ଝାରସୁଗୁଡା: ଦେଶରେ ଦିନକୁ ଦିନ ହୁ ହୁ ହୋଇ ବଢିଚାଲିଛି କୋରୋନା ମହାମାରୀ। ରାଜ୍ୟରେ ବଢୁଥିବା କୋଭିଡ୧୯ ସଂକ୍ରମଣକୁ ରୋକିବା ପାଇଁ ଜାରି ହୋଇଥିବା କଟକଣାକୁ କଡାକଡି କରିଛନ୍ତି ସରକାର। ମହାରାଷ୍ଟ୍ର, ଦିଲ୍ଲୀ ସମେତ ପଡ଼ୋଶୀ ଛତିଶଗଡ଼ରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚିନ୍ତାର କାରଣ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି ସଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲଗାଯାଉଛି। 


COMMERCIAL BREAK
SCROLL TO CONTINUE READING

ସେହିପରି ଜିଲ୍ଲାର ୩ ସହରାଞ୍ଚଳରେ ଶନିବାର,ରବିବାର ସପ୍ତାହାନ୍ତ ସଟଡାଉନ୍ (Weekend Shutdown) ଲାଗୁ କରାଯାଉଛି। ରାଜ୍ୟରେ ବଢୁଥିବା କୋରୋନା ସଂକ୍ରମଣ ରୋକିବା ଲାଗି କଟକଣାକୁ କଡାକଡି କରିଛି ଜିଲ୍ଲା ପ୍ରଶାସନ। ଶନିବାର ଝାରସୁଗୁଡାର ତିନୋଟି ସହରାଞ୍ଚଳରେ ସଟଡାଉନ ନିୟମକୁ କଡାକଡି ଲାଗୁ କରିବାକୁ ବିଭିନ୍ନ ସ୍ଥାନରେ ପୋଲିସ ସହ ମାଜିଷ୍ଟ୍ରେଟ ଚେକିଂକୁ କଡାକଡି କରାଯାଇଥିବା ବେଳେ ବିଶୃଙ୍ଖଳାକାରୀଙ୍କୁ ଠାରୁ ଜୋରିମାନା ଆଦାୟ କରାଯାଉଛି।


Also Read: ରାଜ୍ୟର ଏହି ଜିଲ୍ଲାରେ ୩ ସପ୍ତାହ ପାଇଁ ଲାଗିଲା କଠୋର କଟକଣା


ଜିଲ୍ଲାର ବେହେରାମାଲ, ସରବାହାଲ, ବିଜୁ ନଗର ପ୍ରଭୃତି ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନ (Containment Zone) କରାଯାଇଛି। ଏହି ସମୟରେ କୋଭିଡ ନିୟମ ସହିତ କୋରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନିର୍ଦେଶ ପାଳନ କରିବାକୁ ଅନୁରୋଧ କରିଛନ୍ତି ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ଝାରସୁଗୁଡା ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଯୋଗେନ୍ଦ୍ର ମାଝୀ। ରେଳ ଷ୍ଟେସନ ସହ ବିମାନବନ୍ଦର ଭଳି ସର୍ବସାଧାରଣ ସ୍ଥାନ ଉପରେ ତୀକ୍ଷ୍ମ ନଜର ରଖାଯିବ ବୋଲି ଜଣାଇଛନ୍ତି ସେ।