Kendrapara Accident: କେନ୍ଦ୍ରାପଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସଦର ଥାନା ଅଧିନ କଟକ-ଚାନ୍ଦବାଲି ରାସ୍ତାର ଜମଧର ନିକଟରେ ଦୋଳ ନେଇ ଯାଇଥି୍ବା ବେଳେ ମାଡି଼ଗଲା ପିକଅପ ଭ୍ୟାନ୍ । ଦୁର୍ଘଟଣାରେ ୨ ଜଣକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର ମାନଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି।


COMMERCIAL BREAK
SCROLL TO CONTINUE READING

 ସୁଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ବାଲିଆ ଅଧିକାରୀ ବିଭାନ ନାମକ ଠାକୁର ଗାଦି ଭୋଗ ଖାଇ ଦୁହୁରିଆରୁ ବାଲିଆ ଫେରୁଥିବା ବେଳେ କଟକ-ଚାନ୍ଦବାଲି ରାସ୍ତାର ଜମଧର ନିକଟରେ କଟକ ଆଡୁ଼ ଦ୍ରୁତଗତିରେ ଆସୁଥିବା OD 05-AR-9309 ନମ୍ବର ବିଶିଷ୍ଟ ମାଛ ବୋଝେଇ ପିକଅପ୍ ଭ୍ୟାନ ଦୋଳ ବିମାନକୁ ସାମ୍ନା ପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଠାକୁର କାନ୍ଧେଇ ଥିବା ସ୍ଥାନୀୟ ବଡ଼ ଗାଁର ସୋମନାଥ ସାହୁଙ୍କ ମୃତ୍ୟୁ ଘଟିଥିବା ବେଳେ କଟକ ମେଡି଼କାଲରେ ଅଧିକାରୀ ଠାକୁରଙ୍କ ମାଲିକ ଦିବ୍ୟଜ୍ୟୋତି ଦାଶଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ସେମାନଙ୍କୁ କଟକ ମେଡି଼କାଲରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ମଧ୍ଯରୁ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ଜଣାପଡି଼ଛି। ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇ ଥିବା ପିକଅପ ଭ୍ୟାନକୁ ଜବତ କରିଛି । ଦୁର୍ଘଟଣାରେ ଦୋଳ ବିମାନ ସଂପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି ।  ତେବେ ଏନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ସୂଚନା ମିଳିଛି ।


ଅଧିକ ଅପଡ଼େଟ ପାଇଁ ଯୋଡ଼ି ହୋଇ ରହୁନ୍ତୁ ।