Mo Bus: ଆଜିଠୁ ଆଉ ନୂଆ ଦୁଇଟି ରୁଟରେ ଗଡିଲା ‘ମୋବସ’, ଦେଖନ୍ତୁ ତାଲିକାରେ ଅଛି କେଉଁ ସହର ?
Advertisement

Mo Bus: ଆଜିଠୁ ଆଉ ନୂଆ ଦୁଇଟି ରୁଟରେ ଗଡିଲା ‘ମୋବସ’, ଦେଖନ୍ତୁ ତାଲିକାରେ ଅଛି କେଉଁ ସହର ?

Mo Bus: ଟୁଇନସିଟିବାସୀଙ୍କୁ ଅହରହ ସେବା ଯୋଗାଉଛି  ‘ମୋବସ’। ସ୍ବଳ୍ପ ମୂଲ୍ୟରେ,ଠିକଣା ସମୟରେ ଗନ୍ତବ୍ୟସ୍ତଳରେ ପହଞ୍ଚାଉଛି । ଟୁଇନ୍ ସିଟିରେ ଲୋକଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି  ‘ମୋବସ’ ସେବା  ଆଉ ଦୁଇଟି ରୁଟରେ ଆଜିଠୁ( ମଙ୍ଗଳବାର) ଆରମ୍ଭ ହୋଇଛି । ଏ-ନେଇ ଟ୍ବିଟ କରି ସୂଚନା ଦେଇଛି ସିଆରୟୁଟି(Capital Region Urban Transport) କର୍ତ୍ତୃପକ୍ଷ । ଏହି ଦୁଇଟି ନୂଆ ରୁଟ୍ ହେଉଛି ୪୧ ଏବଂ ୪୨ ନମ୍ୱର। ୪୧ ନମ୍ବର ରୁଟ ବସଟି ବରମୁଣ୍ଡା ବସ ଷ୍ଟାଣ୍ଡରୁ ଟାଙ୍ଗୀ ଯିବ। ଭାୟା ଲିଙ୍କ ରୋଡ୍ ଏବଂ ବାଦାମବାଡି ଦେଇ ଏହି ବସ୍ ଯିବ ବୋଲି ସିଆରୟୁଟି ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି। 

ସୌଜନ୍ୟ- ସୋସିଆଲ ମିଡିଆ

Mo Bus: ଟୁଇନସିଟିବାସୀଙ୍କୁ ଅହରହ ସେବା ଯୋଗାଉଛି  ‘ମୋବସ’। ସ୍ବଳ୍ପ ମୂଲ୍ୟରେ,ଠିକଣା ସମୟରେ ଗନ୍ତବ୍ୟସ୍ତଳରେ ପହଞ୍ଚାଉଛି । ଟୁଇନ୍ ସିଟିରେ ଲୋକଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି  ‘ମୋବସ’ ସେବା  ଆଉ ଦୁଇଟି ରୁଟରେ ଆଜିଠୁ( ମଙ୍ଗଳବାର) ଆରମ୍ଭ ହୋଇଛି । ଏ-ନେଇ ଟ୍ବିଟ କରି ସୂଚନା ଦେଇଛି ସିଆରୟୁଟି(Capital Region Urban Transport) କର୍ତ୍ତୃପକ୍ଷ । ଏହି ଦୁଇଟି ନୂଆ ରୁଟ୍ ହେଉଛି ୪୧ ଏବଂ ୪୨ ନମ୍ୱର। ୪୧ ନମ୍ବର ରୁଟ ବସଟି ବରମୁଣ୍ଡା ବସ ଷ୍ଟାଣ୍ଡରୁ ଟାଙ୍ଗୀ ଯିବ। ଭାୟା ଲିଙ୍କ ରୋଡ୍ ଏବଂ ବାଦାମବାଡି ଦେଇ ଏହି ବସ୍ ଯିବ ବୋଲି ସିଆରୟୁଟି ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି। ସେହିପରି ୪୨ ନମ୍ବର ରୁଟର ବସଟି ବରମୁଣ୍ଡାରୁ ନନ୍ଦନକାନନ ଭାୟା ଚନ୍ଦକା ଦେଇ ଯିବ। ସିଆରୟୁଟିର ପରିଚାଳନା ନିର୍ଦ୍ଦେଶକ ବା ବିଏମସି କମିଶନର ବିଜୟ କୁଲାଙ୍ଗେ ପ୍ରେସ ରିଲିଜ ଜାରି କରି କହିଛନ୍ତି, ଲୋକଙ୍କ ସୁବିଧା ପାଇଁ ମୋ ବସ ସେବା ଚାଲୁଛି। ଏହି ଦୁଇ ନୂଆ ରୁଟରେ ବସ ଚଳାଇବାକୁ ଅନେକ ଦାବି ଆସିବା ପରେ ମ୍ୟାନଜେମେଣ୍ଟ ନୂଆ ଦୁଇଟି ରୁଟ ଯୋଡ଼ିଛି। 

