Lok Sabha: ଲୋକସଭାରେ ଆଜି କ’ଣ ହେବ
Advertisement
Article Detail0/zeeodisha/odisha2532893

Lok Sabha: ଲୋକସଭାରେ ଆଜି କ’ଣ ହେବ

Lok Sabha(ନୂଆଦିଲ୍ଲୀ): ଆଜି ଅଷ୍ଟାଦଶ ଲୋକସଭାର ତୃତୀୟ ଅଧିବେଶନର ଦ୍ୱିତୀୟ ଦିନ।  ଆଜି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ସ୍ୱରୁପ ଅର୍ଥମନ୍ତ୍ରୀ ବ୍ୟାଙ୍କିଙ୍ଗ୍ ସଂଶୋଧନ ବିଧେୟକ ୨୦୨୪କୁ ଗୃହରେ ଉପସ୍ଥାପନ କରିବା କାର୍ଯ୍ୟକ୍ରମ ରହିଛି। ବିଧେୟକ ପାଇଁ ଆଲୋଚନା ଓ ପାରିତ କରିବା ଲାଗି ଅର୍ଥମନ୍ତ୍ରୀ ପ୍ରସ୍ତାବ ଆଣିବେ। 

Lok Sabha: ଲୋକସଭାରେ ଆଜି କ’ଣ ହେବ

Lok Sabha(ନୂଆଦିଲ୍ଲୀ): ଆଜି ଅଷ୍ଟାଦଶ ଲୋକସଭାର ତୃତୀୟ ଅଧିବେଶନର ଦ୍ୱିତୀୟ ଦିନ।  ଆଜି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ସ୍ୱରୁପ ଅର୍ଥମନ୍ତ୍ରୀ ବ୍ୟାଙ୍କିଙ୍ଗ୍ ସଂଶୋଧନ ବିଧେୟକ ୨୦୨୪କୁ ଗୃହରେ ଉପସ୍ଥାପନ କରିବା କାର୍ଯ୍ୟକ୍ରମ ରହିଛି। ବିଧେୟକ ପାଇଁ ଆଲୋଚନା ଓ ପାରିତ କରିବା ଲାଗି ଅର୍ଥମନ୍ତ୍ରୀ ପ୍ରସ୍ତାବ ଆଣିବେ। ସେହିପରି ଗୃହ ଯଦି ଠିକ୍‍ଠାକ୍‍ ଚାଲେ ତେବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳବାଇ ସଂଶୋଧନ ବିଧେୟକ ୨୦୨୪କୁ ଗୃହରେ ଆଲୋଚନା ଓ ପାରିତ ଲାଗି ପ୍ରସ୍ତାବ ଉପସ୍ଥାପନ କରିବେ। ଏହିସବୁ ପ୍ରସ୍ତାବ ସୋମବାରଦିନ ଆସିବାର ଥିଲା। କିନ୍ତୁ ଗୃହ କାର୍ଯ୍ୟ ମୁଲତବୀ ହେବା ହେତୁ ତାହାକୁ ଆଜିକୁ ଧାର୍ଯ୍ୟ କରାଯାଇଛି। 

ଗୃହ କାର୍ଯ୍ୟ ଆରମ୍ଭରୁ ପ୍ରଶ୍ନୋତ୍ତର କାଳ ପାଇଁ ସମୟ ନିର୍ଦ୍ଧାରଣ କରାଯାଇଛି। ଏ-ହିକ୍ରମରେ ପ୍ରଧାନମନ୍ତ୍ର, ଆଣବିକଶକ୍ତିଳ କୋଇଲା, ଯୋଗାଯୋଗ, ଖାଦ୍ୟା ବଣ୍ଟନ, ଉତ୍ତର-ପୂର୍ବ ବିକାଶ, ଇଲେକ୍ଟ୍ରୋନିକ୍ସ, ପଛୁଆବର୍ଗ, ସୂଚନା ଓ ପ୍ରସାରଣ, ରେଳବାଇ, ଯୋଗାଯୋଗ, ସଂସଦୀୟ ବ୍ୟାପାର, ଅଭିଯୋଗ ପ୍ରଭୃତି ମନ୍ତ୍ରଣାଳୟ ପ୍ରଶ୍ନକୁ ଉତ୍ତର ଦେବେ ସମ୍ପୃକ୍ତ ବିଭାଗୀୟ ମନ୍ତ୍ରୀ। ଏହାପରେ ‘ସଂକଳ୍ପ’ ପ୍ରକଳ୍ପ ବାବଦରେ ଶ୍ରମ, ବୟନ ଓ ଦକ୍ଷତା ବିକାଶ ଷ୍ଟାଣ୍ଡିଂ କମିଟିର ରିପୋର୍ଟର ରୂପାୟନ ବାବଦରେ ଏକ ବୟାନ ଆଜି ଉପସ୍ଥାପନ କରାଯିବ। 

ରାଜ୍ୟସଭାରୁ ଜଣେ ସଦସ୍ୟଙ୍କୁ ଅନୁସୂଚିତ ଜାତି ଓ ଜନଜାତି ବ୍ୟାପାର ସମ୍ପର୍କିତକ ମିଟିରେ ସ୍ଥାନୀତ କରିବା ଲାଗି ଏକ ପ୍ରସ୍ତାବ ଆଗତ ହେବ। ପଛୁଆ ବର୍ଗ କଲ୍ୟାଣ କମିଟି ଲାଗି ରାଜ୍ୟସଭାର ଜଣେ ସଦସ୍ୟଙ୍କୁ ସଦସ୍ୟ ଭାବେ ମନୋନୟନ ଲାଗି ରାଜ୍ୟସଭାକୁ ପ୍ରସ୍ତାବ କରିବା ଲାଗି ଏକ ପ୍ରସ୍ତବ ମଧ୍ୟ ଆଗତ ହେବାର କାର୍ଯ୍ୟକ୍ରମ ରହିଛି। ଆଇଆଇଟି କାଉନ୍ସିଲ୍‍କୁ ଗୃହର ଦୁଇ ସଦସ୍ୟଙ୍କୁ ନିର୍ବାଚନ ମଧ୍‍ୟ ଆଜି ଅନୁଷ୍ଠିତ ହେବ।  ଏହାପରେ ଗୃହର କାର୍ଯ୍ୟବିଧି ଧାରା ୩୭୭ ଅନୁସାରେ  ସଦସ୍ୟମାନଙ୍କ ଆଞ୍ଚଳିକ ପ୍ରସଙ୍ଗକୁ ମଧ୍ୟ  ଗୃହ ଗ୍ରହଣ କରିବା କାର୍ଯ୍ୟକ୍ରମ ରହିଛି।