କନ୍ଧମାଳ: ପ୍ରଶାସନ ଅନ୍ଧାରୀ ଶାସନକୁ ବିରୋଧ କରି ରାଜରାସ୍ତାକୁ ଘେରିଲେ ଗ୍ରାମବାସୀ। ବାଲିଗୁଡା ନୂଆସାହିସ୍ଥିତ ଉଚ୍ଚ ପ୍ରଥମିକ ବିଦ୍ୟାଳୟର ପାଚେରୀ ଭଙ୍ଗାକୁ ସ୍ଥାନୀୟ ଲୋକ ତୀବ୍ର ବିରୋଧ କରିଛନ୍ତି। ଲିଙ୍ଗରାଜ ଦାସଙ୍କ ପଦକ୍ଷେପକୁ ବିରୋଧ କରି ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଗୁରୁବାର ଶତାଧିକ ଗ୍ରାମବାସୀ  NH -59 ଅବରୋଧ କରି ଲିଙ୍ଗରାଜଙ୍କ ବିରୁଦ୍ଧରେ  କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଦୁଇଦିନ ତଳେ ବାଲିଗୁଡା ନୂଆସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାଚେରୀକୁ ଲିଙ୍ଗରାଜ ଦାସ୍ ଡୋଜର ଲାଗାଇ ଭାଙ୍ଗି ଦେଇଥିଲେ। ଗୁରୁବାର ତାହାରି ପ୍ରତିବାଦରେ ଅଞ୍ଚଳ ବାସିନ୍ଦା ଏକଜୁଟ ହୋଇ NH 59କୁ ଅବରୋଧ କରିଛନ୍ତି। ବିଦ୍ୟାଳୟରେ ୧୦୦ ଶଯ୍ୟା ବିଶିଷ୍ଟ କସ୍ତୁରବା ଛାତ୍ରାବାସ ଅଛି। ବିଦ୍ୟାଳୟର ପେଚେରୀ ଭଙ୍ଗାଯିବା ପରେ ଅନ୍ତେବାସୀ ଛାତ୍ରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି। ସେଥିପାଇଁ ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ। 


Also Read: ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ବିପଦରେ ଶତାଧିକ ଛାତ୍ରୀ, ବୁଲଡୋଜର ଧ୍ୱଂସ କରିଦେଲା ସ୍କୁଲ ପାଚେରୀ


ବାଲିଗୁଡା SDPOଙ୍କ ସୂଚନା ଅନୁସାରେ ଲିଙ୍ଗରାଜ ଦାସ ଓ ଶିକ୍ଷା ଅନୁଷ୍ଠାନ ମଧ୍ୟରେ ଜମି ବିବାଦରେ ବାଲିଗୁଡା ସିଭିଲ୍ କୋର୍ଟରେ ଏକ ମାମଲା ଶୁଣାଣି ହୋଇଥିଲା। କୋର୍ଟରୁ ଜମି ଉଚ୍ଛେଦ ପାଇଁ ଚିଠି ହୋଇଥିଲା, ଯାହାର ଆଧାରରେ ପୋଲିସ ଉପସ୍ଥିତରେ ପାଚେରୀକୁ ଲିଙ୍ଗରାଜ ଦାସ ଡ୍ରୋଜର ଲଗାଇ ଭାଙ୍ଗି ଥିଲେ। ଏଠାରେ ପ୍ରଶ୍ନ ଉଠୁଛି ଜମିବାଡ଼ି ବିବାଦରେ ବିନା ତହସିଲଦାରଙ୍କ ଉପସ୍ଥିତରେ ଏହି ଜମିକୁ ଚିହ୍ନଟ କିଏ କରିବ? ଯାହାର କି ପୋଲିସ ଉପସ୍ଥିତରେ ସରକାରୀ ଶିକ୍ଷାନୁଷ୍ଠାନ ପାଚେରୀକୁ ଲିଙ୍ଗରାଜ ଦାସ କେଉଁ ଅଧିକାର ସାବ୍ୟସ୍ତ କରି ନିଜେ ଭାଙ୍ଗିଲେ ଏହାକୁ ବାଲିଗୁଡା ବାସିନ୍ଦା ପ୍ରତିବାଦ କରିଛନ୍ତି ଏବଂ ଦାବି ପୁରୁଣ ହେବା ପର୍ଯ୍ୟନ୍ତ ରାଜା ରାସ୍ତାକୁ ଅବରୋଧ କରିବେ ବୋଲି କହିଛନ୍ତି। 



ସବୁଠାରୁ ବଡ କଥା ହେଉଛି ବାଲିଗୁଡା ଉପଖଣ୍ଡରେ ଜଣେ ଉପଜିଲ୍ଲାପାଳ ରହିଥିବା ବେଳେ  ଏତେବଡ ଘଟଣା ଘଟିଗଲା, ତଥାପି ସେ ଚୁପ୍ ବସିଛନ୍ତି। ଯାହାକୁ ନେଇ ମଧ୍ୟ ସହରରେ ବେସ୍ ଆଲୋଚନା ଚାଲିଛି। NH 59ଟି ବ୍ରହ୍ମପୁର ଠାରୁ ରାୟଗଡା, କୋରାପୁଟ କଳାହାଣ୍ଡିକୁ ସଂଯୋଗ କରୁଛି। ଲୋକଙ୍କ ରାସ୍ତାରୋକ ଯୋଗୁଁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସ୍ରମ୍ମୁଖିନ ହେଉଛନ୍ତି। ରାସ୍ତାରୋକ ସମୟରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚିନଥିବା ଅଭିଯୋଗ ହୋଇଛି।