ପାରଳାଖେମୁଣ୍ଡି: ପ୍ରଥମ ଲହର ଠାରୁ ଦ୍ୱିତୀୟ ଲହର ଅଧିକ ବିପଦଜନକ ସାବ୍ୟସ୍ତ ହୋଇଛି। ଏଥର ମଧ୍ୟ ଅନେକ କୋରୋନା ଯୋଦ୍ଧା ମହାମାରୀ ସହ ଲଢେଇ କରି ବୀରତ୍ୱକୁ ପ୍ରାପ୍ତ ହୋଇଛନ୍ତି। ଆଉ ସେହି ଶହୀଦଙ୍କ ତାଲିକାରେ ସାମିଲ ହୋଇଛନ୍ତି ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ତେଲୁଗୁ ଖବରକାଗଜ ଇନାଡୁ ପ୍ରତିନିଧି କେ.କୃଷ୍ଣ ପ୍ରସାଦ ରାଓ। ଗତ ଜୁନ ୫ ତାରିଖରେ ତାଙ୍କର ପରଲୋକ ହୋଇଯାଇଥିଲା। ଆଜି ସାଥୀ ସାମ୍ବାଦିକମାନେ ତାଙ୍କର ସ୍ମୃତିଚାରଣ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ମେ ୧୮ ତାରିଖରୁ ସେ ସାମାନ୍ୟ୍ ଅସୁସ୍ଥ ଅନୁଭବ କରିବାରୁ ପ୍ରଥମେ ତାଙ୍କୁ ସଦର ମହକୁମା ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନହେବାରୁ ବ୍ରହ୍ମପୁର MKCGରେ ଭର୍ତ୍ତି କରାଯାଇଥିଲା। ପରବର୍ତ୍ତୀ ସମୟରେ ଅଧିକ ଗୁରୁତର ହେବାରୁ ଅଶ୍ବିନୀ କୋଭିଡ ହସ୍ପିଟାଲରୁ ପୁଣି ତାଙ୍କୁ ଆନ୍ଧ୍ରର ବିଶାଖାପାଟନମର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଦୁର୍ଭାଗ୍ୟବଶତଃ ଜୀବନ ସହ ଲଢେଇ କରି ଗତ ଜୁନ ୫ ତାରିଖରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। 


Also Read: ୫ ମିନିଟରେ ନୀଳ ପଡିଗଲେ ୨୨ ଲୋକ; 'Mock Oxygen Drill' ପାଇଁ ଗଲା ସମସ୍ତଙ୍କ ଜୀବନ, ହସ୍ପିଟାଲ ମାଲିକଙ୍କ ଭିଡିଓ ଭାଇରାଲ୍


କେ.କୃଷ୍ଣ ପ୍ରସାଦ ରାଓଙ୍କ ବିୟୋଗରେ ସାମ୍ବାଦିକ (Journalist) ଜଗତ ତଥା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ଆଜି ତାଙ୍କ ବିୟୋଗରେ ଗଜପତି ଜିଲ୍ଲା ସାମ୍ୱାଦିକ ସଙ୍ଘ ପକ୍ଷରୁ ସ୍ଥାନୀୟ ପାରଳାଖେମୁଣ୍ଡି (Paralakhemundi) ନଗର ଭବନ ପରିସରରେ ଏକ ଶୋକ ସଭା ଆୟୋଜିତ ହୋଇଯାଇଛି। ପ୍ରସାଦ ଜଣେ ଶାନ୍ତ ସରଳ, ବନ୍ଧୁବତ୍ସଳ ବ୍ୟକ୍ତିତ୍ଵ ଥିବା ଯୋଗୁଁ ଆଜି ତାଙ୍କ ସହକର୍ମୀ ସାମ୍ୱାଦିକମାନେ ସ୍ମୁତିଚାରଣ କରିଥିଲେ।


ଏହି କାର୍ଯ୍ୟକ୍ରମରେ ବସନ୍ତ ପଣ୍ଡା, ଅମିତ୍ ପଟ୍ଟନାୟକ, ବିବେକା ନନ୍ଦ ବେହେରା, ବାସୁଦେବ ଦାସ, ପି. ଅନିଲ, ଗିରିଧାରୀ ପରିଛା, ହରିହର ପଟ୍ଟନାୟକ , ସିତାନାଥ ପଣ୍ଡା, ସୁଜିତ ବିଷୋୟୀ, ଶ୍ରୀକାନ୍ତ ମହାରଣା, ଏସ. ଋଷି, ଏମ. ଶେଖର, ଆଦର୍ଶ ଦାସ, ଶ୍ୟାମ ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ପ୍ରାସାଦଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଅମର ଆତ୍ମାର ସଦଗତି କାମନା କରିଥିଲେ।