Rasulgarh flyover murder case: ବୁଧବାର ସକାଳେ ଝିଅକୁ ସ୍କୁଲରେ ଛାଡି ସ୍କୁଟିରେ ଘରକୁ ଫେରୁଥିବା ବେଳେ ସହଦେବ ନାୟକଙ୍କୁ ରସୁଲଗଡ ଫ୍ଲାଏ ଓଭରରେ ଅଭିଯୁକ୍ତମାନେ ହତ୍ୟା କରିଥିଲେ। ଗିରଫ ତିନି ଅଭିଯୁକ୍ତ ବ୍ୟକ୍ତି ହେଉଛନ୍ତି ଲିପିକା ନାୟକ, ଲକ୍ଷ୍ମୀଧର ନାୟକ ଏବଂ ରକି ନାୟକ। ଗତକାଲି କମିସନରେଟ୍ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଏହି ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।
Trending Photos
ଭୁବନେଶ୍ଵର: ବୁଧବାର ଘଟିଥିବା ରସୁଲଗଡ ଫ୍ଲାଏଓଭର ହତ୍ୟାକାଣ୍ଡର ଅଭିଯୁକ୍ତଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କରି ଗୁରୁବାର ଦିନ ଶତାଧିକ ଲୋକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ଘଟଣାକୁ ନେଇ ଶିଶୁଭବନ ଛକରେ ଏକାଠି ହୋଇଛନ୍ତି ସଫେଇ କର୍ମଚାରୀ ସଂଘ। ସହଦେବ ନାୟକ ହତ୍ୟାରେ ଯେଉଁ ମାନେ ସଂପୃକ୍ତ ତାଙ୍କୁ ଗିରଫ ସହ ତାଙ୍କୁ ଆଜୀବନ ଜେଲ ନହେଲେ ଫାଶୀ ଦାବି କରି ୧୦୦୦ ରୁ ଅଧିକ ସଫେଇ କର୍ମଚାରୀ ଧାରଣାରେ ବସିଥିଲେ। ଏଥିପାଇଁ ଆଜି ସବୁ ୱାର୍ଡରେ ସଫେଇ କାମ ବନ୍ଦ ଅଛି। ଯେ ପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ଧାରଣାରୁ ଉଠିବେନି ବୋଲି ସଫେଇ କର୍ମଚାରୀ ସଂଘ କହିଛି।
ସୂଚନାଯୋଗ୍ୟ, ବୁଧବାର ସକାଳେ ଝିଅକୁ ସ୍କୁଲରେ ଛାଡି ସ୍କୁଟିରେ ଘରକୁ ଫେରୁଥିବା ବେଳେ ସହଦେବ ନାୟକଙ୍କୁ ରସୁଲଗଡ ଫ୍ଲାଏ ଓଭରରେ ଅଭିଯୁକ୍ତମାନେ ହତ୍ୟା କରିଥିଲେ। ଗିରଫ ତିନି ଅଭିଯୁକ୍ତ ବ୍ୟକ୍ତି ହେଉଛନ୍ତି ଲିପିକା ନାୟକ, ଲକ୍ଷ୍ମୀଧର ନାୟକ ଏବଂ ରକି ନାୟକ। ଗତକାଲି କମିସନରେଟ୍ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଏହି ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।