କନ୍ଧମାଳ: କୋଭିଡ କଟକଣାକୁ ଭୁଲି ଏକାଠି ହୋଇଛନ୍ତି ଗ୍ରାମବାସୀ। ଗାଁରେ ଶ୍ମଶାନ ଜମି ପାଇଁ ଲାଗିରହିଥିବା ସମସ୍ୟାର ନିଜେ ହିଁ ସମାଧାନ କରିବାର ଉଦ୍ଦେଶ୍ୟ ନେଇ ଠେଙ୍ଗା, କୋଦାଳ, ଶାବଳ ଧରି ପୁଣି ଦଖଲକୁ ନେଇ ପଟା ଜମି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ପର୍ତ୍ତମାହା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଏହି ଗ୍ରାମର ଶତାଧିକ ମହିଳା ପୁରୁଷ ସକାଳୁ ସକାଳୁ ଏକାଠି ହୋଇ ଗାଁର ପ୍ରବେଶ ପଥରେ ରହିଥିବା ଜଣଙ୍କ ପଟ୍ଟା ଜମିରେ ପହଞ୍ଚିଥିଲେ। 


COMMERCIAL BREAK
SCROLL TO CONTINUE READING

ଆଉ ଜମିରେ ବେଢା ଯାଇଥିବା ତାର ବାଡ଼କୁ ଭାଙ୍ଗିବା ସହ ଯେଉଁସବୁ କଦଳୀ ଗଛ ଜମିରେ ଲାଗିଥିଲା ତାକୁ ମଧ୍ୟ ନଷ୍ଟ କରିଦେଇଛନ୍ତି। ଆଉ ଜୀବନ ଗଲେ ଯିବ ହେଲେ ଉକ୍ତ ଜମିକୁ ଆମେ କାହାକୁ ଦେବୁ ନାହିଁ ବୋଲି ଲୋକେ କହୁଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଉକ୍ତ ଜମି କାହିଁ କେଉଁ ପୂର୍ବ ପୁରୁଷରୁ ଗ୍ରାମର ଶ୍ମଶାନ ଭାବେ ବ୍ୟବହାର କରାଯାଇ ଆସୁଛି। ହେଲେ ଗାଁର ଭାସ୍କର ଚନ୍ଦ୍ର ନାୟକ ସେହି ଜମିକୁ ନିଜର ପଟ୍ଟା ଜମି ବୋଲି ଦାବି କରି ସେଠାରେ ଏବେ ତାର ବାଡ଼ ପକାଇ ଦେଇଛନ୍ତି। 


ଏ ଘଟଣାକୁ ନେଇ ଗ୍ରାମରେ କିଛି ଦିନ ହେଲା ଅସନ୍ତୋଷ ଲାଗିରହିଥିବା ବେଳେ ଶ୍ମାଶାନ ଜମି ପାଇଁ ସମସ୍ୟା ଲାଗିରହିଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହି ସମସ୍ୟାର କୌଣସି ସମାଧାନ କରାଯାଇନାହିଁ।  ଗାଁ ଲୋକେ ନିଜେ ନିଜର ସମସ୍ୟାକୁ ସମଧାନ କରିବାକୁ ଏକାଠୀ ହୋଇଛନ୍ତି। ଆଉ ଜମିଟି ଗ୍ରାମର ଶ୍ମଶାନ ପାଇଁ ରହିଥିବା ବେଳେ ସେଠାରେ କାହିଁ କେଉଁ କାଳରୁ ସେମାନଙ୍କ ପୂର୍ବ ପୁରଷରୁ ବିଭିନ୍ନ ଧର୍ମ ଅନୁଯାୟୀ ଗ୍ରାମର ସଭିଙ୍କ ଶବଦାହ ଅର୍ଥାତ ସମାଧି ଦିଆଯାଇଆସୁଛି। 


Also Read: କୋରୋନା ମୃତକଙ୍କ ଅନ୍ତିମ ସଂସ୍କାରକୁ ନେଇ ଲଙ୍କାକଣ୍ଡ; ପୋଲିସକୁ ଆକ୍ରମଣ, ୭ ଗ୍ରାମବାସୀ ଗିରଫ


ହେଲେ ସେହି ଜମିକୁ ଗ୍ରାମର ଭାସ୍କର ଚନ୍ଦ୍ର ନାୟକ ନିଜ ନାମରେ ପଟା କରିଦେଇ ଏବେ ସେଠି କୌଣସି ଶବ ଦାହ ଅଥବା ସମାଧି ନକରିବାକୁ ଗ୍ରାମବାସୀଙ୍କୁ କହୁଛନ୍ତି। ଏହା ସହ ସେ ଆଜକୁ ୨୫ ବର୍ଷ ହେଲା ଉକ୍ତ ଜମିକୁ ନିଜ ନାମରେ ପଟ୍ଟା କରିଛନ୍ତି ବୋଲି କହୁଛନ୍ତି। ହେଲେ ସେ ପୂର୍ବରୁ ଏନେଇ କାହିଁକି ବିରୋଧ କରୁନଥିଲେ କିମ୍ବା ନିଜ ପଟ୍ଟା ଜମି ବୋଲି କୌଣସି ଦିନ ଗାଁ ଲୋକଙ୍କୁ କହିନଥିଲେ। ଗ୍ରାମର କେତେ ଲୋକଙ୍କ ଶବ ଏଠାରେ ୨୫ ବର୍ଷ ମଧ୍ୟରେ ଦାହ କରାଯାଇସାରିଛି। 


