍ଥିତି ଉପୁଜିଥିବା ସାଧାରଣ ଲୋକ ମାନେ ଅଭିଯୋଗ କରିଛନ୍ତି ହୋଇଛି।


Also Read: Makar Sankranti: ଆଜି ପବିତ୍ର ମକର ସଂକ୍ରାନ୍ତି, ମାନସିକ କୁଣ୍ଡରେ ‘ଛୁଆ ପାଇଁ ଗୁଆ ଖୋଜା’


Also Read:Vivekananda jayanti: ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଜାତୀୟ ଯୁବ ଦିବସ ପାଳିତ