Khordha News In Odia: (ସୂର୍ଯ୍ୟ ନାରାୟଣ ମହାନ୍ତି) ଆଣ୍ଟିବାୟୋଟିକ ଇଞ୍ଜେକସନ ନେବାର ମାତ୍ର ୫ ମିନିଟ୍ ଭିତରେ ଚାଲିଗଲା ରୋଗୀଙ୍କ ଜୀବନ। ଶନିବାର ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ସରକାରୀ ଡାକ୍ତରଖାନାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ବାଣପୁର ଥାନା କୋଳଥଦିହ ଗାଁ’ର ପାଣ୍ଡବ ନାୟକ। ସେ ଜଣେ ଗ୍ରାମରକ୍ଷୀ। ଏହି ଘଟଣା ପରେ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା।


COMMERCIAL BREAK
SCROLL TO CONTINUE READING

ଖବର ପାଇ ପୋଲିସ ଡାକ୍ତରଖାନାରେ(Hospital) ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଡାକ୍ତରଙ୍କ ଭୁଲ ଇଞ୍ଜେକସନ ଯୋଗୁ ପାଣ୍ଡବଙ୍କ ଜୀବନ ଯାଇଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ ମଞ୍ଜୁ ନାୟକ। ଏନେଇ ସେ ବାଣପୁର ଥାନାରେ ଏତଲା ଦେଇଛନ୍ତି। ସେ କହିଛନ୍ତି, ହାତରେ ଛୋଟ ଘା’ଟିଏ ହୋଇଥିଲା। ଡାକ୍ତରଙ୍କୁ ଦେଖାଇବା ପରେ ସେଠାରେ ହାତରେ ବ୍ୟାଣ୍ଡେଜ୍ କରାଯାଇଥିଲା। ଡାକ୍ତର ଲେଖିଥିବା ପେସ୍କ୍ରିପସନ୍ ଦେଖି ଡାକ୍ତରଖାନାର ଦିଦି ଗୋଟିଏ ଇଞ୍ଜେକସନ୍ ଦେଇଦେଇଥିଲେ। 


ଏହି ଇଞ୍ଜେକସନ୍ (Wrong Injection) ନେବା ପରେ ତାଙ୍କ ଦେହମୁଣ୍ଡ ଝାଇଁ ଝାଇଁ ମାରି ଯାଇଥିଲା। ପାଟି ଅଠାଅଠା ହୋଇଯାଇଥିଲା। ତଣ୍ଟି ଶୁଖି ଯାଇଥିଲା। ଏମିତି କହୁକହୁ ସାଙ୍ଗେସାଙ୍ଗେ ଜୀବନ ଛାଡ଼ିଗଲା। ଆଖି ଆଗରେ ମାତ୍ର ୫ ମିନିଟ୍ ଭିତରେ ଏମିତି ଘଟଣା ଘଟିଯାଇଥିଲା। ଡାକ୍ତର ଭୁଲ ଚିକିତ୍ସା କରି ସ୍ୱାମୀକୁ ମାରିଦେଲେ ବୋଲି ମଞ୍ଜୁ ଅଭିଯୋଗ କରିଛନ୍ତି। ତେବେ ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ନଜର ରହିଛି। 


ରାଜ୍ୟରେ ଏହା ନୂଆ ଘଟଣା ନୁହେଁ । ଅନେକ ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏପରି ଚିତ୍ର ସାମ୍ନାକୁ ଆସିଛି। ଭୁଲ ଇଞ୍ଜେକସନ ଯୋଗୁଁ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା।  ରାୟଗଡା ଜିଲ୍ଲାର ଚାନ୍ଦିଲି ଥାନା ଅନ୍ତର୍ଗତ ସାନ ଚାନ୍ଦିଲି ଗ୍ରାମରେ। ମୃତ ଯୁବକ ଜଣଙ୍କ ଥିଲେ ପ୍ରଶାନ୍ତ କୌଶଲ୍ୟା। ପ୍ରଶାନ୍ତଙ୍କର ପ୍ରଥମେ ମୁଣ୍ଡ ବ୍ୟଥା ସହ ପେଟ ଯନ୍ତ୍ରଣା ହୋଇଥିଲା। ସେ ପରିବାର ଲୋକଙ୍କୁ ଜଣାଇଥିଲେ ଏହାପରେ ତାଙ୍କୁ ଜେକେପୁର ସ୍ଥିତ ବି.ଏ ରାଓ ନନ୍ଦୁବାବୁ କ୍ଲିନିକକୁ ନିଆଯାଇଥିଲା। 


ସେଠାରେ ତାଙ୍କୁ ଦୁଇଟି ଇଞ୍ଜେକସନ ଦିଆଯାଇଥିଲା। କିନ୍ତୁ ଘରକୁ ଯିବା ପରେ ତାଙ୍କର ବାନ୍ତି ହେବ ସହ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା। ଏହାପରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ତେବେ ବାରମ୍ବାର ଏପରି ଘଟଣା ସାମ୍ନାକୁ ଆସୁଥିବା ବେଳେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି।


Aslo Read: Bengaluru: ହତ୍ୟା ଅଭିଯୋଗରେ ୩ ଗିରଫ, ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ଓଡ଼ିଆ ପୋଲିସ ଅଧିକାରୀଙ୍କ ପୁଅ


Also Read: Online Loot: ଅନଲାଇନ ଲୁଟ୍ ର ଏହି ୫ ଟି ଉପାୟରୁ ବଞ୍ଚନ୍ତୁ, ନଚେତ୍ ଆକାଉଣ୍ଟ ହେବ ଗୋଲ୍


Also Read: ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ଶାହରୁଖ, ଜାଣନ୍ତୁ ପୂରା ଘଟଣା...


Also Read: Crime News: ଗୋଟିଏ ଗଛରେ ଗୋଟିଏ ପରିବାରର ଝୁଲନ୍ତା ମୃତଦେହ, ଦୃଶ୍ୟ ଦେଖି ଛାନିଆ ପୋଲିସ