Bengaluru: ହତ୍ୟା ଅଭିଯୋଗରେ ୩ ଗିରଫ, ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ଓଡ଼ିଆ ପୋଲିସ ଅଧିକାରୀଙ୍କ ପୁଅ
Advertisement
Article Detail0/zeeodisha/odisha1643249

Bengaluru: ହତ୍ୟା ଅଭିଯୋଗରେ ୩ ଗିରଫ, ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ଓଡ଼ିଆ ପୋଲିସ ଅଧିକାରୀଙ୍କ ପୁଅ

Bengaluru News: ବେଙ୍ଗାଲୁରୁରେ ହୋଇଥିବା ଏକ ହତ୍ୟା ଘଟଣାରେ ୩ ଜଣ ଯୁବକ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ଓଡିଆ ପୋଲିସ ଅଧିକାରୀଙ୍କ ପୁଅ ବୋଲି ଜଣାପଡ଼ିଛି।

Bengaluru: ହତ୍ୟା ଅଭିଯୋଗରେ ୩ ଗିରଫ, ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ଓଡ଼ିଆ ପୋଲିସ ଅଧିକାରୀଙ୍କ ପୁଅ

Bengaluru Murder Case: ଗତ ଅପ୍ରେଲ ୨ ତାରିଖରେ ବେଙ୍ଗାଲୁରୁ ଠାରେ ଜଣେ ୫୪ ବର୍ଷୀୟ ବ୍ୟକ୍ତିଙ୍କୁ ମାରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣ ଓଡିଆ ପୋଲିସ ଅଧିକାରୀଙ୍କ ପୁଅ ରହିଥିବା ଜଣାପଡ଼ିଛି। ସୂତ୍ରରୁ ପ୍ରକାଶ ଯେ ଭାରତୀୟ ସେନା ଅଧିକାରୀ କୋଲ ଡେଭିଡ ନେହେମିୟାଙ୍କ ଭାଇ ପୀଡିତ ଲିଓଡ ନେହେମିଆଙ୍କ ଅପ୍ରେଲ ୪ ତାରିଖରେ ଦେହାନ୍ତ ହୋଇଥିଲା। ଉଚ୍ଚ ସ୍ୱରରେ ଗୀତ ବଜାଇବାକୁ ନେଇ ଆପତ୍ତି ଉଠାଇବା ପରେ ଅଭିଯୁକ୍ତ ଲିଓଡ ନେହେମିଆଙ୍କ ଉପରେ ଆକ୍ରମଣ କରିଥିଲା।

ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ହେଉଛିନ୍ତି ବସୁଦେବ ସାମନ୍ତରାୟ (୩୪), ତାଙ୍କ ସାନଭାଇ ଅନିରୁଦ୍ଧ ସାମନ୍ତରାୟ (୨୮) ଏବଂ ବନ୍ଧୁ ଅଭିଷେକ ସିଂହ (୩୧)। ସୂତ୍ରରୁ ପ୍ରକାଶ ଯେ ବାସୁଦେବ ଏବଂ ଅନିରୁଦ୍ଧ ଭୁବନେଶ୍ୱରର ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ କେଶବ କୁମାର ସାମନ୍ତରାୟଙ୍କ ପୁଅ।
 
ଗିରଫ ଅଭିଯୁକ୍ତ ଅନିରୁଦ୍ଧ ସାମନ୍ତରାୟ ହେଉଛନ୍ତି ଜଣେ ଓକିଲ। ଯିଏ ଦିଲ୍ଲୀ ଠାରେ କାମ କରୁଛନ୍ତି। ସେହିପରି ଅନ୍ୟତମ ଅଭିଯୁକ୍ତ ବାସୁଦେବ ସାମନ୍ତରାୟ ବେଙ୍ଗାଲୁରୁସ୍ଥିତ ଏକ ନିର୍ମାଣକାରୀ ସଂସ୍ଥାରେ ପ୍ରୋଜେକ୍ଟ ମ୍ୟାନେଜର ଅଛନ୍ତି। ଏହି ୩ ଅଭିଯୁକ୍ତଙ୍କୁ ଗିରଫ ପରେ ଗତକାଲି ବେଙ୍ଗାଲୁରୁସ୍ଥିତ ଏକ ଅଦାଲତରେ ହାଜର କରାଯାଇଥିଲା ବୋଲି ସୂତ୍ରରୁ ପ୍ରକାଶ।

ଏନେଇ ମିଳିଥିବା ଖବର ଅନୁସାରେ ଅନିରୁଦ୍ଧ ସାମନ୍ତରାୟ ଗତ ଅପ୍ରେଲ ୨ ତାରିଖରେ ତାଙ୍କ ବଡ଼ ଭାଇଙ୍କ ବାସଭବନରେ ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବେଙ୍ଗାଲୁରୁ ଯାଇଥିଲେ। ପୋଲିସ ସୂଚନା ଅନୁସାରେ, ଏପ୍ରିଲ୍ ୨ ତାରିଖରେ ପାରିବାରିକ କାର୍ଯ୍ୟକ୍ରମ ପରେ ଅଭିଯୁକ୍ତ ଏକ ଗାଡ଼ିରେ ଉଚ୍ଚ ସ୍ୱରରେ ଗୀତ ବଜାଇଥିଲେ। ଏହି ଘଟଣାରେ ଅନିରୁଦ୍ଧ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି।

ହେଲେ ଓଡ଼ିଶା ପୋଲିସ ଡିଏସପି କେଶବ କୁମାର ସାମନ୍ତରାୟ ଦାବି କରିଛନ୍ତି ଯେ ତାଙ୍କ ପୁଅଙ୍କ ବିଷୟରେ ଏକ ମିଥ୍ୟା କାହାଣୀ ପ୍ରଚାର କରାଯାଉଛି। ଉଚ୍ଚସ୍ୱରରେ ଗୀତ ବଜାଇବାକୁ ନେଇ ଲିଓଡ ନେହେମିଆ ଅନିରୁଦ୍ଧ ସାମାନ୍ତରାୟଙ୍କୁ ଦୁର୍ବ୍ୟବହାର କରିଥିଲେ। ବେଙ୍ଗାଲୁରୁସ୍ଥିତ ହାଲ ପୋଲିସ ଷ୍ଟେସନ ଠାରେ ଏହି ଘଟଣାରେ ଏକ ପାଲଟା ଅଭିଯୋଗ ମଧ୍ୟ ଦାଖଲ କରାଯାଇଥିବା ଓଡିଶା ପୋଲିସ ଡିଏସପି କହିଛନ୍ତି। ଅପ୍ରେଲ୍ ୨ ତାରିଖରେ ଘଟିଥିବା ଘଟଣା ସହ ଲିଓଡ ନେହେମିଆଙ୍କ ମୃତ୍ୟୁର କୌଣସି ସମ୍ପର୍କ ନାହିଁ ବୋଲି ପୋଲିସ ଅଧିକାରୀ ଜଣଙ୍କ ଦାବି କରିଛନ୍ତି।