କଳାହାଣ୍ଡି: ଜିଲ୍ଲାର ମୁଖ୍ୟ ସମସ୍ୟା ହେଉଛି ଦାଦନ। ସରକାର ଏନେଇ ଅନେକ ଯୋଜନା କାର୍ଯ୍ୟକାରୀ କରୁଥିଲେ ମଧ୍ୟ କେତେକ ସ୍ଥାନରେ ଏହି ଯୋଜନାର ସଫଳ ରୂପାୟନ ହୋଇ ନ ପାରି ହେବା କାରଣରୁ ହଜାର ହଜାର ଲୋକ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ମାତ୍ର କିଏ ଶବ ହୋଇ ଫେରୁଛି ଆଉ କିଏ ବିକଳାଙ୍ଗ ହୋଇ ଫେରୁଛି। ଆଉ କିଏ ଫେରି ମଧ୍ୟ ପାରୁନାହାଁନ୍ତି। ସରକାର ଗରିବ ଲୋକଙ୍କୁ ଶହେ ଦିନର କାମ ଯୋଗାଇ ଦେଉଥିବା ନେଇ ଡିଣ୍ଡିମ ପିଟୁ ଥିବା ବେଳେ ଏପଟେ ତାହାର ଓଲଟା ଫଳ ଦେଖିବାକୁ ମିଳୁଛି। 


COMMERCIAL BREAK
SCROLL TO CONTINUE READING

ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଚିଙ୍ଗିରିପାସ୍ ଗ୍ରାମରେ ଦେଖିବାକୁ ମିଳିଛି ଦାଦନ ଦୁଃଖ। ଏହି ଗ୍ରାମର ସୁଦର୍ଶନ ଝୋଡିଆ ପରିବାର ପ୍ରତିପୋଷଣ ଆଶାରେ ଗତ ୩ ବର୍ଷ ତଳେ ଦାଦନ ଖଟିବାକୁ କେରଳ ଯାଇଥିଲେ। ସେଠାରେ ସେ ଏକ ଷ୍ଟିଲ କାରଖାନରେ କାମ କରୁଥିଲେ। ମାତ୍ର ମଙ୍ଗଳବାର ସକାଳେ କାମ କରୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ ସୁଦର୍ଶନ। ଏହି ଘଟଣା ପରେ ସାଥି ଶ୍ରମିକ ତୁରନ୍ତ ନିକଟସ୍ଥ ମେଡ଼ିକାଲ ନେଇ ଯାଇଥିଲେ।  ହେଲେ ସେଠାରେ ତାଙ୍କର ମୃତୁ ହୋଇଥିଲା। ମୃତଦେହ ଆଣିବା ପାଇଁ ପରିବାର ଲୋକେ କମ୍ପାନୀ ସହ ଆଲୋଚନା କରିବା ପରେ ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କ ମୃତଦେହ ଗ୍ରାମକୁ ଫେରୁଥିବା ଖବର ମିଳିଛି। ସେପଟେ ସୁଦର୍ଶନଙ୍କ ମୃତ୍ୟୁ ଖବର ପାଇବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।