ତେବେ, ଚଳିତ ମାସ ୧୨ ତାରିଖରେ ମୋ ବସ ସେବା ଭୁବନେଶ୍ବରର ରୁଟ୍ ନମ୍ବର ୩୧ , ୩୯ ଓ ୪୦ରେ ଆରମ୍ଭ ହୋଇଥିଲା ।  ରୁଟ୍ ନମ୍ବର ୩୧ (Route No. 31)ରେ, ଭୁବନେଶ୍ବର ରେଳ ଷ୍ଟେସନରୁ ହାଇଟେକ୍ ହସପିଟାଲ ଭାୟା ଲକ୍ଷ୍ମୀ ସାଗର ଦେଇ ‘ମୋବସ’ଚଳାଚଳ ଆରମ୍ଭ କରିଥିଲା । ସେହିପରି ରୁଟ୍ ନମ୍ବର ୩୯(Route No. 39)ରେ ଭୁବନେଶ୍ବର ରେଳ ଷ୍ଟେସନରୁ ଭାୟା ଭିମଟାଙ୍ଗୀ ଦେଇ ଏମସ୍ ହସପିଟାଲକୁ ‘ମୋବସ’ ଗଡିଥିଲା । ଅନ୍ୟପଟେ ରୁଟ ନମ୍ବର ୪୦ରେ ମଧ୍ୟ (Route No. 40) ବରମୁଣ୍ତା ଆଇଏସବିଟି ସାଇମନ୍ଦିର ଦେଇ ବରମୁଣ୍ତା ବ୍ରିଟ କଲୋନୀକୁ  ‘ମୋବସ’ ସେବା ଆରମ୍ଭ ହୋଇଥିଲା ।

Also Read : SVM College ର ପ୍ରିନ୍ସିପାଲଙ୍କ ନୋଟିସ୍, ଭାଲେଣ୍ଟାଇନରେ ବୟଫ୍ରେଣ୍ଡ ବିନା କଲେଜ ମନା !

ତେବେ,ଏହା ପୂର୍ବରୁ ଅର୍ଥାତ ବିଶ୍ବକପ ହକି ପାଇଁ ରାଉରକେଲାରେ ମଧ୍ୟ ‘ମୋବସ’ସେବାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ।  ମୁଖ୍ୟମନ୍ତ୍ରୀ ରାଉରକେଲାଠାରେ ନିର୍ମାଣ ହୋଇଥିବା ବିଶ୍ଵର ଅନ୍ୟତମ ବୃହତ ହକି ଷ୍ଟାଡିୟମ ବିର୍ସାମୁଣ୍ଡା ହକି ଷ୍ଟାଡିୟମର ଉଦଘାଟନ କରିବାକୁ ପହଞ୍ଚିବା ଅବସରରେ ‘ମୋ ବସ’ ସେବାର ଶୁଭାରମ୍ଭ କରିଥିଲେ। ପ୍ରଥମ ଥର ପାଇଁ ରାଉରକେଲା ସଡକରେ ଗଡ଼ିଲା ‘ମୋ ବସ’। ୩୦ଟି ‘ମୋ ବସ’ ରାଉରକେଲା ସହରର ବିଭିନ୍ନ ରୁଟରେ ଗଡ଼ିଛି। ଯାତ୍ରୀଙ୍କୁ ସହଜ ଏବଂ ସୁଲଭ ଦରରେ ଯାତାୟତର ସେବା ଉପଲବ୍ଧ କରିବା ଉଦ୍ଦେଶ୍ୟରେ ‘ମୋ ବସ’ ସେବାର ଶୁଭାରମ୍ଭ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ପୂର୍ବରୁ ଭୁବନେଶ୍ଵର,କଟକ ଏବଂ ପୁରୀରେ ‘ମୋ ବସ’ର ସୁବ ସେବା ଆରମ୍ଭ ହୋଇଛି। ରାଉରକେଲାରେ ଏହି ସେବା ଆରମ୍ଭ କରାଯାଇଛି। ସହରରେ ‘ମୋ ବସ’ ସେବା ଆରମ୍ଭ ହୋଇଥିବାରୁ ରାଉରକେଲାବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।