Advertisement
Article Detail0/zeeodisha/odisha2455393
Zee OdishaOdisha TrendingIran Attack Israel: ଇରାନର କ୍ଷେପଣାସ୍ତ୍ର ଆକ୍ରମଣ, ଭାରତୀୟଙ୍କୁ ନିରାପଦରେ ରହିବାକୁ ପରାମର୍ଶ, ଜାତିସଂଘର ନିନ୍ଦା

Iran Attack Israel: ଇରାନର କ୍ଷେପଣାସ୍ତ୍ର ଆକ୍ରମଣ, ଭାରତୀୟଙ୍କୁ ନିରାପଦରେ ରହିବାକୁ ପରାମର୍ଶ, ଜାତିସଂଘର ନିନ୍ଦା

ଭୁବନେଶ୍ୱର: ଇରାନ ଓ ଇସ୍ରାଏଲ୍‍ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଘମାଘୋଟ ହୋଇଛି। ଗତକାଲି ରାତିରେ ଇରାନ ପକ୍ଷରୁ ଇସ୍ରାଏଲ୍‍କୁ ଧ୍ବଂସ କରିବା ନେଇ ବ୍ୟାପକ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା। ବିଗତ କିଛିଦିନ ଧରି ଇସ୍ରାଏଲ ଯେପରି ଇସ୍ରାଏଲ ଉପରେ ଆକ୍ରମଣ କରୁଛି ତାହାର ଜବାବ ଦେବାକୁ ଏହି ଆକ୍ରମଣ ଉଦ୍ଦିଷ୍ଟ ବୋଲି ଇରାନ କହିଥିଲା। ଏହାକୁ ଦେଖି

Iran Attack Israel: ଇରାନର କ୍ଷେପଣାସ୍ତ୍ର ଆକ୍ରମଣ, ଭାରତୀୟଙ୍କୁ ନିରାପଦରେ ରହିବାକୁ ପରାମର୍ଶ, ଜାତିସଂଘର ନିନ୍ଦା

Iran Attack Israel: ଭୁବନେଶ୍ୱର: ଇରାନ ଓ ଇସ୍ରାଏଲ୍‍ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଘମାଘୋଟ ହୋଇଛି। ଗତକାଲି ରାତିରେ ଇରାନ ପକ୍ଷରୁ ଇସ୍ରାଏଲ୍‍କୁ ଧ୍ବଂସ କରିବା ନେଇ ବ୍ୟାପକ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା। ବିଗତ କିଛିଦିନ ଧରି ଇସ୍ରାଏଲ ଯେପରି ଇସ୍ରାଏଲ ଉପରେ ଆକ୍ରମଣ କରୁଛି ତାହାର ଜବାବ ଦେବାକୁ ଏହି ଆକ୍ରମଣ ଉଦ୍ଦିଷ୍ଟ ବୋଲି ଇରାନ କହିଥିଲା। ଏହାକୁ ଦେଖି ଭାରତୀୟଙ୍କ ଲାଗି ଦୂତାବାସ ପକ୍ଷରୁ ସତର୍କତା ଜାରି କରାଯାଇଛି। 

ଦୂତାବାସ ପକ୍ଷରୁ କୁହାଯାଇଛି, ଯେ ଭାରତୀୟ ନାଗରିକମାନେ ପରିସ୍ଥିତିକୁ ନେଇ ସତର୍କତା ଅବଲମ୍ବନ କରନ୍ତୁ। ସ୍ଥାନୀୟ ସରକାର ଯେଉଁ ଭଳି ଭାବେ ନିରାପଦ ସ୍ଥାନକୁ ଯିବାକୁ କହୁଛନ୍ତି ତାହା ପାଳନ କରନ୍ତୁ। ଦେଶ ଭିତରେ ଅଯଥା ଯାତ୍ରା କରନ୍ତୁ ନାହିଁ। ଦୂତାବାସ ପକ୍ଷରୁ ଏହି ପରିସ୍ଥିତି ଉପରେ ନଜର ରଖାଯାଇଛି। ଏହାସହ ଇସ୍ରାଏଲ୍‍ ସରକାରଙ୍କ ସହ ମଧ୍ୟ ଆଲୋଚନା କରାଯାଉଛି। ସମସ୍ତ ଇସ୍ରାଏଲରେ ରହୁଥିବା ଭାରତୀୟଙ୍କ ଲାଗି ଜରୁରୀ କାଳୀନ ସହାୟତା ଲାଇନ ଜାରି କରାଯାଇଚି। ଫୋନ ନମ୍ବର ମଧ୍ୟ ଜାରି କରାଯାଇଛି। ସମସ୍ତ ଭାରତୀୟଙ୍କୁ ଦୂତାବାସରେ ପଞ୍ଜିକରଣ ପାଇଁ ପୁଣିଥରେ ଅନୁରୋଧ କରାଯାଇଛି। ଯେଉଁମାନେ ପଞ୍ଜତକରଣ କରିନାହାନ୍ତି ସେମାନେ ଅନ୍‍ଲାଇନରେ ପଞ୍ଜୀକରଣ କରିବାକୁ ଆହ୍‍ୱାନ ଦିଆଯାଇଛି। 

