ଗଜପତି: କୋରୋନା ମାମଲାକୁ ନେଇ ଏବେ ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ମାତ୍ର ତିନୋଟି ଜିଲ୍ଲା ୟେଲୋ ଜୋନରେ ଅଛି। ଦ୍ରୁତ ସଂକ୍ରମିତ ମହାମାରୀ ଠାରୁ ଆଦିବାସୀ ଅଧ୍ୟୁସିତ ମାଲକାନଗିରି, କନ୍ଧମାଳ ଓ ଗଜପତି ଟିକିଏ ଦୂରରେ ଅଛନ୍ତି। ତଥାପି ସେଠାକାର ପ୍ରଶାସନ ଲୋକଙ୍କୁ ସଚେତନ କରିବା ସହ ସାମ୍ବାଦିକ ସମ୍ମିଳନୀରେ କୋଭିଡ ପରିଚାଳନା ସମ୍ବନ୍ଧୀୟ ସମସ୍ତ ତଥ୍ୟ ପ୍ରଦାନ କରୁଛନ୍ତି।


COMMERCIAL BREAK
SCROLL TO CONTINUE READING

ଆଜି ଏକ ସମ୍ୱାଦିକ ସମ୍ମିଳନୀ କରି ଗଜପତି ଜିଲ୍ଲାପାଳ ଅନୁପମ୍ ସାହା (Anupam Saha) କହିଛନ୍ତି  ଆର ସିତାପୁର କୋଭିଡ ହସ୍ପିଟାଲ ସହ ଦୁଇଟି କେୟାର ସେଣ୍ଟର ଏବଂ ଗୋଟିଏ ଡେଡିକେଟେଡ କୋଭିଡ ହେଲଥ୍ ସେଣ୍ଟର କାର୍ଯ୍ୟକ୍ଷମ ହୋଇଛି। ଯେଉଁଥିରେ ମୋଟ ୫୩୨ ଶଯ୍ୟା ରହିଥିବା ବେଳେ ସେଥିମଧ୍ୟରୁ ୧୦ଟି ICU,୫ଟି ସେମି ICU ଏବଂ ୬୪ଟି ଅକ୍ସିଜେନ ସଂଯୁକ୍ତ ବେଡ ରହିଛି। ବର୍ତ୍ତମାନ ୧୫୦ ଜଣ ଏସବୁ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ୩୮୨ ବେଡ଼ ମହଜୁଦ ରହିଛି। ଜିଲ୍ଲାରେ ଆକଳନ ଅନୁସାରେ ଅକ୍ସିଜେନ ମହଜୁଦ ଥିବା ଜିଲ୍ଲାପାଳ କହିଛନ୍ତି। 


Also Read: ମହାମାରୀରେ ମହାନାଟକ! କୋରୋନା ନିୟମ ଭାଙ୍ଗି ବାହାଘର, ସହର ବୁଲିଲା ଶୋଭାଯାତ୍ରା


ସେ ପୁଣି କହିଛନ୍ତି, ଜିଲ୍ଲା (Gajapati) ରେ ନିୟୋଜିତ ହୋଇଥିବା ୪୨ରୁ ଊର୍ଦ୍ଧ୍ବ ଆମ୍ବୁଲାନ୍ସ ମଧ୍ୟରୁ ୩୭ଟିରେ ଅକ୍ସିଜେନ ସଂଯୁକ୍ତ ରହିଛି। ବ୍ଲକ୍ ସ୍ତରରେ ୨୫ଟି ରାପିଡ ରେସପୋନ୍ସ ଟିମ୍ ଓ ୫ଟି ସହରାଞ୍ଚଳରେ   ନିୟୋଜିତ ଅଛନ୍ତି। ସମସ୍ତ କୋଭିଡ ଚିକିତ୍ସା କେନ୍ଦ୍ରରେ ୨୪ଘଣ୍ଟିଆ ଡେଡିକେଟେଡ ହେଲ୍ପ ଡେସ୍କ ଖୋଲାଯାଇଛି। ଏଗୁଡିକରୁ ସମସ୍ତ ତଥ୍ୟ ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟକୁ ଯୋଡ଼ି ହୋଇ ରହିଛନ୍ତି। ଏହାସତ୍ତ୍ୱେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ବ୍ଲକ ସ୍ତରରେ ୧୪୦ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଓ ସହରାଞ୍ଚଳରେ ୧୭ଟି ପ୍ରସ୍ତୁତ କରାଯାଇଛି।


ଅପରପକ୍ଷରେ ଜିଲ୍ଲାରେ ପ୍ରାୟ ୬ ଲକ୍ଷ (୨୦୧୧ ଜନଗଣନା ଅନୁସାରେ ୫ ଲକ୍ଷ ୭୭ ହଜାର ୮୧୭) ଜନସଂଖ୍ୟା ଥିବା ବେଳେ ମାତ୍ର ୮୨,୮୮୬ ଜଣଙ୍କୁ ଟିକା ଦିଆଯାଇଛି। ଟିକାକରଣ ପ୍ରକ୍ରିୟା ଜାରି ରହିଛି। ଜିଲ୍ଲାରେ ମୋଟ ୧୭ଟି କୋଭିଡ ପରୀକ୍ଷା କେନ୍ଦ୍ରରେ ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ ୪୮ ହଜାର ୬୦୯ ଲୋକଙ୍କ ସ୍ୱାବ ପରୀକ୍ଷା କରାଯାଇଛି। ଜିଲ୍ଲାରେ ମୋଟ ୪୧ଗୋଟି ଆମ୍ବୁଲାନ୍ସ ରହିଥିବା ବେଳେ ୩୭ଗୋଟି ଅକ୍ସିଜେନ ଯୁକ୍ତ ଆମ୍ବୁଲାନ୍ସ କାର୍ଯ୍ୟକାରୀ ହେଉଛି। କଣ୍ଟ୍ରୋଲ ରୁମ ଓ ହେଲ୍ପ ଡେସ୍କ ମାଧ୍ୟମରେ ସରକାରଙ୍କ ଗାଇଡଲାଇନ ପ୍ରକାରେ ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି।