ବିକାଶର ବିକଳ୍ପ ଧର୍ମ ପରିବର୍ତ୍ତନ
ଆଦିବାସୀ ଅଧ୍ୟୁଷିତ ପାହାଡ ପର୍ବତ ଘେରା ଗଜପତି ଜିଲ୍ଲାର ମୋହନା ପଞ୍ଚାୟତର ହୁଏରୀ ଗ୍ରାମ। ଗାଁକୁ ଯିବାକୁ ହେଲେ ୨ କିଲୋମିଟର ପାହାଡିଆ ପଥୁରିଆ ରାସ୍ତା ଚଡି ଅତିକ୍ରମ କରିବାକୁ ପଡେ। ରାସ୍ତା ଖଣ୍ଡିଏ ନଥିବା ଯୋଗୁଁ ସମସ୍ତ ମୈଳିକ ସୁବିଧା ଅପହଞ୍ଚ ହୋଇ ରହିଛି। ପ୍ରାୟ ୬୦ ବର୍ଷ ହେବ ୩୦ରୁ ଊର୍ଦ୍ଧ୍ଦ ଅଧିକ ଆଦିବାସୀ କୁଇ, କନ୍ଧ ପରିବାର ବସବାସ କରିଆସୁଥିବା ବେଳେ ବିକାଶରେ ପଥୁରିଆ ରାସ୍ତା ବାଧକ ସାଜିଛି। ଯାଫଳରେ ଜରୁରୀକାଳୀନ ପରିସ୍ଥିତିରେ ସ୍ବାସ୍ଥ୍ୟ ସୁବିଧା ନ ପାଇ ଅନେକ ମୃତ୍ୟୁବରଣ କରିଥିବା ବେଳେ କ୍ରମଶଃ ଜନସଂଖ୍ୟା କମିବାରେ ଲାଗିଛି।
ଗଜପତି: ଅନୁନ୍ନତ ଉପାନ୍ତ ଅଞ୍ଚଳ ତଥା ବିକାଶର ପାଦଚିହ୍ନ ପଡିନଥିବା ଗ୍ରାମରେ ଧର୍ମ ପରିବର୍ତ୍ତିତ ହେଉଛି। ବର୍ଷ ବର୍ଷ ଧରି ନାନା ଦୁର୍ଦ୍ଦଶାରେ ପେସି ହେଉଥିବା ଗ୍ରାମବାସୀ ଏବେ ଗାଁର ଉନ୍ନତି ହେବା ଲକ୍ଷ୍ୟରେ ହିନ୍ଦୁ ଧର୍ମ ଛାଡି ଖ୍ରୀଷ୍ଟ ଧର୍ମକୁ ଗ୍ରହଣ କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଗଜପତି ଜିଲ୍ଲାର ମୋହନା ଠାରୁ ଅତିନିକଟରେ ଥିବା ମୋହନା ପଞ୍ଚାୟତର ହୁଏରୀ ଗ୍ରାମରେ ଘଟିଛି। ସରକାରଙ୍କ ଉପରେ ଭରସା ତୁଟିବାରୁ ଚଳିତ ନିର୍ବାଚନରେ ସମୂହ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଆଦିବାସୀ ଅଧ୍ୟୁଷିତ ପାହାଡ ପର୍ବତ ଘେରା ଗଜପତି ଜିଲ୍ଲାର ମୋହନା ପଞ୍ଚାୟତର ହୁଏରୀ ଗ୍ରାମ। ଗାଁକୁ ଯିବାକୁ ହେଲେ ୨ କିଲୋମିଟର ପାହାଡିଆ ପଥୁରିଆ ରାସ୍ତା ଚଡି ଅତିକ୍ରମ କରିବାକୁ ପଡେ। ରାସ୍ତା ଖଣ୍ଡିଏ ନଥିବା ଯୋଗୁଁ ସମସ୍ତ ମୈଳିକ ସୁବିଧା ଅପହଞ୍ଚ ହୋଇ ରହିଛି। ପ୍ରାୟ ୬୦ ବର୍ଷ ହେବ ୩୦ରୁ ଊର୍ଦ୍ଧ୍ଦ ଅଧିକ ଆଦିବାସୀ କୁଇ, କନ୍ଧ ପରିବାର ବସବାସ କରିଆସୁଥିବା ବେଳେ ବିକାଶରେ ପଥୁରିଆ ରାସ୍ତା ବାଧକ ସାଜିଛି। ଯାଫଳରେ ଜରୁରୀକାଳୀନ ପରିସ୍ଥିତିରେ ସ୍ବାସ୍ଥ୍ୟ ସୁବିଧା ନ ପାଇ ଅନେକ ମୃତ୍ୟୁବରଣ କରିଥିବା ବେଳେ କ୍ରମଶଃ ଜନସଂଖ୍ୟା କମିବାରେ ଲାଗିଛି। ରାସ୍ତା ନିର୍ମାଣ ପାଇଁ ବହୁ ବିଭାଗୀୟ ଅଧିକାରୀ ଓ ନେତାଙ୍କୁ ଗ୍ରାମବାସୀ ବାରମ୍ବାର ଗୁହାରି ଜଣାଇଆସିଛନ୍ତି। କିନ୍ତୁ କୈଣସି ସୁଫଳ ମିଳିନଥିବା ଯୋଗୁଁ ବିକଳ୍ପ ପନ୍ଥା ଭାବେ ଏବେ ଲୋକେ ଧର୍ମ ପରିବର୍ତ୍ତନ କରିଛନ୍ତି।
