)
Weather Update: ରାଜ୍ୟରେ ଜାରି ରହିଛି ମୌମୁମୀ ଜନିତ ବର୍ଷା। ବଙ୍ଗୋପସାଗରରେ ସକ୍ରିୟ ଥିୂବା ଘୂର୍ଣ୍ଣିବଳୟ ସହ ଏବେ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ପ୍ରଭାବରେ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି। ପହିଲାରୁ ରାଜ୍ୟରେ ବର୍ଷାର ବିସ୍ତୁତି କମିବ ଏବଂ ପୁଣି ୭ ତାରିଖରୁ ରାଜ୍ୟରେ ବର୍ଷାର ବିସ୍ତୁତ ପରିମାଣ ବଢିବ। ଏବଂ କାଳବୈଶାଖି ପ୍ରଭାବ କମିବା ସହ ଭାରି ବର୍ଷା ସମ୍ଭାବନା ଥିବା ନିର୍ଦ୍ଦେଶକା କହିଛନ୍ତି।
ଗୁରୁବାର ପରି ଶୁକ୍ରବାର ମଧ୍ୟ ରାଜ୍ୟରେ ପାଗ ମେଘୁଆ ରହିବା ସହ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ରେକର୍ଡ଼ ହୋଇଛି। ଅନୁଗୁଳରେ ସର୍ବାଧିକ ୧୦୨ ମିମି ବର୍ଷା ହୋଇଥିବା ବେଳେ ନୟାଗଡରେ ୩୨, ବଲାଙ୍ଗୀରରେ ୨୬ ଓ ଭବାନୀପାଟଣାରେ ୧୬.୪ ମିମି ବର୍ଷା ରେକର୍ଡ଼ ହୋଇଛି। ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କତା ଜାରି ହୋଇଛି।
ଆଜି (ଶନିବାର) ଝାରସୁଗୁଡା, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ, ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଥିବା ବେଳେ କେନ୍ଦୁଝର, ମୟୂରଭଂଜ ଓ ସୁନ୍ଦରଗଡ ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ସେହିପରି, ରାଜ୍ୟରେ ରବିବାର ମଧ୍ୟ ସ୍ଥାନେ ସ୍ଥାନେ ଭାରି ବର୍ଷା ନେଇ କିଛି ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି ହୋଇଛି। ସେହି ଜିଲ୍ଲା ଗୁଡିକ ହେଲା, ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ ଓ କେନ୍ଦୁଝର । ସୂଚନାଯୋଗ୍ୟ, ଜୁନ୍ ୧ରୁ ଏପର୍ଯ୍ୟନ୍ତ ରାଜ୍ୟରେ ୧୯୨.୩ ମିମି ସ୍ବାଭାବିକ୍ ବର୍ଷା ବଦଳରେ ୧୨୭ ମିମି ବର୍ଷା ରେକର୍ଡ଼ ହୋଇଛି। ସ୍ବାଭାବିକ୍ ବର୍ଷା ତୁଳନାରେ ଏହା ୩୪ % ଅଭାବୀ ରହିଛି।