Odisha News: ଖୁଲମଖୁଲା ବୁଲୁଛି ମହାବଳ, କ୍ୟାମେରାରେ କଏଦ ହେଲା ଫଟୋ
Advertisement
Article Detail0/zeeodisha/odisha1589139

Odisha News: ଖୁଲମଖୁଲା ବୁଲୁଛି ମହାବଳ, କ୍ୟାମେରାରେ କଏଦ ହେଲା ଫଟୋ

Odisha News: କେନ୍ଦୁଝର (keonjhar)ଜିଲ୍ଲାର ଘଟଗାଁ ରେଞ୍ଜରେ (keonjhar forest) ବୁଲୁଛି ମହାବଳ ବାଘ(royal bengal tiger) । କ୍ୟାମେରାରେ କଏଦ (spotted) ହୋଇଛି ମହାବଳ ବାଘ ବୁଲୁଥିବାର ଫଟୋ(royal bengal tiger) । ବାଘର ବୟସ ୩ରୁ ୪ ବର୍ଷ ହେବ ବୋଲି ସୂଚନା ମିଳିଛି । ଶିମିଳିପାଳରୁ କରଞ୍ଜିଆ ସାତକୋଶିଆ ଦେଇ ଆସୁଛି ପୁଣି ଫେରୁଛି । ବାଘ (royal bengal tiger) ଗତିବିଧି ଉପରେ ନଜର ରଖାଯାଇଥିବା ପିସିସିଏଫ୍ ସୂଚନା ଦେଇଛନ୍ତି । ଏହି ମହାବଳ ବାଘ (royal bengal tiger)ଉପରେ ନଜର ରଖିଛି ବନ ବିଭାଗ ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Odisha News:  କେନ୍ଦୁଝର (keonjhar)ଜିଲ୍ଲାର ଘଟଗାଁ ରେଞ୍ଜରେ (keonjhar forest) ବୁଲୁଛି ମହାବଳ ବାଘ(royal bengal tiger) । କ୍ୟାମେରାରେ କଏଦ (spotted) ହୋଇଛି ମହାବଳ ବାଘ ବୁଲୁଥିବାର ଫଟୋ(royal bengal tiger) । ବାଘର ବୟସ ୩ରୁ ୪ ବର୍ଷ ହେବ ବୋଲି ସୂଚନା ମିଳିଛି । ଶିମିଳିପାଳରୁ କରଞ୍ଜିଆ ସାତକୋଶିଆ ଦେଇ ଆସୁଛି ପୁଣି ଫେରୁଛି । ବାଘ (royal bengal tiger) ଗତିବିଧି ଉପରେ ନଜର ରଖାଯାଇଥିବା ପିସିସିଏଫ୍ ସୂଚନା ଦେଇଛନ୍ତି । ଏହି ମହାବଳ ବାଘ (royal bengal tiger)ଉପରେ ନଜର ରଖିଛି ବନ ବିଭାଗ । ଖାଦ୍ୟ ଅନ୍ୱେଷଣ ଏବଂ ପ୍ରାକୃତିକ ସହବାସ ପାଇଁ ବାହାରକୁ ବାଘ ଆସିଥାଇପାରେ ବୋଲି ପିସିସିଏଫ ସୁଶୀଲ କୁମାର ପୋପଲି ସୂଚନା ଦେଇଛନ୍ତି । ବାଘର(royal bengal tiger) ଗତିବିଧି ଉପରେ ନଜର ରଖିବାକୁ କ୍ୟାମେରା ଲାଗିଛି । ବନବିଭାଗ କର୍ମଚାରୀ ସଜାଗ ଅଛନ୍ତି ବୋଲି ପିସିସିଏଫ ସୁଶୀଲ କୁମାର ପୋପଲି କହିଛନ୍ତି ।

