Exam News: ଭୁବନେଶ୍ୱର: ଆସନ୍ତା କାଲି ଠାରୁ ଅର୍ଥାତ ମାର୍ଚ୍ଚ ମାସ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ଦୁଇ ପରୀକ୍ଷା। ଏଥିପାଇଁ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।  ସିସିଟିଭି ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ସବୁ ପ୍ରସ୍ତୁତି କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସେପଟେ ଅଧ୍ୟାପକମାନଙ୍କ ପରୀକ୍ଷା ବର୍ଜନ ପ୍ରସଙ୍ଗରେ ମନ୍ତ୍ରୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ କହିଛନ୍ତି କି କିଛି ଅଧ୍ୟାପକ ଦାବି ପୂରଣ ନ ହେଲେ ପରୀକ୍ଷା ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି। ଏକଥା ଆମ ନଜରକୁ ଆସିଛି। ଅନୁରୋଧ କରିବୁ ଅଧ୍ୟାପକଙ୍କୁ, ପିଲାଙ୍କ ସ୍ୱାର୍ଥ ଆଗ ଦେଖିବାକୁ। ସେଥିପାଇଁ ସେ ପରୀକ୍ଷାରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ ଚଳିତବର୍ଷ ୧୧୪୫ ପରୀକ୍ଷା କେନ୍ଦ୍ରରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମର ୩ ଲକ୍ଷ ୫୮ ହଜାର ପରୀକ୍ଷାର୍ଥୀ ରହିଛନ୍ତି। ପରୀକ୍ଷା କେନ୍ଦ୍ର ହୋଇଥିବା କଲେଜଗୁଡ଼ିକ ମଧ୍ୟରେ ଅଧିକାଂଶ ୬୬୨ ବର୍ଗ ଅନ୍ତର୍ଗତ ରହିଛି। ଚଳିତବର୍ଷ ୧୧୪୫ ପରୀକ୍ଷା କେନ୍ଦ୍ରରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମର ୩ ଲକ୍ଷ ୫୮ ହଜାର ପରୀକ୍ଷାର୍ଥୀ ରହିଛନ୍ତି। ପରୀକ୍ଷା କେନ୍ଦ୍ର ହୋଇଥିବା କଲେଜଗୁଡ଼ିକ ମଧ୍ୟରେ ଅଧିକାଂଶ ୬୬୨ ବର୍ଗ ଅନ୍ତର୍ଗତ ରହିଛି।


ସେପଟେ +୨ ପରୀକ୍ଷାକୁ ହାତରେ ମାତ୍ର କେଇ ଘଣ୍ଟା ବାକି ଥିବାବେଳେ ରାଜଧାନୀରେ ଚାଲିଛି ଅଧ୍ୟାପକଙ୍କ ଆନ୍ଦୋଳନ । ୪ ଦଫା ଦାବିରେ ୬୬୨ ଯୁକ୍ତ ୨ ଓ ଯୁକ୍ତ୩ ବେସରକାରୀ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ ୧୫ ଦିନ ହେଲା ରାଜଧାନୀରେ ଆନ୍ଦୋଳନ କରୁଛନ୍ତି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି କିଛି ଅଧ୍ୟାପକ ଦାବି ପୂରଣ ନହେଲେ ପରୀକ୍ଷା ବର୍ଜନ କରିବାକୁ ଚେତାବନୀ ଦେଇଥିବା ବିଭାଗର ନଜରକୁ ଆସିଛି । ଏଥିସହ ସେ ଅଧ୍ୟାପକଙ୍କୁ ଅନୁରୋଧ କରି କହିଛନ୍ତି ପିଲାଙ୍କ ସ୍ୱାର୍ଥ ଆଗ । ତେଣୁ ପରୀକ୍ଷାରେ ସହଯୋଗ କରିବା ପାଇଁ ଆନ୍ଦୋଳନରତ ଅଧ୍ୟାପକମାନଙ୍କୁ ମନ୍ତ୍ରୀ ଅପିଲ କରିଛନ୍ତି ।


Also Read: ଖୁଲମଖୁଲା ବୁଲୁଛି ମହାବଳ, କ୍ୟାମେରାରେ କଏଦ ହେଲା ଫଟୋ


Also Read: ଦୁଇ ଦଶନ୍ଧି ପରେ ମହାସଂଯୋଗ, ବୁଧ ଚଳନ କାରଣରୁ ଏହି ସବୁ ରାଶିରେ ଆସିବ ରାଜଯୋଗର ସୁଖ


Also Read: Gold Silver Price: ପୁଣି ଖସିଲା ସୁନା-ରୁପା ଦର, ସୁନା ୪,୦୫୦ ଟଙ୍କା ତ ରୁପା ୧୩,୧୮୦ ଟଙ୍କା ମିଳୁଛି ଶସ୍ତା!