କୋରାପୁଟ: ସ୍ୱାଧୀନତାର ୭୫ତମ ବର୍ଷ ପୁର୍ତ୍ତି ଉପଲକ୍ଷେ ଭାରତର ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେତିବାକୁ ମିଳିଛି। ଏହି ଅବସରରେ ଜୟପୁର ଠାରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଯେଉଁଠି ସ୍ଥାନୀୟ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ଜୟପୁର ପୌର ପରିଷଦର ସଦସ୍ୟମାନେ ସାମିଲ ହୋଇଥିଲେ। ଆଉ ଆଦିବାସୀ ଗୀତର ତାଳେ ତାଳେ ବିଧାୟକ ବାହିନୀପତି ମନଭରି ନୃତ୍ୟ ପରିବେଷଣ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ସ୍ୱାଧୀନତାର ୭୫ତମ ବର୍ଷ ପୁର୍ତ୍ତି ଉପଲକ୍ଷେ ସୋମବାର ଜୟପୁର ଠାରେ ଏକ ସାସ୍କୃତିକ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜୟନଗରସ୍ଥିତ ଏକ କଲ୍ୟାଣ ମଣ୍ଡପ ଠାରେ ଜୟପୁର ପୌରପାଳିକା ଦ୍ୱାରା କାଯ୍ୟକ୍ରମକୁ ଆୟୋଜିତ କରାଯାଇଥିଲା। ଏଥିରେ ବିଧାୟକ ତାରା ପ୍ରସାଦ ବାହିନୀପତି, ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ଉପାଧ୍ୟକ୍ଷ ବି ସୁନିତା, ତହସିଲଦାର ପ୍ରଧାନ ଟୁଲ୍ଲି ଆମ୍ମା, ପୌର କାଯ୍ୟନିବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ଏସଡିପିଓ ଅରୁପ ଅଭିଷେକ ବେବହେରା ଅତିଥି ଭାବେ ଯୋଗ ଦେଇଥିଲେ। 


Also Read: ସ୍ୱାଧିନତା ଦିବସରେ ୨୦୦ରୁ ଊର୍ଦ୍ଧ୍ୱ ଆସିଷ୍ଟାଣ୍ଟ ପ୍ରଫେସଙ୍କୁ ବାନ୍ଧିଲା ଆପ୍ ସରକାର


ଆଦିବାସୀ ଗୀତ ଶୁଣିଲେ ବିଧାୟକ ତାରା ବାହିନୀପତି ସତେ ଯେମିତି ନିଜ ପାଦକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ। ସେ କୋରାପୁଟିଆ ବାଜା ଓ ଗୀତକୁ ଖୁବ ପସନ୍ଦ କରନ୍ତି। ଜୟପୁର ପୌରପାଳିକା ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଦିବାସୀ ଗୀତର ତାଳେ ତାଳେ ବିଧାୟକ ବାହିନୀପତି, ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତ. ତହସଲିଦାର ପ୍ରଧାନ ଟୁଲ୍ଲି ଆମ୍ମା, ପୌର କାର୍ଯ୍ୟନିବାହି ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ନାଚି ଥିଲେ। ମଞ୍ଚରେ ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ନାଚର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।