Man die in electric shock: ମୃତ୍ୟୁ କେତେବେଳେ କେମିତି ଆସେ । ତାହା କେହି ଜାଣି ନ ଥାନ୍ତି। ଆଉ ଏବେ ହସୁଥିବା ମଣିଷ କ୍ଷଣିକ ମଧ୍ୟରେ ଆଖି ବୁଜିଦିଏ । ଆଉ ପୁରା ପରିବାରକୁ ପରକରି ଚାଲିଯାଏ ଆରପାରିକୁ । ମୟୂରଭଞ୍ଜ ଜିଲ୍ଲା ଉଦଳା(Udala )ର ରାଇକାଳୀ ଗାଁରେ ଆଜି ଏପରି ଏକ ଘଟଣା ଘଟିଛି। ଯାହା ସମସ୍ତଙ୍କୁ ଚକିତ କରି ଦେଇଛି। ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ମୃତ୍ୟୁକୁ ନେଇ ଗାଁରେ ଖେଳି ଯାଇଛି ଶୋକର ଛାୟା । 


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁସାରେ, ମୟୂରଭଞ୍ଜ (Mayurbhanj) ଜିଲ୍ଲା ଉଦଳା (Udala )ର ରାଇକାଳୀ ଗାଁର ବାସିନ୍ଦା ଆମାସ ଟୁଡୁ।  ଆମାସ ଘରକୁ ଆଜି ଆସିଥିବା ବିଦ୍ୟୁତ ସଂଯୋଗରେ ତ୍ରୃଟି ଦେଖିଥିଲେ। ପରେ ଘରେ କରେଣ୍ଟ କଟିଥିବା ଜାଣିବାକୁ ପାଇଥିଲେ।  ଆଉ ଏଥିରେ ଅବହେଳା ନ କରି ବିଦ୍ୟୁତ ମରାମତିର ଜ୍ଞାନ ନ ଥିଲେ ମଧ୍ୟ ସାହାସ ଦେଖାଇ ଘର ନିକଟରେ ବିଦ୍ୟୁତ ଖୁଣ୍ଟିକୁ ଚଢି ଯାଇଥିଲେ। ଆଉ ବିଦ୍ୟୁତ ମରାମତିରେ କାର୍ଯ୍ୟରେ ଲାଗି ପଡିଥିଲେ।


ସେ ଜାଣି ନ ଥିଲେ ଯେ ସେଠାରେ ତାଙ୍କର ମୃତ୍ୟୁ ଜଗିକି ବସିଛି। ବିଦ୍ୟୁତ ମରାମତି ସମୟରେ ହଠାତ୍ ଖୁଣ୍ଟିରେ କରେଣ୍ଟ ଆସି ଯାଇଥିଲା। ଆଉ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯାଇଥିଲେ ଆମାସ । ପରେ କରେଣ୍ଟ ଲାଗି ତଳେ ପଡି ଯାଇଥିଲେ । ତଳେ ପଡି ଛଟପଟ ହେଉଥିବା ଦେଖି ପରିବାର ଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ ଆମାସ ଟୁଡୁଙ୍କର ମୃତ୍ୟୁ ହେଲା ସେନେଇ ଅଧିତ ତଦନ୍ତ ଆରମ୍ଭ କରାଯାଇଛି । ଏନେଇ ଏକ ମାମଲା ରୁଜୁ କରାଯାଇଛି । 


ସେପଟେ ବ୍ୟବଚ୍ଛେଦ ପରେ ଗାଁରେ ପହଞ୍ଚିଥିଲା ମୃତଦେହ । ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ଦେଖିବାକୁ ମଳିଥିଲା । କାନ୍ଦ ବୋବାଳିରେ ଫାଟି ପଡିଥିଲା ପୁରା ଗାଁ । କିଛି ସମୟ ପାଇଁ ପୁରା ନସ୍ତବ୍ଧ ହୋଇ ପଡିଥିଲା ରାଇକାଳୀ ଗାଁ । ଗାଁର ଯୁବକଙ୍କ ଅକାଳ ମୃତ୍ୟୁକୁ ନେଇ କାହା ପାଟିରୁ କିଛି ଶଦ୍ଧ ମଧ୍ୟ ବାହାରୁ ନ ଥିଲା। ତେବେ, ଏ ଅଘଟଣ କେଉଁ ପରିସ୍ଥିତରେ ଘଟିଲା।  ଆଉ ସେହି ସମୟରେ ଘଟଣାସ୍ଥଳରେ କେଉଁମାନେ ଉପସ୍ଥିତ ଥିଲେ ।  ସେନେଇ ଗ୍ରାମବାସୀଙ୍କ ମଧ୍ୟରେ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି। ପ୍ରିୟ ମଣିଷକୁ ହରାଇ ମାଟିରେ ଲୋଟି ପଡୁଛନ୍ତି ଆମାସଙ୍କ ପୁରା ପରିବାର ଲୋକେ। କେବଳ ପରିବାର ଲୋକେ କାହିଁକି ଗାଁ ଲୋକେ(villager) ମଧ୍ୟ ତାଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି।