ବାଲେଶ୍ଵର ଜିଲ୍ଳା ବାଲିଆପାଳ ଥାନା ରେମୁ ଗ୍ରାମରେ ଏକ ବିବାହ ବେଳର ଏପରି ଅପ୍ରୀତିକର ଘଟଣାର ଭାଇରାଲ ଭିଡିଓ ଏବେ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି।ତେବେ ବର ଶିଶୁପାଳ ହେବା ଭୟରେ ବେହୋସ ହୋଇ ଯାଇଥିବା ବେଳେ, ସାଙ୍ଗ ଓ ଘର ଲୋକ ତାଙ୍କୁ ଅନ୍ୟତ୍ର ବିବାହ କରାଇ ଘରକୁ ନେଇଥିବାଖବର ମିଳିଛି। ପ୍ରାପ୍ତ ସୂଚନା ଅନୁସାରେ ଭୋଗରାଇ ବ୍ଲକ କମର୍ଦ୍ଦା ଅଞ୍ଚଳର ଜନୈକ ବର ବାଲିଆପାଳ ଥାନା ରେମୁ ଗ୍ରାମକୁ ଗତ ସପ୍ତାହେ ତଳେ ବିବାହ କରିବାକୁ ଆସିଥିଲେ। ପରମ୍ପରା, ରୀତିନୀତି ଅନୁସାରେ ବୈଦିକ ନିୟମ ଅନୁଯାୟୀ ଉଭୟ ପକ୍ଷ  ଏହି ବିବାହ କାର୍ଯ୍ୟ କରୁଥିଲେ । ବର ଯାତ୍ରୀ ଠିକ ସମୟରେ ଆସିଥିଲା।ବେଦୀରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା,  ମାତ୍ର ସିନ୍ଦୂର ପିନ୍ଧା ବେଳେ ଅସଲ ଖେଳ ଆରମ୍ଭ ହୋଇ ଥିଲା, ଯାହା ଏବେ ଭାଇରାଲ ହୋଇଛି।


COMMERCIAL BREAK
SCROLL TO CONTINUE READING

 ତେବେ ଏଠାରେ ପ୍ରଶ୍ନ ଉଠୁଛି ସବୁ ଯଦି ସହମତି ରେ ହୋଇଥିଲା ତେବେ ଏମିତି ହାଇ ଡ୍ରାମା କାହିକି ?? ଯାହା ଜଣାପଡ଼ିଛି କନ୍ୟା ଜଣକ ଏହି ବିବାହରେ ରାଜି ନ ଥିଲେ ।ସେ  ପୂର୍ବରୁ ପ୍ରେମ ବିବାହ କରି ସାରିଥିଲେ । ତେବେ ଏସବୁ ଜାଣିବି କଣ ପାଇଁ କନ୍ୟା ପକ୍ଷ ବର ପକ୍ଷ ର ସମ୍ମାନ ହାନି କଲେ  ତାହା ତଦନ୍ତ ସାପେକ୍ଷ।ତେବେ ବର୍ତ୍ତମାନ ସୁଦ୍ଧା ଏବାବଦରେ ଥାନାରେ କିଛି ଅଭିଯୋଗ ନଥିବା ବେଳେ ଗ୍ରାମବାସୀ ବା କନ୍ୟା ଏବଂ ବର ଘର କେହି ପ୍ରତିକ୍ରିୟା ରଖି ନାହାନ୍ତି।ତେବେ କନ୍ୟା ଜଣକ ତାଙ୍କ ପୂର୍ବ ପ୍ରେମିକଙ୍କ ଘରେ ରହିଥିବା ବିଶ୍ଵସ୍ତ ସୂତ୍ରରୁ ଜଣା ପଡିଛି। ଏହା ଗୋଟିଏ ଘଟଣା ନୁହେ ନିକଟରେ ଭୁବନେଶ୍ଵର ରେ ମଧ୍ୟ ଚତୁର୍ଥୀ ପର ଦିନ ମନ୍ଦିର ବୁଲିବା ନାମରେ କନ୍ୟା ଜଣକ ନିଜ ସମ୍ପର୍କୀୟ ମାନଙ୍କ ସହାୟତାରେ ବରକୁ ନୀର୍ଦ୍ଧୁମ ମାଡ଼ ମାରି ସୁନା ଗହଣା ନେଇ ଚମ୍ପଟ ମାରିଥିଲେ । ତେବେ କାହିକି ଏପରି ସାମାଜିକ ମୂଲ୍ୟବୋଧ ର ଅବଖ୍ଯୟ ଘଟୁଛି, ରୀତି ନୀତି ପରମ୍ପରା ର ଧଜୀଆ ଉଡୁଛି ସେ ବିଷୟରେ ଚିନ୍ତନ ର ସମୟ ଆସିଛି।