Pramila Tripathy  News In Odia: ପୁଣି ଚର୍ଚ୍ଚାରେ ସମାଜସେବୀ ପ୍ରମିଳା ମାଉସୀ ଓରଫ ପ୍ରମିଳା ତ୍ରିପାଠୀ।  ସରକାରୀ ଘରକୁ ମାଡ଼ିବସିଛନ୍ତି ସମାଜସେବୀ ପ୍ରମିଳା ମାଉସୀ । ଏହି ଅଭିଯୋଗ ନେଇ ଥାନାରେ ଏତଲା ଦିଆଯାଇଛି। ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ନାଁରେ ଗୋଷାଣୀ ନୂଆଗାଁ ଥାନାରେ ଏତଲା ଦିଆଯାଇଛି । ବ୍ରହ୍ମପୁର ମହାନଗର ନିଗମ କମିଶନର ଜେ.ସୋନାଲ ଏହି ଏତଲା ଦେଇଥିବା ସୂଚନା ରହିଛି । ଏତଲାକୁ ଭିତ୍ତି କରି ପ୍ରମିଳାଙ୍କ ବିରୋଧରେ ପୋଲିସ ମଧ୍ୟ ମାମଲା ରୁଜୁ କରିଛି । ସମାଜସେବୀ ପ୍ରମିଳା ତ୍ରିପାଠୀ ଅର୍ଥାତ୍ ସମସ୍ତେ ଜାଣିବା ଭଳି ପ୍ରମିଳା ମାଉସୀ ଦୀର୍ଘଦିନ ଧରି ଏକ ରାଜୀବ ଆବାସ ଆପାର୍ଟମେଣ୍ଟକୁ ତାଲା ପକାଇ ଅକ୍ତିଆର କରିଥିବା ଅଭିଯୋଗ ହୋଇଛି ।


COMMERCIAL BREAK
SCROLL TO CONTINUE READING

ରାଜୀବ ଆବାସ ଆପାର୍ଟମେଣ୍ଟରେ(Rajiv Awas Apartment) ଘର ପାଇଥିବା ହିତାଧିକାରୀଙ୍କୁ ନଦେଇ ନିଜ ଅଧୀନରେ ପ୍ରମିଳା ତ୍ରିପାଠୀ ରଖିବା ନେଇ ଏତଲା ବ୍ରହ୍ମପୁର ମହାନଗର ନିଗମ କମିଶନର ଏତଲା ଦେଇଛନ୍ତି । ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ନାମରେ ଅଭିଯୋଗ ଆସିବା ପରେ ନିଜେ ପ୍ରମିଳା ତ୍ରିପାଠୀ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି  । ସେ ଏଭଳି କରିନାହାଁନ୍ତି ବୋଲି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ତେବେ ପୋଲିସ ମାମଲା ରୁଜୁ କରିଥିବା ବେଳେ ଆଗାମୀ ଆକ୍ସନ କଣ ରହିବ ତା ଉପରେ ନଜର ରହିଛି । 


ସୂଚନାନୁସାରେ, ବ୍ରହ୍ମପୁରର ଦୁଇ ଦୁଇଟି ଘଟଣାରେ ଖୁବ ଚର୍ଚ୍ଚାରେ ରହିଥିଲେ ସମାଜସେବୀ ପ୍ରମିଳା ମାଉସୀ । ପ୍ରଥମେ ତପସ୍ୱୀନି ଓ ଡାକ୍ତର ସୁମିତଙ୍କ ପାରିବାରିକ ମାମଲାରେ ସାହାଯ୍ୟ କରିବାକୁ ଯାଇ ପ୍ରମିଳା ମାଉସୀ ପ୍ରଥମେ ଗଣମାଧ୍ୟମ (Media) ସାମ୍ନାକୁ ଆସିଥିଲେ। ତପସ୍ୱିନୀଙ୍କ ସହ ଖରାବର୍ଷାରେ ରହି ତାଙ୍କ ସାଥ୍ ଦେଇଥିଲେ ପ୍ରମିଳା ମାଉସୀ । ସେହିପରି ତପସ୍ୱିନୀ ମଧ୍ୟ ଅନେକାଂଶରେ ନ୍ୟାୟ ପାଇଥିଲେ । 


ପରେ ପରେ ଦିନେଶ ଓ କେ ଦୀପିକାଙ୍କୁ (K deepika and Dinesh Case) ନ୍ୟାୟ ଦେବାକୁ ଯାଇ ସାମ୍ନାକୁ ଆସିଥିଲେ ସମାଜସେବୀ ପ୍ରମିଳା ମାଉସୀ । ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ଦେବା ସହ କେ ଦୀପିକାଙ୍କୁ ନ୍ୟାୟ ଦେବାକୁ ସବୁବେଳେ ଆଗେଇ ଆସିଥିଲେ ପ୍ରମିଳା ମାଉସୀ ।


Also Read: Odisha News: ଖୁଲମଖୁଲା ବୁଲୁଛି ମହାବଳ, କ୍ୟାମେରାରେ କଏଦ ହେଲା ଫଟୋ


Also Read: Gold Mines In Odisha: ଓଡ଼ିଶାର ଏହି ୩ ଜିଲ୍ଲାରେ ମିଳିଲା ସୁନା ଖଣି, ରାଜ୍ୟ ସରକାର ଦେଲେ ସୂଚନା