Makar Sankranti: ଆଜି ପବିତ୍ର ମକର ସଂକ୍ରାନ୍ତି, ମାନସିକ କୁଣ୍ଡରେ ‘ଛୁଆ ପାଇଁ ଗୁଆ ଖୋଜା’
Advertisement

Makar Sankranti: ଆଜି ପବିତ୍ର ମକର ସଂକ୍ରାନ୍ତି, ମାନସିକ କୁଣ୍ଡରେ ‘ଛୁଆ ପାଇଁ ଗୁଆ ଖୋଜା’

Makar Sankranti: ଆଜି ପବିତ୍ର ମକର ସଂକ୍ରାନ୍ତି । ମକର ସଂକ୍ରାନ୍ତି ଏକ ସର୍ବ ଭାରତୀୟ ପର୍ବ । ଏହି ପର୍ବକୁ ସମସ୍ତେ ଉତ୍ସାହର ସହିତ ପାଳନ କରନ୍ତି । ଭାରତ ବାହାରେ ରୋମାନ ଓ ଇହୁଦୀମାନେ ମଧ୍ୟ ଏହିପର୍ବ ପାଳନ କରନ୍ତି । ଭାରତର ବିଭିନ୍ନ ଅଞ୍ଚଳ ଅପେକ୍ଷା ଦକ୍ଷିଣ ଭାରତରେ ଏହା ସବୁଠାରୁ ବଡ଼ ପର୍ବ । ଦକ୍ଷିଣରେ ଏହାକୁ ପୋଙ୍ଗଲ ବୋଲି କହନ୍ତି ।

Makar Sankranti: ଆଜି ପବିତ୍ର ମକର ସଂକ୍ରାନ୍ତି, ମାନସିକ କୁଣ୍ଡରେ ‘ଛୁଆ ପାଇଁ ଗୁଆ ଖୋଜା’

Makar Sankranti: ଆଜି ପବିତ୍ର ମକର ସଂକ୍ରାନ୍ତି । ମକର ସଂକ୍ରାନ୍ତି ଏକ ସର୍ବ ଭାରତୀୟ ପର୍ବ । ଏହି ପର୍ବକୁ ସମସ୍ତେ ଉତ୍ସାହର ସହିତ ପାଳନ କରନ୍ତି । ଭାରତ ବାହାରେ ରୋମାନ ଓ ଇହୁଦୀମାନେ ମଧ୍ୟ ଏହିପର୍ବ ପାଳନ କରନ୍ତି । ଭାରତର ବିଭିନ୍ନ ଅଞ୍ଚଳ ଅପେକ୍ଷା ଦକ୍ଷିଣ ଭାରତରେ ଏହା ସବୁଠାରୁ ବଡ଼ ପର୍ବ । ଦକ୍ଷିଣରେ ଏହାକୁ ପୋଙ୍ଗଲ ବୋଲି କହନ୍ତି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ସୌର ଗଣନା ଅନୁସାରେ ମକର ସଂକ୍ରାନ୍ତିକୁ ମକର ମାସର ପ୍ରଥମ ଦିନ ହିସାବରେ ଗ୍ରହଣ କରାଯାଏ । ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କର ସଂକ୍ରମଣ ବା ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବାର ଦିନ । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ କ୍ରମଶଃ ଗମନ କରନ୍ତି । ଏହି ଦିନଠାରୁ ସୂର୍ଯଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ ।

ମକର ସଂକ୍ରାନ୍ତି ଅବସରରେ ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର ।  ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତିରେ ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳଲାଗି କରାଯାଇ ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ନିକଟରେ ମକର ଚାଉଳ ଓ ଧନୁମୁଆଁ ମଧ୍ୟ ଲାଗି କରାଯିବ । ଘଂଟ ଛତାର ପଟୁଆରରେ ମକରବେଢ଼ା ଅନୁଷ୍ଠିତ ହେବ। ମନ୍ଦିର ଠାରୁ ଆରମ୍ଭ କରି ଘରେ ଘରେ ମଧ୍ୟ ଆଜି ଦିନରେ ମକର ଚାଉଳ ପ୍ରସ୍ତୁତ ହୋଇ ଭଗବାନଙ୍କ ନିକଟରେ ଭୋଗ ହୋଇଥାଏ । ଚାଉଳ,କଦଳୀ, ଛେନା, ଗୁଡ ଚକଟା ହୋଇ ମକର ଚାଉଳ ପ୍ରସ୍ତୁତ ହୁଏ । ଏହି ମକର ଚାଉଳ ସ୍ବାସ୍ଥ୍ୟ ପାଇଁ ବେଶ ହିତକର । 

ଏହାବି ପଢନ୍ତୁ : Makar Sankranti: ମକର ସଂକ୍ରାନ୍ତିରୁ ଏହି ୫ ରାଶିର ବ୍ୟକ୍ତି ହେବେ ମାଲାମାଲ୍‌ ,ମିଳିବ ଅଜସ୍ର ସଫଳତା !

ସେହିପରି ଖୋର୍ଦ୍ଧା ଜିଲ୍ଲାରେ ଥିବା ବାଘମାରୀ ଅଟ୍ରି ଠାରେ ହେଉଥିବା ମକର ମେଳା ମଧ୍ୟ ଆଜିଠାରୁ ଆରମ୍ଭ ହୋଇଛି । ବିଶ୍ବାସ ଓ ପରମ୍ପରାର ଝଲକ୍ ମଧ୍ୟ ଏଠାରେ ଦେଖିବାକୁ ମିଳେ। ଅଟ୍ରିସ୍ଥିତ ହଟକେଶ୍ବର ପୀଠ ଓ ଅଟ୍ରି ଅଟ୍ରି ଉଷ୍ମପ୍ରସ୍ରବଣରେ ଆଜି ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ତେବେ,ଅଟ୍ରିରେ ଥିବା କୁଣ୍ତରେ ବନ୍ଧ୍ୟା ନାରୀମାନେ  ମାନଷିକ କୁଣ୍ତରେ ସଂକଳ୍ପ ବୁଡ ପକାଇ ଗୁଆ ଖୋଜିଲେ ଛୁଆ ହୋଇଥାଏ ବୋଲି ବିଶ୍ବାସ ରହିଛି । ଗୁଆ ପାଇଲେ ଏହାକୁ ହଟକେଶ୍ବରଙ୍କ ନାମ ଜପି ଖାଇଲେ ବର୍ଷକ ଭିତରେ ସନ୍ତାନ ପ୍ରାପ୍ତି ହେବାର ବିଶ୍ବାସ ରହିଛି । ଏଥିପାଇଁ ଏଠାକୁ ଏହି ଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଶ୍ରଦ୍ଧାଳୁ ଆସିଥାନ୍ତି । ଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଲୋକମାନେ କିପରି ଶାନ୍ତିଶୃଙ୍ଖଳାର ସହ ଦର୍ଶନ କରିବେ, ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।