Tribal Museum : ହଜିଲା ଦିନର କାହାଣୀ କହୁଛି ଚନ୍ଦ୍ରଗିରିର ଜନଜାତି ସଂସ୍କୃତି ସଂଗ୍ରହାଳୟ, ପର୍ଯ୍ୟଟକଙ୍କ ମନ ମୋହୁଛି ସଉରାଙ୍କ ପରମ୍ପରା ଓ ସଂସ୍କୃତି
The First Tribal museum in Gajapati: ଚାକଚକ୍ୟ ଆଧୁନିକତାର ପରିପାଟୀ ମଧ୍ୟରେ ହଜିଯାଉଛି ସଉରା ଆଦିବାସୀଙ୍କ ପାରମ୍ପାରିକ ନିଆରା ଜୀବନ ଶୈଳୀ । ସମାଜରେ ପଛୁଆବର୍ଗ ଭାବେ ଜୀବନ ଯ଼ାପନ କରିଆସୁଥିବା ଆଦିମ ଜନଜାତି ମଧ୍ୟରୁ ଓଡିଶାର ସଉରା ସଂପ୍ରଦାୟ ଅନ୍ୟତମ । ଆଦିମ କାଳରୁ ଅବହେଳିତ ଏହି ଜନଜାତି ପାଇଁ ସର୍ବଦା ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଆସୁଛନ୍ତି ।
The First Tribal museum in Gajapati: ଚାକଚକ୍ୟ ଆଧୁନିକତାର ପରିପାଟୀ ମଧ୍ୟରେ ହଜିଯାଉଛି ସଉରା ଆଦିବାସୀଙ୍କ ପାରମ୍ପାରିକ ନିଆରା ଜୀବନ ଶୈଳୀ । ସମାଜରେ ପଛୁଆବର୍ଗ ଭାବେ ଜୀବନ ଯ଼ାପନ କରିଆସୁଥିବା ଆଦିମ ଜନଜାତି ମଧ୍ୟରୁ ଓଡିଶାର ସଉରା ସଂପ୍ରଦାୟ ଅନ୍ୟତମ । ଆଦିମ କାଳରୁ ଅବହେଳିତ ଏହି ଜନଜାତି ପାଇଁ ସର୍ବଦା ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଆସୁଛନ୍ତି । ଉଦ୍ଦେଶ୍ୟ ଏହି ଜାତିର ସଂସ୍କୃତି ପରମ୍ପରା ଓ ଐତିହକୁ ସଂରକ୍ଷିତ କରିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା । ହେଲେ ଆଧୁନିକ ଯୁଗ ବଦଳିବା ସହ ଜାତିର ଭାଷା ଓ ଢାଞ୍ଚା ବଦଳିଯାଇଛି । ଏହାସହ ଲୋପ ପାଇବାରେ ଲାଗିଛି ସଉରା ନୃତ୍ୟ ସଂସ୍କୃତି । ପୂର୍ବରୁ ବ୍ୟବହୃତ ହେଉଥିବା ସାମଗ୍ରୀ ଗୁଡ଼ିକ ମଧ୍ୟ ଏବେ ବିଲୋପ ପ୍ରାୟ ହେବାକୁ ବସିଥିବା ବେଳେ ଜିନିଷ ଗୁଡ଼ିକ ଦେଖିବା ଏବେ ସ୍ବପ୍ନ ସଦୃଶ । ତେବେ ଗଜପତି ଜିଲ୍ଲା ପ୍ରଶାସନ ତଥା ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିଜସ୍ଵ ପ୍ରଚେଷ୍ଟା ରେ ଏସବୁ ଜିନିଷ କୁ ପୁନଃଉଦ୍ଜିବିତ କରିବା ଉଦ୍ଦେଶ୍ୟରେ ଚନ୍ଦ୍ରଗିରିରେ ନିର୍ମାଣ କରାଯାଇଛି ଜନଜାତିଙ୍କ ସଂସ୍କତି ସଂଗ୍ରହାଳୟ । ଯାହା ଦେଶ ତଥା ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଛି ।
ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ସ୍ଥିତ ସଉରା ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପରିସରରେ ପ୍ରତିଷ୍ଠିତ ହୋଇଛି ବିଶେଷ ଦୁର୍ବଳ ଶ୍ରେଣୀର ଆଦିବାସୀ ଙ୍କ ପାରମ୍ପାରିକ ସଂସ୍କୃତି ସଂଗ୍ରାହଳୟ ଓ ଆଦିବାସୀ ଅଡିଟୋରିୟମ । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏହାକୁ ଗତ ୧୩.୦୭.୨୦୨୨ରେ ଉଦଘାଟନ କରିବା ସହ ଏହି ସଂଗ୍ରାହଳୟଟି ଲୋପ ପାଇଯାଉଥିବା ଆଦୀମ ଜନଜାତୀଙ୍କ ସଂସ୍କୃତିକୁ ବଞ୍ଚାଇରଖିବାର ଏକ ପ୍ରୟାସ ହେବ ବୋଲି ସେ କହିଥିଲେ । ବିଶେଷତଃ ବହୁ ପୁରାତନ କାଳରୁ ଆଦିବାସୀ ମାନେ ବ୍ୟବହାର କରିଆସୁଥିବା ବସ୍ତ୍ର ,ଶସ୍ତ୍ର , ଅଳଙ୍କାର, ବାଦ୍ୟ ଯନ୍ତ୍ର, ଖାଦ୍ୟ ସାମଗ୍ରୀ ସହ ଅବିକଳ ବାସସ୍ଥାନକୁ ସଂଗ୍ରାହଳୟରେ ରଖାଯାଇ ସୁସଜ୍ଜିତ କରାଯାଇଛି । ତେବେ ଏବେ ସମୟ ସ୍ରୋତରେ କ୍ରମଶଃ ଆଦିବାସୀଙ୍କ ଅନେକ ପରିବର୍ତ୍ତନ ଘଟିଛି। ଫଳରେ ପୁରାତନ ସଂସ୍କୃତି କାର୍ଯ୍ୟକଳାପ ବିଲୋପ ପ୍ରାୟ ଯାହା ଅତି ମନୋରୋମ । ଏମାନଙ୍କ ସଂସ୍କତି ଉପରେ ଆଧାରିତ ଅନେକ ବିଷେଶଜ୍ଞ ଅଧ୍ୟୟନ କରୁଥିବା ବେଳେ ଏହି ସଂଗ୍ରାହଳୟକୁ ଆସିଥାନ୍ତି । ସେହିଭଳି ଅଞ୍ଚଳର ଛାତ୍ରଛାତ୍ରୀ ମାନେ ଆସି ପରିଦର୍ଶନ କରି ଶିକ୍ଷା କ୍ଷେତ୍ରରେ ମଧ୍ୟ ବେଶ ଉପକାରୀ ହୋଇପାରିଛି । ଆଦିବାସୀ କଲ୍ୟାଣ ବିଭାଗ ଦ୍ବାରା ପରିଚାଳିକ ଚନ୍ଦ୍ରଗିରି ସଉରା ଉନ୍ନୟନ ସଂସ୍ଥା ତରଫରୁ ଏହି ସଂଗ୍ରାହଳୟଟି ନିର୍ମାଣ କରାଯାଇଥିବା ବେଳେ ଏହାର ନିର୍ମାଣ ଲାଗି ଅନେକ ଅନୁସଂନ୍ଧାନ କରି ସଂଗୃହିତ କରି ରଖାଯାଇଛି ବିରଳ ଜିନିଷ । ଏହି ସଂଗ୍ରାହଳୟର ପାରିପାର୍ଶିକ ସୌନ୍ଦର୍ଯ୍ୟକରଣ କରାଯିବା ସହ କୃତ୍ରିମ ପାହାଡି ଝରଣା ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ବେଶ ଆକର୍ଶିତ କରିପାରୁଛି।
Also Read: Mo Bus: ଆଜିଠୁ ଆଉ ନୂଆ ଦୁଇଟି ରୁଟରେ ଗଡିଲା ‘ମୋବସ’, ଦେଖନ୍ତୁ ତାଲିକାରେ ଅଛି କେଉଁ ସହର ?
ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଓ ପାହାଡ଼ ପର୍ବତ ଘେରା ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବା ବେଳେ ପ୍ରାୟ ଶତକଡା ୮୦ ଭାଗ ଲାଞ୍ଜିଆ ସଉରା ଓ ସୌରା ଆଦିବାସୀ ସଂପ୍ରଦାୟ ର ଜୀବନ ଜିବିକା କରୁଛନ୍ତି । ଆଦିମ ଜନଜାତି ତଥା ସଉରା ଆଦିବାସୀ ମାନଙ୍କ ଉନ୍ନତି ପାଇଁ ସରକାର ମୋହନା ବ୍ଳକ ଚନ୍ଦ୍ରଗିରି ଠାରେ ୧୯୭୯ ମସିହାରେ ସଉରା ଉନ୍ନୟନ ସଂସ୍ଥା ନିର୍ମାଣ କରିଛନ୍ତି । ଏହି ସଂସ୍ଥା ମାଧ୍ୟମରେ ଅତି ଗରୀବ ଅନଗ୍ରସର ଅନୁନ୍ନତ ଅଞ୍ଚଳ ଭାବେ ଚିହ୍ନଟ ହୋଇଥିବା ୩୨ ଗୋଟି ଆଦୀମ ଜନଜାତି ଗାଁ ଗୁଡିକରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ , ଜିବନ ଜୀବିକା ତଥା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସରକାର ବିଭିନ୍ନ ସଂସ୍ଥାର ସଂଯୋଜନାରେ କରୁଛନ୍ତି । ସମୟ ସହିତ ବିକାଶ ବଜାୟ ରହିଥିବା ବେଳେ ଏବେ ବଦଳିଛି ଜୀବନ ଜୀବିକା । ଏଥିସହ ସଉରା ଆଦିବାସୀଙ୍କ ଜୀବନ ଶୈଳୀରେ ବ୍ୟବହାର କରୁଥିବା ଜିନିଷ ଗୁଡ଼ିକ ମଧ୍ୟ କିଭଳି ସୁରକ୍ଷିତ ରହିବ ସେଥିପାଇଁ ପଦକ୍ଷେପ ନେଇଛନ୍ତି ସରକାର । ଲୋପ ପାଇଥିବା ସଉରା ଜନଜାତିଙ୍କ ଅଳଙ୍କାର ବସ୍ତ୍ର , ଅସ୍ତ୍ର , ଶସ୍ତ୍ର,ବାଦ୍ୟ ଯନ୍ତ୍ର, କୃଷି ବିହନ , ଆଦି ବିଭିନ୍ନ ସାମଗ୍ରୀ, ଖାଦ୍ୟ, ଦୈନନ୍ଦିନ ଚଳଣି ରେ ବ୍ୟବହାରିକ ଜିନିଷ ମଧ୍ୟକୁ ସଂଗ୍ରହ କରି ଏକ ସଂଗ୍ରହାଳୟ ରଖାଯାଇଛି ।
ଏହି ସଂଗ୍ରହାଳୟରେ ସେମାନଙ୍କ ସମସ୍ତ ଜିନିଷ ଥିବା ବେଳେ ଏହାକୁ ଦେଖିବାକୁ ବହୁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ଗତ ମାସରେ ଶ୍ରମ ବିଭାଗ ପ୍ରମୁଖ ସଚିବ ଚିତ୍ରା ଅରୁମୁଗମ୍ ଏହି ସଂଗ୍ରହାଳୟ ପରିଦର୍ଶନ କରି ଖୁବ୍ ପ୍ରଶଂସା ମଧ୍ୟ କରିଥିଲେ । ପର୍ଯ୍ୟଟନୀ କ୍ଷେତ୍ର ଭାବେ ବେଶ ପ୍ରସିଦ୍ଧ ପାହାଡିଆ ଝରଣା ମାଙ୍କଡଡିଆଁ ବୃହତ ଜଳପ୍ରପାତ ,ଖସଡ଼ା ଜଳପ୍ରପାତ , ଜୀରାଙ୍ଗ ସ୍ଥିତ ବୌଦ୍ଧକିର୍ତ୍ତିର ସମ୍ଭାର ତଥା ପ୍ରସିଦ୍ଦ ପଦ୍ମସମ୍ଭଭ ମହାବିହାର ,ନିକଟରେ ରହିଥିବା ହେତୁ ଏହା ମଧ୍ୟ ପର୍ଯ୍ୟଟନ ସ୍ଥଳରେ ରୂପେ ମାନ୍ୟତା ପାଇବାକୁ ଦାବି ହେଉଛି ।
ଗଜପତି ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ମାରୀୟମ ରାଉତ ଏହି ସଂଗ୍ରାହଳୟ ପରିଦର୍ଶନରେ ଆସି ନିଜ ଜାତି ଓ ସଂସ୍କୃତି ପରମ୍ପରାକୁ ବଞ୍ଚେଇ ରଖିବାରେ ଜିଲ୍ଲା ପ୍ରସାଶନର ସୁପଦକ୍ଷେପ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଏହାକୁ କେବଳ ସଂଗ୍ରହାଳୟ ଭିତରେ ସୀମିତ ନ ରଖି ଏଥିପାଇଁ ଶିକ୍ଷାନୁଷ୍ଠାନ ରେ ଏକ ସ୍ବତନ୍ତ୍ର ପାଠ୍ୟକ୍ରମ କରିବାକୁ ପଦକ୍ଷେପ ନେଲେ ଭଲ ହୁଅନ୍ତା ବୋଲି ସେ କହିଛନ୍ତି । ଏବଂ ସଉରା ଭାଷା ମଧ୍ୟ ବିଲୋପ ହେବାକୁ ବସିଥିବା ଯୋଗୁଁ ଭାଷା ପ୍ରଚଳନ ପାଇଁ ପ୍ରଶାସନ ଉଦ୍ୟମ କରିବା ଆବଶ୍ୟକ ବୋଲି ମୋହନା ବିଧାୟକ ଦାଶରଥି ଗମାଙ୍ଗ କହିଛନ୍ତି ।
ଗଜପତିରୁ ପ୍ରେମାନନ୍ଦ ପୂଜାରୀ, ଜି ଓଜିଶା ନ୍ୟୁଜ୍