Chhattisgarh Maoist Attack: ଓଡ଼ିଶା ସୀମାନ୍ତ ପଡୋଶୀ ଛତିଶଗଡରେ ମାଓବାଦୀଙ୍କ ଉପଦ୍ରବ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ପୂର୍ବରୁ ମାଓବାଦୀ ଓଡ଼ିଶା-ଛତିଶଗଡ଼ ସୀମାନ୍ତ କିରୋଣ୍ଡଲ ଅଞ୍ଚଳରେ ଗୋଟିଏ ପୋକ୍ଲିନ ଗାଡ଼ିକୁ ନିଆ ଲଗାଇ ପୋଡି ଦେଇଥିବାବେଳେ, ବଚେଲି ଅଞ୍ଚଳରେ ଟ୍ରକରେ ନିଆଁ ଲଗାଇ ଦେଇଥିଲେ। ରାସ୍ତା କାମରେ ନିୟୋଜିତ ଥିବା ଗାଡିକୁ ପୋଡ଼ି ଦେଇଥିଲେ ମାଓବାଦୀ। ଏହା ବ୍ୟତୀତ ବିଭିନ୍ନ ସ୍ଥାନରେ ପୋଷ୍ଟର ମାରିଥିବା ଦେଖିବାକୁ ମିଳିଛି।  


COMMERCIAL BREAK
SCROLL TO CONTINUE READING

ଦକ୍ଷିଣ ସବ ଜୋନାଲ ବ୍ୟୁରୋ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ) ଲେଖାଥିବା ପାମ୍ପଲଟ ଲଗାଯାଇଛି। ମାର୍ଚ୍ଚ ୨୩ ତାରିଖକୁ ସାମ୍ରାଜ୍ୟବାଦ ବିରୋଧ ଦିବସ ରୂପେ ପାଳନ କରିବା ପାଇ ମାଓବାଦୀ ଆହ୍ଵାନ ଦେଇଛନ୍ତି। ଏହା ବ୍ୟତୀତ ଏହି ପାମ୍ପ୍ଲେଟ ମାଧ୍ୟମରେ ସାମ୍ରାଜ୍ୟବାଦ ଏବଂ ଫାଶୀବାଦ ବିରୋଧରେ ଜନ ଆନ୍ଦଳନକୁ ଅଧିକ କ୍ରିୟାଶୀଳ କରିବା, ପୁଞ୍ଜିପତିଙ୍କୁ ତଡ଼ିବା, ସାମ୍ରାଜ୍ୟବାଦୀ ବିଦେଶୀ ରାଷ୍ଟ୍ରକୁ ବିରୋଧ କରିବା ସହିତ ନବ ଜନବାଦି ପାର୍ଟି ସହିତ ଯୋଡ଼ି ହେବା ନେଇ ଉଲ୍ଲେଖ କରାଯାଇଛି। 


କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଛତିଶଗଡ ଗସ୍ତ ପୂର୍ବରୁ ମାଓବାଦୀଙ୍କ କାର୍ଯ୍ୟ କଳାପକୁ ନେଇ ପୋଲିସ ପକ୍ଷରୁ ଗୋଇନ୍ଦା ବିଭାଗକୁ ଅଧିକ ସକ୍ରିୟ କରାଯିବା ସହ ମାଓ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯିବା ସହ କମ୍ବିଂ ଅପରେସନ ଜୋରଦାର କରାଯାଇଛି।