ଓଲିଉଡରେ ଆଲୋଡ଼ନ: ଅକ୍ଷୟ ପରିଜାଙ୍କ ବିରୁଦ୍ଧରେ କାଷ୍ଟିଂ କାଉଚ ଅଭିଯୋଗ ଆଣିଲେ ଅଭିନେତ୍ରୀ
Advertisement

ଓଲିଉଡରେ ଆଲୋଡ଼ନ: ଅକ୍ଷୟ ପରିଜାଙ୍କ ବିରୁଦ୍ଧରେ କାଷ୍ଟିଂ କାଉଚ ଅଭିଯୋଗ ଆଣିଲେ ଅଭିନେତ୍ରୀ

Casting Couch: ପୁଣି ଥରେ ଓଲିଉଡରେ ଆଲୋଡ଼ନ ସୃଷ୍ଟି ହୋଇଛି। ପୀଡିତାଙ୍କ କହିବାନୁସାରେ, ସେ ଦଳିତ ଜାତିର ଝିଅ। ସେ ନୀଚ ଜାତିର ହୋଇଥିବାରୁ ତାଙ୍କୁ କେଉଁଠି କାମ ମିଳିବ ନାହିଁ ବୋଲି ପ୍ରଯୋଜକ ଅକ୍ଷୟ ପରିଜା କହୁଥିଲେ।

ଓଲିଉଡରେ ଆଲୋଡ଼ନ: ଅକ୍ଷୟ ପରିଜାଙ୍କ ବିରୁଦ୍ଧରେ କାଷ୍ଟିଂ କାଉଚ ଅଭିଯୋଗ ଆଣିଲେ ଅଭିନେତ୍ରୀ

Casting Couch allegation, ଭୁବନେଶ୍ୱର: ଅଡୁଆରେ ଓଲିଉଡର ଜଣାଶୁଣା ପ୍ରଯୋଜକ ଅକ୍ଷୟ ପରିଜା। ଫିଲ୍ମ ମେକରଙ୍କ ବିରୁଦ୍ଧରେ କାଷ୍ଟିଂ କାଉଚ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ। ପୀଡ଼ିତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଅକ୍ଷୟ ପରିଜାଙ୍କ ବିରୁଦ୍ଧରେ ଅଭିଯୋଗ ଆଣି ପୀଡିତା କହିଛନ୍ତି ଯେ, ସିନେମା ଓ ବ୍ୟବସାୟରେ କାମ କରିବାର ସୁଯୋଗ ଦେବାକୁ କହି ଅକ୍ଷୟ ପରିଜା ତାଙ୍କୁ ଶାରୀରିକ ଶୋଷଣ କରିଛନ୍ତି। ତାଙ୍କ ଅଶ୍ଲୀଳ ଫଟୋ ରଖି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ।

ପୁଣି ଥରେ ଓଲିଉଡରେ ଆଲୋଡ଼ନ ସୃଷ୍ଟି ହୋଇଛି। ପୀଡିତାଙ୍କ କହିବାନୁସାରେ, ସେ ଦଳିତ ଜାତିର ଝିଅ। ସେ ନୀଚ ଜାତିର ହୋଇଥିବାରୁ ତାଙ୍କୁ କେଉଁଠି କାମ ମିଳିବ ନାହିଁ ବୋଲି ପ୍ରଯୋଜକ ଅକ୍ଷୟ ପରିଜା କହୁଥିଲେ। ଏପରିକି ତାଙ୍କର ଅନ୍ୟତ୍ର ବାହାଘର ଠିକ୍ ହୋଇଥିଲେ ବି କାହାକୁ ବାହାହେଲେ ଜୀବନରୁ ମାରି ଦେବି ବୋଲି ଫିଲ୍ମ ନିର୍ମାତା ଧମକ ଦେଇଥିବା ଯୁବତୀ ଅଭିଯୋଗ କରିଛନ୍ତି। ଏଭଳି ଅଭିଯୋଗ ସାମ୍ନାକୁ ଆସିବା ପରେ ଓଲିଉଡରେ ପୁଣି ଥରେ କାଷ୍ଟିଂ କାଉଚ କଥା ଚର୍ଚ୍ଚାକୁ ଫେରିଛି। 

Also Read: Bollywood Singer Shaan Birthday : ଶାନଙ୍କ ଜୀବନରେ ରାଧିକାଙ୍କ ଭୂମିକା କଣ ,ଜାଣନ୍ତୁ କିଏ ସେ

ମିଡିଆ ରିପୋର୍ଟ ଅନୁସାରେ ପୀଡିତା ଅଭିନେତ୍ରୀ ଜଣକ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି। ସେ ଅକ୍ଷୟ ପରିଜାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଫଟୋ ଓ ଭିଡିଓ ଜମା କରିଛନ୍ତି। ପୋଲିସ ଏହି ମାମଲା ବିଷୟରେ ମୁହଁ ଖୋଲୁ ନାହିଁ। ଫିଲ୍ମ ନିର୍ମାତାଙ୍କ ଅଶ୍ଳୀଳ ଭିଡିଓ ମୋବାଇଲଠୁ ମୋବାଇଲ ଘୁରି ବୁଲୁଛି। ତେବେ ଅଭିନେତ୍ରୀ ଆଣିଥିବା କାଣ୍ଟିଂ କାଉଚ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ ସମ୍ପୃକ୍ତ ଯୁବତୀଙ୍କ ନାଁରେ ନୟାପଲ୍ଲୀ ଥାନାରେ ପାଲଟା ଅଭିଯୋଗ କରିଛନ୍ତି। ଯୁବତୀ ତାଙ୍କୁ ବ୍ଲାକମେଲିଂ କରୁଥିବା ନେଇ ପ୍ରଯୋଜକ ଅକ୍ଷୟ ପରିଜା  ଏତଲା ଦେଇଛନ୍ତି। 

ସେ କହିଛନ୍ତି ଯେ, ସମ୍ପୃକ୍ତ ଯୁବତୀ ତାଙ୍କୁ ଘରକୁ ଡିନର ପାଇଁ ଆମନ୍ତ୍ରଣ କରି ଥିଲେ। ସେହି ସମୟରେ ତାଙ୍କ ସହ ଭିଡିଓ ମଧ୍ୟ କରିଥିଲେ। ତାହା ପରେ ସେ ତାଙ୍କୁ ବ୍ଲାକମେଲିଂ କରିବା ଆରମ୍ଭ କରିଦେଇଥିଲେ। ଯୁବତୀ ଜଣକ ତାଙ୍କ ଠାରୁ ୫ କୋଟି ଟଙ୍କା ଦାବି କରିଥିବା ଅକ୍ଷୟ ଅଭିଯୋଗ କରିଛନ୍ତି। ଏପରି କି ଟଙ୍କା ନଦେଲେ ଭିଡିଓ ଭାଇରାଲ କରିବାକୁ ଯୁବତୀ ଜଣକ ଧମକ ଦେଉଥିବା ସେ ଥାନାକୁ ଜଣାଇଛନ୍ତି।