କନ୍ଧମାଳ: ନେତାଙ୍କୁ ସ୍ୱଚ୍ଛ ଭାରତର ପାଠ ପଢ଼ାଇଲେ କଲେଜ ଛାତ୍ର। ଏଭଳି ଏକ ଭାଇରାଲ ଭିଡିଓ ଦାରିଙ୍ଗବାଡ଼ି ଅଂଚଳରେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। ଗତ ୨୯ ତାରିଖରେ ରାଶିପଦା ଖେଳ ପଡ଼ିଆ ଠାରେ ବିଜେଡି ଦଳର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଆଉ ଦଳୀୟ ପର୍ବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ଆଇନ ଓ ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଓ ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ। 


COMMERCIAL BREAK
SCROLL TO CONTINUE READING

ବିଜେଡି ଦଳର ମିଶ୍ରଣ ପର୍ବରେ ଶତାଧିକ ଦଳୀୟ କର୍ମୀଙ୍କୁ ନେଇ ବୈଠକ ହେବାସହ ଭୋଜିଭାତର ଆୟୋଜନ ହୋଇଥିଲା। ଆଉ ନେତାକର୍ମୀ ଭୋଜି ଖାଇବା ପରେ ଖେଳ ପଡିଆ ଭିତରେ ଏଣେ ତେଣେ ଖାଇବା ପ୍ଲେଟ ଆଉ ଅଳିଆ ପକାଇ ଚାଲି ଯାଇଥିଲେ। ଯାହାକୁ ନେଇ ଭାଇରାଲ  ଭିଡ଼ିଓରେ ଛାତ୍ର ଜଣକ ବିଜେଡି ଦଳର ନେତାଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ସମ୍ପୃକ୍ତ ଛାତ୍ର ଜଣକ ହେଉଛନ୍ତି ଦାରିଙ୍ଗବାଡ଼ିସ୍ଥିତ ଡକ୍ଟର ବି.ଆର ଆମ୍ବେଦକର ଜାତୀୟ ମାଧ୍ୟମିକ ବିଦ୍ୟାଳୟ ଆଶୁତୋଷ ଦାସ।


Also Read: Knowledge News: ଆକାଶରେ ତାରା ନା ପୃଥିବୀରେ ଗଛ ଅଧିକ?


ଆଶୁତୋଷ କହିଛନ୍ତି, ନେତାମନ୍ତ୍ରୀ ପଡିଆ ଭିତରେ କାର୍ଯ୍ୟକ୍ରମ କରନ୍ତୁ, କିଛି ଅସୁବିଧା ନାହିଁ। ହେଲେ ପଡିଆକୁ ଅଳିଆ ଆବର୍ଜନା ନ କରିବାକୁ ଅନୁରୋଧ କରିଛନ୍ତି। ଏହି ଭିଡିଓ ଅଂଚଳରେ ଭାଇରାଲ ହେବାରେ ଲାଗିଛି। ତେବେ କାର୍ଯ୍ୟକ୍ରମ ଓ ଭୋଜି ଭାତ ପରେ କାହିଁକି ସମ୍ପୃକ୍ତି ପଡିଆକୁ ସଫା କରାଗଲା ନାହିଁ ବୋଲି ଏବେ ସାଧାରଣରେ ପ୍ରଶ୍ନ ମଧ୍ୟ ଉଠୁଛି।