Kalahandi pregnant lady, କଳାହାଣ୍ଡି: ଉପାନ୍ତ ଅଞ୍ଚଳରେ ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ୬ କିମି ଷ୍ଟ୍ରେଚରରେ ବୁହାହୋଇ ମେଡିକାଲକୁ ଆସିଲେ ଗର୍ଭବତୀ। ଗାଁରେ ଆମ୍ବୁଲାନ୍ସକୁ ଅପେକ୍ଷା କରି ମୃତ ସନ୍ତାନ ଜନ୍ମ କରି ଗୁରୁତର ଥିଲେ ପ୍ରସୂତି। ଏପରି ଅଭାବନୀୟ ଘଟଣା କଳାହାଣ୍ଡି ଜିଲ୍ଲା ଦାଣ୍ଡପଦର ଗାଁରେ ଘଟିଛି।


COMMERCIAL BREAK
SCROLL TO CONTINUE READING

ସୂଚନାନୁସାରେ, ଦାଣ୍ଡପଦର ଗାଁର ଜୀବନଦେଇ ମାଝିଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକ ଆମ୍ବୁଲାନ୍ସକୁ ଫୋନ କରିଥିଲି। କିନ୍ତୁ ଆମ୍ବୁଲାନ୍ସ ବହୁ ବିଳମ୍ବରେ ପହଞ୍ଚିଥିଲା। ଆମ୍ବୁଲାନ୍ସ ଆସିବା ବେଳକୁ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ଜୀବନଦେଇ ଏକ ମୃତ ସନ୍ତାନକୁ ଜନ୍ମ ଦେଇଥିଲେ। ଗାଁରେ ଜୀବନଦେଇଙ୍କୁ ଉତ୍ତମ ଚିକିତ୍ସା ସେବା ମିଳିନଥିଲା। ସେ ରକ୍ତାକ୍ତ ଅବସ୍ଥାରେ ଅତି ସଙ୍କଟପନ୍ନ ଭାବେ ଘରେ ପଡିରହିଥିଲେ। 


Also Read: ଗରିବଙ୍କ ପାଇଖାନା ଲୁଟିନେଲା ପ୍ରଶାସନ, ଜିଲ୍ଲାପାଳ ଦେଲେନି ସନ୍ତୁଷ୍ଟିକର ଉତ୍ତର


ଦାଣ୍ଡପଦର ଗାଁଠୁ କାଶୀପୁର ହସ୍ପିଟାଲର ଦୂରତା ପ୍ରାୟ ୩୫ କିମି ହେବ। ଗାଁ ଠାରୁ ମୁଖ୍ୟ ରାସ୍ତା ୬ କିମି ଦୂରରେ ଅଛି। ଆମ୍ବୁଲାନ୍ସ ଯିବା ଭଳି ରାସ୍ତା ନାଥିବାରୁ ଆମ୍ବୁଲାନ୍ସ ଡ଼୍ରାଇଭର ପରଖିତ ନାୟକ ଓ ଗ୍ରାମବାସୀ ଏକ ଷ୍ଟ୍ରେଚାର ଯୋଗେ ଗର୍ଭବତୀ ମହିଳାଙ୍କୁ ବୋହି ଆଣିଥିଲେ। ଆଉ ୩୦ କିଲୋମିଟର ଆମ୍ବୁଲାନ୍ସରେ ନେଇ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ଥିଲେ। ଗର୍ଭବତୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ବି ଗର୍ଭବତୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି।


ସୂଚନାଯୋଗ୍ୟ, ଦୀର୍ଘ ବର୍ଷ ହେଲା ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଆସୁଛନ୍ତି। ନିର୍ବାଚନ ବେଳେ ନେତା ମନ୍ତ୍ରୀ କେବଳ ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ ଗତ କେତେ ଦଶନ୍ଦି ହେଲା ରାସ୍ତା କାମ ସେଭଳି ପଡି ରହିଛି। ବିଗତ ଦିନରେ ଏହି ରାସ୍ତା ପାଇଁ ଜୀବନଦେଇ ମାଝିଙ୍କ ଅନେକ ପ୍ରସୂତି ଜନନୀ ଯନ୍ତ୍ରଣା ଭୋଗିଛନ୍ତି। ଖରାପ ରାସ୍ତା ପାଇଁ ଦିନେ ଲୋକଙ୍କ ଜୀବନ ଯିବ ସେଥିରେ ସନ୍ଦେହ ନାହିଁ ବୋଲି ସିଲେଟ ପଞ୍ଚାୟତ ନାଇବସରପଞ୍ଚ କହିଛନ୍ତି।