ବ୍ରହ୍ମପୁର: ମହାମାରୀ କୋରୋନା ସଂକ୍ରମଣ (Coronavirus) ରୋକିବାକୁ ଜିଲ୍ଲା ପ୍ରଶାସନର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ତାରାତାରିଣୀ ପୀଠ ଓ ଅନ୍ୟନ୍ୟ ସାମ୍ଭାବ୍ୟ ଜନଗହଳିପୂର୍ଣ୍ଣ ସ୍ଥାନରେ ଏହି ନିୟମ ଲାଗୁହେବ। ତେବେ ନୂଆ ନିର୍ଦ୍ଦେଶନାମା ନେଇ ଜିଲ୍ଲାର ସମସ୍ତ ପ୍ରଶାସନୀକ ଅଧିକାରୀଙ୍କୁ ଅବଗତ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ଗଞ୍ଜାମ (Ganjam) ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ମାଁ ତାରାତାରିଣୀ (Tara Tarini) ଙ୍କ ପୀଠରେ ମୁଣ୍ଡନକୁ ବାରଣ କରାଯାଇଛି। ମନ୍ଦିର ପରିସରରେ କୌଣସି ପ୍ରକାରର ଭୋଜି କିମ୍ବା ଫିଷ୍ଟ ହେବ ନାହିଁ। ଜିଲ୍ଲା ବାହାର କିମ୍ବା ରାଜ୍ୟ ବାହାରୁ ଗାଡି ପ୍ରବେଶକୁ ଗୁରୁତ୍ୱ ଦିଆଯିବ। ସମସ୍ତ ଯାତ୍ରୀଙ୍କର ସ୍କ୍ରୀନିଂ ବାଧ୍ୟତାମୂଳକ ହେବ।


Also Read: ଦଣ୍ଡରେ ଗଲା ଦଣ୍ଡୁଆ ଜୀବନ; ମୃତ୍ୟୁକୁ ଚ୍ୟାଲେଞ୍ଜ କରୁଛି ମଣିଷ!


ସେହିପରି ବିବାହ ଉତ୍ସବରେ ବି କୋରୋନା କଟକଣା (Corona Guidelines) କୁ କୋଠର କରାଯାଇଛି। ଜିଲ୍ଲାପାଳଙ୍କ ଚିଠି ଅନୁସାରେ ଏଣିକି ମାତ୍ର ୧୦୦ ଜଣଙ୍କୁ ନେଇ ବିବାହ (Marriage) କିମ୍ବା ମାଙ୍ଗଳିକ ଭୋଜି ଅନୁଷ୍ଠିତ ହେବ। ଅତିଥୀଙ୍କୁ ଥାଳି ବଦଳରେ ଖାଦ୍ଯ ପୁଡିଆ (Packed Food) ଦିଆଯିବ। ସେହିପରି ନିୟମ ଖିଲାପକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ଚେତାବନୀ ଦେଇଛି।