କେବଳ ସେତିକି ନୁହେଁ ବାଘକୁ (royal bengal tiger) ନେଇ ଲୋକଙ୍କୁ ସୂଚନା ଦିଆଯାଉ ନାହିଁ । ହେଲେ ଅଟେଇ ଜଙ୍ଗଲରେ ଥିବା ପ୍ରାୟ ୩୫ କିଲୋମିଟର ଜଙ୍ଗଲିଆ ରାସ୍ତାକୁ ବାଡ ଦେଇ ବନ୍ଦ କରିଦିଆଯାଇଛି । ଏଭଳି କାର୍ଯ୍ୟକଳାପ ବନବିଭାଗର କାର୍ଯ୍ୟଶୈଳୀ ଉପରେ ପୁଣି ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନା ଅନୁସାରେ ଗତ ୨ ତାରିଖରେ କେନ୍ଦୁଝର ଜିଲ୍ଲା (keonjhar forest)ପାଟଣା ବନାଞ୍ଚଳ ରୋହିଣୀଡୁମା ଗାଁରେ ଅନନ୍ତ ମାଝୀ ହାଟରୁ ଫେରୁଥିବାବେଳେ ବାଘ (royal bengal tiger) ଆକ୍ରମଣରେ ପ୍ରାଣ ହରାଇଥିବା ଅଭିଯୋଗ ହୋଇଥିଲା । ମୃତଦେହର ପାରିପାର୍ଶ୍ୱିକ ଅବସ୍ଥାରୁ ବାଘ ଆକ୍ରମଣ ବୋଲି ସ୍ପଷ୍ଟ ହୋଇଥିଲା । ଏହି ଘଟଣାର ୩ ଦିନ ପରେ ଏକ ବାର୍ହାକୁ ମଧ୍ୟ ବାଘ ଖାଇ ଅଧାଖଣ୍ଡିଆ କରି ଛାଡି ଯାଇଥିଲା । ଆହୁରି ମଧ୍ୟ ଅନେକ ଗୃହପାଳିତ ପଶୁ ଚରିବାକୁ ଜଙ୍ଗଲ ଯାଇଥିବାବେଳେ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ମହାବଳ ବାଘକୁ ଖଣି ମାଫିଆ ମାରିଦେବାକୁ ଯୋଜନା କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି । 

 

Also Read : Shocking News: କୁନି ଝିଅକୁ ଝୁଣିଦେଲା କୁକୁର, ୧୧ ଘଣ୍ଟାର ଅପରେସନ ପର ମୁହଁରେ ପଡିଲା ହଜାରେ ଷ୍ଟିଚ୍

Also Read : Shocking News: ସ୍ତ୍ରୀକୁ ପିଟୁଥିଲା ସ୍ବାମୀ, ବାପାକୁ ଚାପୁଡା ମାରି ଜ୍ଞାନ ଦେଲା କୁନି ଝିଅ

ନିକଟରେ ମହାବଳ ବାଘଙ୍କୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିଲା । ଦେଶରେ ଅସୁରକ୍ଷିତ ହୋଇପଡିଛନ୍ତି ମହାବଳ। ୫୦ ଦିନରେ ୩୦ ମହାବଳଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା। ଅବିଶ୍ବସନୀୟ ଲାଗୁଥିଲେ ମଧ୍ୟ ଦେଶରେ ଏଭଳି ଘଟିଛି। ୨୦୨୩ ଜାନୁଆରି ପହିଲାରୁ ଫେବ୍ରୁଆରି ୧୯ ମଧ୍ୟରେ ଏତେ ସଂଖ୍ୟକ ମହାବଳଙ୍କର ମୃତ୍ୟୁ ହୋଇଥିବା କେନ୍ଦ୍ର ସରକାରଙ୍କ ଅଧୀନ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତୃପକ୍ଷ(ଏନ୍‌ଟିସିଏ) ତଥ୍ୟରୁ ଜଣାପଡ଼ିଛି। ମାତ୍ର ୱାଇଲ୍ଡ ଲାଇଫ୍‌ ପ୍ରୋଟେକ୍ସନ ସୋସାଇଟି ଅଫ୍‌ ଇଣ୍ଡିଆ(ଡବ୍ଲୁପିଏସ୍‌ଆଇ)ର ତଥ୍ୟ ଅଲଗା କହୁଛି। ୫୪ ଦିନରେ ୩୬ଟି ମହାବଳ ଓ ୯୯ଟି କଲରାପତରିଆଙ୍କର ମୃତ୍ୟୁ ହୋଇସାରିଛି। ଯଦି ଏହି ହାରରେ ବାଘ ମୃତ୍ୟୁ ଜାରି ରହେ,ତେବେ ବର୍ଷ ଶେଷ ବେଳକୁ ଦେଶରେ ମହାବଳଙ୍କ ସଂଖ୍ୟା ବହୁ ପରିମାଣରେ ହ୍ରାସ ପାଇବ। ସରକାରୀ ଭାବେ ବାଘଙ୍କ ମୃତ୍ୟୁ ସଂଖ୍ୟା ନେଇ ଯେଉଁ ତଥ୍ୟ ଦିଆଯାଉଛି, ବେସରକାରୀ ଭା‌ବେ ଏହା ଢେର୍‌ ଅଧିକ। ଗୋଟିଏ ପଟେ ୨୦୧୮ ବାଘ ଗଣନା ରିପୋର୍ଟ ଆଧାରରେ ସଂଖ୍ୟା ବୃଦ୍ଧି ପାଇଥିବା ନେଇ କେନ୍ଦ୍ର ସରକାର ଆତ୍ମସନ୍ତୋଷ ଲାଭ କରୁଥିବା ବେଳେ ଅନ୍ୟପଟେ ୫ବର୍ଷ ମଧ୍ୟରେ ୫୦୦ରୁ ଅଧିକ ବାଘଙ୍କ ମୃତ୍ୟୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି।