Duplicate Mosquito Liquide: ଖୋର୍ଦ୍ଧା: ମଶା ମାରିବା ପାଇଁ ଯେଉ ଲିକୁଇଡ ବଜାରରେ ବିଭିନ୍ନ ନାମୀଦାମୀ କମ୍ପାନୀର ବିକ୍ରି ହେଉଛି। ତାର ନକଲି ବର୍ତ୍ତମାନ ବଜାର ରେ ଉପଲବ୍ଧ ହେଉଛି। ଏହି ନକଲି ସାମଗ୍ରୀ କୁ ଠାବ କରିବାକୁ ଓଡ଼ିଶାରେ ପହଞ୍ଚିଛି ବମ୍ବେର ଏକ ଟିମ୍। ବମ୍ବେ ହାଇକୋର୍ଟ ର ନିର୍ଦ୍ଧେଶ ଅନୁଯାୟୀ ଏକ ଟିମ୍ ଜଟଣୀ ରେ ଥିବା ଏକ ଘରେ ଚଢ଼ାଉ କରିଛି। ଏହି ଘରକୁ ସିଲ୍ କରାଯାଇଛି। ଏହି ଘରେ ଅନ୍ୟ ଏକ କମ୍ପାନୀର ଲିକ୍ୟୁଡ଼ ତିଆରି କରାଯାଇ ପ୍ୟାକିଂ କରାଯାଇ ବଜାରରେ ବିକ୍ରି କରାଯାଉଛି।  ପୋଲିସ, ଏବଂ ଓକିଲଙ୍କ ଉପସ୍ଥିତି ଏହି ଘରକୁ ସିଲ୍ କରାଯାଇଛି। ସେଇ ଘରୁ ମଶା ଲିଏକୁଇଡ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଅନ୍ୟ ପକ୍ଷରେ ଜଟଣୀରେ ଜବତ ହୋଇଥିବା କମ୍ପାନୀର ମାଲିକ ଏହି ନକଲି କାରବାରକୁ ଅସ୍ବୀକାର କରିଛନ୍ତି। ସେ ନିଜର ଏକ ନାମରେ ମଶା ଲିକୁଇଡ ବଜାରକୁ ଛାଡିଛନ୍ତି ଓ କୌଣସି ନକଲି କରି ନାହାନ୍ତି ବୋଲି କହିଛନ୍ତି।


COMMERCIAL BREAK
SCROLL TO CONTINUE READING

ସେପଟେ ନିକଟରେ କଟକରୁ ଜୀବନ ରକ୍ଷାକାରୀ ଔଷଧର ନକଲି ଗୋଦାମକୁ ଠାବ କରିଥିଲା ପୋଲିସ। ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଥିଲା ପୋଲିସ। ଗୟା ଯାଇଥିବା କମିଶନରେଟ ପୋଲିସ ଟିମ ପଞ୍ଝାରେ ଲାଗିଥିଲେ ଆଉ ଦୁଇ କାର୍ପଟଦାର। ଏହି ଅଭିଯୁକ୍ତ ଦୁଇ ଜଣ ହେଲେ ବିହାର ଗୟା ନିବାସୀ ଆଲୋକ ମିଶ୍ରା ଓ ବିହାର ରାଞ୍ଚି ନିବାସୀ ହରିତ କୁମାର।


ବାଲାଜି ଏଜେନ୍ସି ଓ ବାଲାଜି ଡ୍ରଗ ନାଁରେ ଦୁଇଟି ଫାର୍ମା କମ୍ପାନୀ ଚଳାଉଥିବା ଆଲୋକ ଓ ହରିତ ହିଁ କଟକର ଷ୍ଟିକିଷ୍ଟ ରାହୁଲ କ୍ୟାଲ ଓ ସଞ୍ଜୟ ଜାଲାଣଙ୍କୁ ବିଶାକ୍ତ ଔଷଧ ବିକ୍ରି କରିଥିଲେ।


ନକଲି ଔଷଧ ବିକ୍ରି କରିଥିବା ଏହି ଅଭିଯୁକ୍ତ ଆଲୋକ ଓ ହରିତ ଫେକ୍ ଫାର୍ମା ଲାଇସେନ୍ସରେ ନିଜର ବ୍ୟବସାୟ ଚଲାଉଥିଲେ। ଏପରିକି ସେମାନେ ଔଷଧ ବିକ୍ରି ସମୟରେ ଷ୍ଟକିଷ୍ଟମାନଙ୍କୁ ଦେଉଥିବା ଇନଭଏସ ମଧ୍ୟ ଫେକ୍ ବୋଲି ଜଣାପଡ଼ିଛି। ଫଳ ସ୍ବରୁପ ଏମାନଙ୍କ ବିରୋଧରେ ମୂଳଦଫା ସହିତ ଆଇପିସିର ଧାରା ୩୬୫/୪୨୦/୩୬୬/୪୬୭/ ୪୬୮/୪୭୧/୩୩୬/ ୩୨୬/ ୪୮୩/୪୮୬/୧୨୦ ବି ଓ ୩୪ ମଧ୍ୟ ଯୋଡ଼ାଯାଇଛି। ତେବେ ପୋଲିସ କବଜାରେ ଥିବା ଦୁଇ ଅଭିଯୁକ୍ତଙ୍କ ତଥ୍ୟ ଆଧାରରେ ପୋଲିସର ତଦନ୍ତ ଆଗକୁ ବଢୁଥିବା କହିଛନ୍ତି ଡିସିପି।


ଆମେ ଏହି ମାମଲାର ତଦନ୍ତ ସମୟରେ ଅନେକ ଲୋକଙ୍କ ସମ୍ପୃକ୍ତି ଥିବା ସମ୍ପର୍କରେ ସୂଚନା ପାଇଛୁ। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରାରୁ ଏହି ରାକେଟ ବାବଦରେ ଆହୁରି କିଛି ସୁରାକ ମିଳିବ କହିଥିଲେ କଟକ ଡିସିପି।


ତେବେ ଏବେ ବି ଏହି ନକଲି ଔଷଧର ମୂଳ କେଉଁଠାରେ ଅର୍ଥାତ ଏହା କେଉଁ ଠାରେ ପ୍ରସ୍ତୁତ ହୋଉଥିଲା ତାହାର ଟେର ପାଇନି କମିଶନରେଟ ପୋଲିସ। ବାଲାଜି ଏଜେନ୍ସି ଓ ବାଲାଜି ଡ୍ରଗ ନାଁରେ ଦୁଇଟି ଫାର୍ମା କମ୍ପାନୀ ଚଳାଉଥିବା ଆଲୋକ ଓ ହରିତ ଅନ୍ୟ କୌଣସି ସ୍ଥାନରୁ ଏହି ଔଷଧକୁ ଆଣି ବିକ୍ରି କରିଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି। ତେବେ ସେହି ସ୍ଥାନଟି କେଉଁଠି ଏବେ ସେଠାରେ ବାସ୍ତବିକ ସେହି ଔଷଧ କମ୍ପାନୀ ରହିଛି ନା ନାହିଁ ତାହା ଜାଣିବା ପାଇଁ ତଦନ୍ତକୁ ଆହୁରି ଜୋରଦାର କରିଛି ପୋଲିସ।


ଅଧିକ ପଢନ୍ତୁ: ଓଲିଉଡରେ ଆଲୋଡ଼ନ: ଅକ୍ଷୟ ପରିଜାଙ୍କ ବିରୁଦ୍ଧରେ କାଷ୍ଟିଂ କାଉଚ ଅଭିଯୋଗ ଆଣିଲେ ଅଭିନେତ୍ରୀ