ସମ୍ବଲପୁର: ପୁଣି ଥରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ହଟାଇବା ଦାବି ଜୋର ଧରିଲା। ସମ୍ବଲପୁର ନାଗରିକ କଲ୍ୟାଣ ସମିତି ପକ୍ଷରୁ କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କୁ ତୁରନ୍ତ ପଦରୁ ହଟାଇବା ପାଇଁ ଦାବି କଲା। ଏଥିସହିତ କୁଳପତିଙ୍କ ନାମରେ ବିଭିନ୍ନ ପ୍ରକାର ତଥ୍ୟ ପ୍ରମାଣ ସହ ନାଗରିକ କଲ୍ୟାଣ ସମିତି କୁଳପତି ସଂଜୀବ ମିତ୍ତଲଙ୍କ ବିରୋଧରେ କାଯ୍ୟାନୁଷ୍ଠାନ ଦାବି କରିଛି।


COMMERCIAL BREAK
SCROLL TO CONTINUE READING

ସମ୍ବଲପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ନାଗରିକ କଲ୍ୟାଣ ସମିତି କହିଛି ଯେ, କୁଳପତି ଦାୟିତ୍ବ ଗ୍ରହଣ କରିବାର ଦିନଠାରୁ ବିଶ୍ୱବିଦ୍ୟାଳୟରେ ଏକ ପ୍ରକାର ଅଶାନ୍ତ  ବାତାବରଣ ଲାଗିରହିଛି। ତାଙ୍କ ସମୟରେ ଅତିଷ୍ଠ ହୋଇ ଦୀନବନ୍ଧୁ ମିଶ୍ର ଆତ୍ମହତ୍ୟା କରିଥିଲେ। ଆଜି ପର୍ଯ୍ୟନ୍ତ ସେ ଘଟଣାର ସମାଧାନ ହୋଇ ପାରି ନାହିଁ। ଏହାସହିତ କୁଳପତି ବିଶ୍ୱବିଦ୍ୟାଳୟରେ ଦାୟିତ୍ୱ ନେବା ପରଠାରୁ ମନୋମୁଖି ଶାସନ ଚଳାଇଥିବା ଅଭିଯୋଗ କରାଯାଇଛି। 


Also Read: ବିହାରୀ ବୟଫ୍ରେଣ୍ତ ପାଇଁ ୯୭ ଲକ୍ଷ ହଡପ ମାମଲା: ପୋଲିସ ଆଗରେ ସତ ମାନିଲେ 'ବଣ୍ଟି-ବବଲି


ଏଣୁ ସରକାର ପ୍ରଫେସର ମିତ୍ତଳଙ୍କୁ ତାଙ୍କ ପଦରୁ ନ ହଟାଇବା ପର୍ଯ୍ୟନ୍ତ କୌଣସି ନିରପେକ୍ଷ ତଦନ୍ତ ସମ୍ଭବ ହେଉ ନଥିବାରୁ, ଅବିଳମ୍ବେ ତାଙ୍କ କୁଳପତି ପଦରୁ ହଟାଇ ଦିଆଯାଉ ବୋଲି ଦାବି କରିଛି ସମ୍ବଲପୁର ନାଗରିକ କଲ୍ୟାଣ ସମିତି।