ଏବେ ହଠାତ ଶ୍ମଶାନ ଜମି ନିଜର ପଟ୍ଟା ଜମି ବୋଲି ଦାବି କରି ତାର ବାଡ଼ ଭିଡ଼ିଦେଇଥିଲେ। ହେଲେ ସେଠାରେ ଯେଉଁ ଲୋକଙ୍କୁ ସେହି ଜମିରେ ସମାଧି ଦିଆଯାଇଛି ତାହାକୁ ଏବେ ନେବୁ କୁଆଡ଼େ ନେବେ ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ। ଯାହା ହେଲେ ହେବ କିନ୍ତୁ ଭାସ୍କର ନାୟକଙ୍କୁ ସେହି ଜମି ଦେବୁ ନାହିଁ ବୋଲି ଗ୍ରାମବାସ ଜିଦ ଧରି ରହିଛନ୍ତି। ଏ ଘଟଣାକୁ ନେଇ ଭାସ୍କର ନାୟକ ଦାରିଙ୍ଗବାଡି ଥାନାର ଦ୍ୱାରାସ୍ତ ହୋଇଥିବା ବେଳେ ତାଙ୍କର କହିବା କଥା ତାଙ୍କ ବାପାଙ୍କ ଅମଳରୁ ଉକ୍ତ ଜମିଟି ତାଙ୍କ ଦଖଲରେ ରହିଥିଲା।  


ଗତ ୧୯୯୫ ମସିହାରେ ଏହି ଦଖଲ ଜମିକୁ ଭାସ୍କର ନାୟକ ନିଜ ନାମରେ ପଟ୍ଟା କରିସାରିଛନ୍ତି। ହେଲେ ନିଜ ପଟା ଜମିକୁ ଲାଗି ରହିଥିବା ଏକ ସରକାରୀ ଜମିରେ ଗ୍ରାମର ଲୋକ ପୂର୍ବରୁ ଶବ ସତ୍କାର କରୁଥିଲେ। ଧିରେ ଧିରେ ଗାଁ ଲୋକେ ତାଙ୍କ ପଟ୍ଟା ଜମିକୁ ଅକ୍ତିଆର କରି ସେଠାରେ ଶବ ଦାହ କରୁଥିବାରୁ ସେ ତାକୁ ବିରୋଧ କରିଥିଲେ। ଏନେଇ ଗତ ଏପ୍ରିଲରେ ଦାରିଙ୍ଗବାଡି ଥାନା ସହ ତହସିଲଦାରଙ୍କ ଦ୍ୱାରସ୍ତ ହୋଇଥିଲେ। 


ଏନେଇ ଖବର ପାଇବା ପରେ ତହସିଲଦାର କଳାକୃଷ୍ଣ ପ୍ରଧାନ ପୋଲିସ ସହ ସଦଳବଳ ନେଇ ଭାସ୍କର ନାୟକଙ୍କ ଜମି ଚିହ୍ନଟ କରି ଗ୍ରାମବାସୀଙ୍କୁ ବୁଝାସୁଝା କରି ଫେରିଛନ୍ତି। ଆଉ ଉକ୍ତ ପଟ୍ଟା ଜମିକୁ ଲାଗି ରହିଥିବା ଏକ ସରକାରୀ ଜମିରେ ଶବ ସତ୍କାର କରିବାକୁ ପରାମର୍ଶ ଦେଇଥିଲେ। 


Also Read: ପଟା ଜମିରେ ସମାଧି ଦେବାକୁ ନେଇ ବିବାଦ


ହେଲେ ତହସିଲଦାରଙ୍କ ପରାମର୍ଶ ସତ୍ତ୍ୱେ ପର୍ତ୍ତମାହା ଗ୍ରାମବାସୀ ଏହାକୁ ବିରୋଧ କରି ସୋମବାର ପୁଣି ମୋ ପଟ୍ଟା ଜମିକୁ ଅକ୍ତିଆର କରିଛନ୍ତି ବୋଲି ଭାସ୍କର ନାୟକ କହିଛନ୍ତି। ଏ ଘଟଣାର ସେ ପୁଣି ଥରେ ଥାନାର ଦ୍ୱରାସ୍ତ ହୋଇ ନ୍ୟାୟ ଦାବି କରିଛନ୍ତି। ହେଲେ ଏ ଘଟଣାରେ ବିଭାଗୀୟ ଉପରିସ୍ଥ ଅଧିକାରୀ ଏବେ ଠାରୁ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। କାରଣ ଶ୍ମଶାନ ଜମି ପାଇଁ ପର୍ତ୍ତମାହା ଗାଁରେ ଦେଖାଦେଇଥିବା ଅସନ୍ତୋଷ ଆଗାମୀ ଦିନରେ ବିବାଦର କାରଣ ପାଲଟି ଯାଇପାରେ।