ରାଜ୍ୟର ଏହି ଜିଲ୍ଲାରେ ୩ ସପ୍ତାହ ପାଇଁ ଲାଗିଲା କଠୋର କଟକଣା
Advertisement
Article Detail0/zeeodisha/odisha877135

ରାଜ୍ୟର ଏହି ଜିଲ୍ଲାରେ ୩ ସପ୍ତାହ ପାଇଁ ଲାଗିଲା କଠୋର କଟକଣା

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୬୧ ଜଣ ପଜିଟିଭ୍ ବାହାରିଛନ୍ତି। ସେପଟେ ଏହି ବର୍ଦ୍ଧିତ କୋରୋନା ମାମଲାକୁ ଦେଖି ଝାରସୁଗୁଡା ଜିଲ୍ଲା ପ୍ରଶାସନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି।

ଡିଜାଇନ ଫଟୋ

ଝାରସୁଗୁଡା: ଗତ ୫ ଦିନ ହାଲା ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୬୧ ଜଣ ପଜିଟିଭ୍ ବାହାରିଛନ୍ତି। ସେପଟେ ଏହି ବର୍ଦ୍ଧିତ କୋରୋନା ମାମଲାକୁ ଦେଖି ଝାରସୁଗୁଡା ଜିଲ୍ଲା ପ୍ରଶାସନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। 

ଆଜି ଝାରସୁଗୁଡା (Jharsuguda) ରେ ୧୩ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହ ଜିଲ୍ଲାରେ ମୋଟ ପଜିଟିଭ୍ ସଂଖ୍ୟା ୮ ହଜାର ୨୬କୁ ପହଞ୍ଚିଛି। ସକ୍ରୀୟ ମାମଲା ୬୧କୁ ବୃଦ୍ଧି ପାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୬ ଜଣଙ୍କ ମୃତ୍ୟୁ ହୋଇଛି। ପଡୋଶୀ ସମ୍ବଲପୁର ଓ ଛତିଶଗଡରେ ଲଗାତାର କୋରୋନା (Coronavirus) ମାମଲା ବୃଦ୍ଧି ପାଉଥିବାକୁ ଝାରସୁଗୁଡାରେ ମଧ୍ୟ କୋଭିଡର ଅଧିକ ପ୍ରଭାବ ପଡିବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ।

Also Read: କୋରୋନା ମାମଲାରେ ପ୍ରତିଦିନ ଭାଙ୍ଗୁଛି ରେକର୍ଡ! ଏପ୍ରିଲରେ ହିଁ ଗତ ବର୍ଷ ପରି ସ୍ଥିତି, ଦେଶରେ ଗୋଟିଏ ଦିନରେ ସାମ୍ନାକୁ ଆସିଲା ଏତିକି ମାମଲା...

ସେପଟେ ଜିଲ୍ଲାରେ କୋରୋନା ସଂକ୍ରମଣ ନିୟନ୍ତ୍ରଣ କରିବାକୁ ଜିଲ୍ଲାପାଳ ( Jharsuguda Collector) ସରୋଜ କୁମାର ସାମଲ କଠୋର ପଦକ୍ଷେପ ନେଇଛନ୍ତି। ସେ ଟ୍ୱିଟ୍ କରି ଜିଲ୍ଲାରେ ୩ ସପ୍ତାହ କଟକଣା ଲଗାଇବାନେଇ ଘୋଷଣା କରିଛନ୍ତି। ଏହି ସମୟ ସୀମା ମଧ୍ୟରେ ସାପ୍ତାହିକ ହାଟ (Weekly Market) ଗୁଡିକ ସମ୍ପୂର୍ଣ୍ଣ ବନ୍ଦ ରହିବ। ଦୈନିକ ବଜାରରେ ବି କଟକଣା ଲାଗିବ। ଆଉ କୋରୋନା ବିରୋଧି ଲଢେଇରେ ସହଯୋଗ କରିବାକୁ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ନିବେଦନ କରିଛନ୍ତି।