ମମିତା ହତ୍ୟାକାଣ୍ଡ: ଆଜି କଂଗ୍ରେସର ଓଡ଼ିଶା ବନ୍ଦ, ହାଇକୋର୍ଟ ଦେଇଛନ୍ତି ଏହି ନିର୍ଦ୍ଦେଶ
Advertisement
Article Detail0/zeeodisha/odisha1025608

ମମିତା ହତ୍ୟାକାଣ୍ଡ: ଆଜି କଂଗ୍ରେସର ଓଡ଼ିଶା ବନ୍ଦ, ହାଇକୋର୍ଟ ଦେଇଛନ୍ତି ଏହି ନିର୍ଦ୍ଦେଶ

ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ (Mamita Meher Murder Case) କୁ ନେଇ ବିଜେପି ରାଜ୍ୟବ୍ୟାପୀ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ଏବେ କଂଗ୍ରେସ ସେଥିରେ ସାମିଲ ହୋଇଛି। ହତ୍ୟାକାଣ୍ଡରେ ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର (Divyashankar Mishra) ଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହୋଇଛି।

ଡିଜାଇନ୍ ଫଟୋ

ଭୁବନେଶ୍ୱର: ମମିତା ମେହେର ହତ୍ୟାକାଣ୍ଡର ପ୍ରତବାଦରେ ଶୁକ୍ରବାର କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ। ମମିତା ହତ୍ୟାକାଣ୍ଡ ଘଟଣାରେ ରାଷ୍ଟ୍ର ଗୃହମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଏହି ବନ୍ଦ ପାଳନ କରାଯାଇଛି। ତେବେ ହାଇକୋର୍ଟ ମଧ୍ୟ ଓଡିଶା ବନ୍ଦକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି।

ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ (Mamita Meher Murder Case) କୁ ନେଇ ବିଜେପି ରାଜ୍ୟବ୍ୟାପୀ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ଏବେ କଂଗ୍ରେସ ସେଥିରେ ସାମିଲ ହୋଇଛି। ହତ୍ୟାକାଣ୍ଡରେ ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର (Divyashankar Mishra) ଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହୋଇଛି। ତେଣୁ ନବୀନ (Naveen Patnaik) ଙ୍କ ମନ୍ତ୍ରିମଣ୍ଡଳରୁ ତାଙ୍କୁ ବହିଷ୍କାର ଦାବିରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଶୁକ୍ରବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏଥିରେ ସାମିଲ ହେବାକୁ ମଧ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି। 

Also Read: ମମିତା ମୃତ୍ୟୁର ନୂଆ ମୋଡ଼: ନବୀନଙ୍କ 'ଶେଷର ଆରମ୍ଭ ?'

ଓଡ଼ିଶା ବନ୍ଦ (odisha Bandh) କୁ ନେଇ ହାଇକୋର୍ଟ (Odisha High Court)  ଅନେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଜୋର ଜବରଦସ୍ତ ବନ୍ଦ ପାଳନ ହେବନାହିଁ ଓ ପ୍ରତିବାଦ ବେଳେ ଜନସାଧାରଣଙ୍କୁ କୌଣସି ଅସୁବିଧା ନ ହେଉ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଜବରଦସ୍ତ ବନ୍ଦ କଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ ହେବ। ହାଇକୋର୍ଟଙ୍କ ଶୁଣାଣି ଅନୁସାରେ, ଆନ୍ଦୋଳନକାରୀ କେବଳ ବିକ୍ଷୋଭ ଓ ହରତାଲ କରି ପାରିବେ। ଜବରଦସ୍ତୀ ସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର, ରାସ୍ତା ଘାଟ ବନ୍ଦ କରି ପାରିବେନାହିଁ। ବନ୍ଦ କଲେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ। 

ସେପଟେ ହାଇକୋଟଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ କଂଗ୍ରେସ  (Congress) ବିକ୍ଷୋଭ କରୁଛି। ଜରୁରୀକାଳୀନ ସେବା, ମୋଟରଯାନ ଓ ଛାତ୍ରଛାତ୍ରୀଙ୍କୁ ଅଟକା ଯିବ ନାହିଁ। ବସ, ଟ୍ରେନ ଓ ସାଧରଣ ପରିବହନରେ ମଧ୍ୟ ବାଧା ସୃଷ୍ଟି କରାଯିବ ନାହିଁ। ବନ୍ଦକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ସେପଟେ ବନ୍ଦକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କୁ ସକାଳ ୯ଟା ସୁଦ୍ଧା କାର୍ଯ୍ୟାଳୟରେ ପହଞ୍ଚିବାକୁ ପରାମର୍ଶ ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି।