କନ୍ଧମାଳ: ଉପଖଣ୍ଡ ଆରକ୍ଷୀ ଅଧିକାରୀ ମନୋଜ ପୂଜାରୀଙ୍କ ନିର୍ଦ୍ଦେଶ କ୍ରମେ ବାଲିଗୁଡ଼ା ଏ.ଏସ.ଆଇ ରବିନ୍ଦ୍ର ମୁଣ୍ଡାରୀଙ୍କ ନେତୃତ୍ୱରେ ଏକ ଟିମ୍ ପେଟ୍ରୋଲିଂ କରିବା ସମୟରେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅଧିନସ୍ଥ ମାଦିନାଟ ଗ୍ରାମରେ ଗୋଟିଏ ଇନୋଭା ଏବଂ ଅନ୍ୟ ଏକ ବୋଲେରୋ ଗାଡ଼ିକୁ ଯାଞ୍ଚ କରିବା ସମୟରେ ୨୭୨ କେଜି ଗଞ୍ଜେଇ ସହ ୨ ଜଣକୁ ଗିରଫ କରିଛି। 


COMMERCIAL BREAK
SCROLL TO CONTINUE READING

ଗିରଫ ହୋଇଥିବା ୨ ଜଣ ହେଉଛନ୍ତି ଭୁବନେଶ୍ୱର ଶୈଳଶ୍ରୀ ବିହାର ଅଞ୍ଚଳର ମନୋରଞ୍ଜନ ରାଉତ ଏବଂ ବାଲିଗୁଡ଼ା କାମପଡ଼ା ଅଞ୍ଚଳର ସମୀର ଦିଗାଲ ବୋଲି ଜଣାପଡ଼ିଛି। ସେମାନଙ୍କ ବିରୁଦ୍ଧରେ ବାଲିଗୁଡ଼ା ଥାନାରେ ମାମଲା ରୁଜୁ କରାଯିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାଇଛନ୍ତି ବାଲିଗୁଡ଼ା ଥାନା ଭାର ପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା।


Also Read: ଗଜପତି ପ୍ରଶାସନର ବାଡ଼ିରେ ଗଞ୍ଜେଇ ଚାଷ!


 


ଅନ୍ୟପଟେ ଜିଲ୍ଲାର ଫିରିଙ୍ଗିଆ ଥାନା ଜଙ୍ଗଲ ଅଞ୍ଚରୁ ଭୁବନେଶ୍ୱରକୁ ୧୦୫ କେଜି ୯୦୦ଗ୍ରାମ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଫିରିଙ୍ଗିଆ ପୋଲିସ୍ ଖବର ପାଇ ୨ ଜଣକୁ ଗିରଫ କରିଛି। ସେହି ଦୁଇ ଜଣ ହେଉଛନ୍ତି ଦୁର୍ଗା ଚରଣ ଦାଶ ଏବଂ ସନ୍ତୋଷ ବେହେରା। ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବା ପରେ କୋର୍ଟ ଚାଲାଣ କରିଥିବା କହିଛନ୍ତି ଫିରିଙ୍ଗିଆ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ୟାମ ସୁନ୍ଦର ରାଓ।