ଇସ୍ରାଏଲ୍‍ ସେନା ପକ୍ଷରୁ ଜାରି ସୂଚନା ଅନୁସାରେ ଇରାନ ପକ୍ଷରୁ ୧୦୨ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଏହି ଆକ୍ରମଣକୁ ଜବାବ ଦେବାର ବ୍ୟବସ୍ଥା ହୋଇଛି। ଦେଶର ୧ କୋଟି ନାଗରିକଙ୍କୁ ହତ୍ୟା କରିବା ଏହି ଆକ୍ରମଣର ଉଦ୍ନେଶ୍ୟ। ସମସ୍ତ ନାଗରିକଙ୍କୁ ନିରାପଦ ଆଶ୍ରୟସ୍ଥଳକୁ ନିଆଯାଇଛି। 

Add Zee News as a Preferred Source

ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ଏହି ଆକ୍ରମଣକୁ ନିନ୍ଦା କରାଯାଇଛି। ଇସ୍ରାଏଲ୍‍କୁ ସହାୟତା କରିବା ପାଇଁ ରାଷ୍ଟ୍ରପତି ବାଇଡେନ୍‍ଙ୍କ ପ୍ରଶାସନ ନିର୍ଦ୍ଦେଶ ଦିଆଯାଇଛି। ଉଭୟ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ସିଚୁଏସନ୍‍ ରୁମରେ ଏହି ଆକ୍ରମଣର  ପ୍ରତିଟି ଘଟଣା ବାବରେ ଅପଡେଟ୍‍ ଗ୍ରହଣ କରୁଛନ୍ତି। ଇସ୍ରାଏଲ୍‍କୁ ଟାର୍ଗେଟ କରିଥିବା କ୍ଷେପଣାସ୍ତ୍ରକୁ ଖସାଇବା ଲାଗି ଆମେରିକୀୟ ସେନାକୁ ନିର୍ଦ୍ଦେଶ ଦିଆଯାଇଛି।  

ଇସ୍ରାଏଲ୍‍ ସେନା ପକ୍ଷରୁ କୁହାଯାଇଛି ଯେ, ହେଜବୁଲ୍ଲା ଛଦ୍ମରେ ଇସ୍ରାଏଲ୍‍ର ଲକ୍ଷ ଲକ୍ଷ ଲୋକଙ୍କ  ଜୀବନ ନେବାକୁ ଯୋଜନା କରିଥିଲା। ଏହାକୁ ଇସ୍ରାଏଲ୍‍ ପ୍ରଘଟ କରି ଉଚିତ ଜବାବ ଦେବା ପରେ ଏବେ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି। ଏହାପୂର୍ବରୁ ହମାମ ହୋସନଏନ୍‍ କମାଣ୍ଡର ଡି ଆଲଫାକର ହନାଓ୍ୱି ଏବଂ ଆତଙ୍କୀ ମହମ୍ମଦ ଜାଫର କାଟ୍‍ଜୀଙ୍କୁ ମଧ୍ୟ ନିପାତ କରାଯାଇଥିବା ଇସ୍ରାଏଲ୍‍ ବାୟୁସେନା ପାକ୍ଷରୁ ସୂଚନା ଦିଆଯାଇଛି। 

ଜାତିସଘ ପକ୍ଷରୁ  ମଧ୍ୟପ୍ରାଚ୍ୟର ଏହି ଯୁଦ୍ଧକୁ ନିନ୍ଦା କରାଯାଇଛି। ଜାତିସଂଘ ମୁଖ ଆଣ୍ଟୋନିଓ ଗଏଟର ଏକ ଟ୍ୱିଟର ବାର୍ତ୍ତାରେ କହିଛନ୍ତି, ଏହାକୁ ବନ୍ଦ କରାଯିବା ଦରକାର। ମଧ୍ୟ ପ୍ରାଚ୍ୟରେ ଯୁଦ୍ଧସ୍ଥିତିକୁ ସେ ନିନ୍ଦା କରୁଛନ୍ତି। ଆମେ ସମ୍ପୂର୍ଣ୍ଣ ଯୁଦ୍ଧ ବନ୍ଦ ଚାହୁଁ ବୋଲି ସେ କହିଛନ୍ତି।

About the Author