Also Read: ମମିତା ହତ୍ୟାକାଣ୍ଡ: ଆଜି କଂଗ୍ରେସର ଓଡ଼ିଶା ବନ୍ଦ, ହାଇକୋର୍ଟ ଦେଇଛନ୍ତି ଏହି ନିର୍ଦ୍ଦେଶ
ମିଜୋରାମ ସିନୋଡ ମିଶନ ନାମକ ଏକ ସଂସ୍ଥା ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଗାଁରେ ନୂତନ ଭାବେ ଚର୍ଚ୍ଚ ଉଦଘାଟନ ହୋଇଛି। ସରକାରଙ୍କ ଭରସା ତୁଟିବାରୁ ଆଗାମୀ ନିର୍ବାଚନରେ ସମୂହ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ବହୁ ପୁରାତନ କାଳରୁ ହୁଏରୀ ଗ୍ରାମବାସୀ ହିନ୍ଦୁ ଧର୍ମର ଦେବା ଦେବୀ (ଗୁଙ୍ଗୀ, ଠାକୁରାଣୀ) ଙ୍କୁ ପୂଜାର୍ଚ୍ଚନା କରିଆସୁଥିଲେ। ହେଲେ ବର୍ତ୍ତମାନ ଖ୍ରୀଷ୍ଟ ଧର୍ମରେ ପରିବର୍ତ୍ତିତ ହୋଇ ଇଶ୍ବରଙ୍କ ଠାରେ ପ୍ରାର୍ଥନା କରୁଥିବା ଗ୍ରାମବାସୀ କହୁଛନ୍ତି।
ଗୋଟିଏ ପଟେ ବିକାଶର ଧାରା ବଜାୟ ରଖିବା ପାଇଁ ଉପାନ୍ତ ଅଞ୍ଚଳରେ ମାଳ ମାଳ ଯୋଜନା କରୁଛନ୍ତି। କନ୍ତୁ ଦୀପତଳ ଅନ୍ଧାର ସଦୃଶ ମୋହନା ଠାରୁ ଅତି ନିକଟରେ ଥିବା ହୁଏରୀ ଆଦିବାସୀ ଗ୍ରାମରେ ବିକାଶର ପାଦଚିହ୍ନ ପଡିନି। ଭ୍ରାନ୍ତ ଧାରଣା ଓ ଖ୍ରୀଷ୍ଟ ଧର୍ମରେ ବିଶ୍ୱାସର ବସବର୍ତ୍ତୀ ହୋଇ ଗ୍ରାମବାସୀ ଏବେ ଧର୍ମ ପରିବର୍ତ୍ତନ ଭଳି ବଡ ପଦକ୍ଷେପକୁ ଅପଣେଇଛନ୍ତି। ଅପରପକ୍ଷେ ଆବଶ୍ୟକତା ଠାରୁ କମ ଜନବସତି ଥିବା ହେତୁ ହୁଏରୀ ଗାଁକୁ ରାସ୍ତା ନିର୍ମାଣ ହୋଇପାରିନି।
Also Read: ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ ସମୟ ପୂର୍ବରୁ ଅବସର ନେବେ DPG ଅଭୟ!
ମୋହନା ଠାରୁ ହୁଏରୀ ସଂଯୋଗ କରୁଥିବା ଗଣ୍ଡାପଦର ଗ୍ରାମ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡକରେ ରାସ୍ତା କାମ ସରିଥିବା ବେଳେ ଯେକୌଣସି ଯୋଜନାରେ ଅନ୍ତର୍ଭୁକ୍ତ କରି ରାସ୍ତା ନିର୍ମାଣ କରାଯିବ ବୋଲି ମୋହନା ଗ୍ରାମ୍ୟ ଉନ୍ନୟନ ବିଭାଜନର ସହକାରୀ ନିର୍ବାହୀ ଯନ୍ତ୍ରୀ, ଅଭିମନ୍ୟୁ ପାତ୍ର ପ୍ରତିଶୃତି ଦେଇଛନ୍ତି। ମୋହନା
ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀଙ୍କୁ ଏବେ ବି ସାଧାରଣ ମୌଳିକ ସୁବିଧା ମିଳୁପାରୁନଥିବା ବେଳେ କ୍ରମଶଃ ହିନ୍ଦୁ ଧର୍ମରୁ ଖ୍ରୀଷ୍ଟ ଧର୍ମକୁ ପରିବର୍ତ୍ତନ ହେଉଛନ୍ତି। ଲୋକଙ୍କ ମଧ୍ୟରେ ଭ୍ରାନ୍ତ ଧାରଣା ଓ ସରକାରଙ୍କ ଅସହଯୋଗ ପରୋକ୍ଷରେ ଦାୟୀ ରହିଥିବା ବେଳେ ଧର୍ମ ପରିବର୍ତ୍ତନ ଆବଶ୍ୟକତା କାହିଁକି ରହିଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।