ଦଣ୍ଡରେ ଗଲା ଦଣ୍ଡୁଆ ଜୀବନ; ମୃତ୍ୟୁକୁ ଚ୍ୟାଲେଞ୍ଜ କରୁଛି ମଣିଷ!
Advertisement

ଦଣ୍ଡରେ ଗଲା ଦଣ୍ଡୁଆ ଜୀବନ; ମୃତ୍ୟୁକୁ ଚ୍ୟାଲେଞ୍ଜ କରୁଛି ମଣିଷ!

ଯେତେବେଳେ ସେ ଅନ୍ଧବିଶ୍ୱାସର ଅନ୍ଧଗଳିରେ ମିଛକୁ ସତ ଭାବି ଅସମ୍ଭବକୁ ସମ୍ଭବ ବୋଲି ବିଶ୍ୱାସ କରିନିଏ। ମନକୁ ଜବରଦସ୍ତି ବୁଝାଏ ଯେ କିଛି ଗୋଟେ ଅଜୁବା ହେବ ଓ ସଫଳତା ମିଳିବ। ବାସ୍ତବ ଓ ବାସ୍ତବତାଠାରୁ ନିଜକୁ ଦୂରେଇ ନେଲେ, ଏଭଳି କାଣ୍ଡ କାରନାମା ସବୁ ସତ ଭଳି ଲାଗିବ।

ଡିଜାଇନ ଫଟୋ

ନୟାଗଡ: ଠାକୁରଙ୍କୁ ପୂଜାର୍ଚ୍ଚନା କରି ମଲା ମଣିଷକୁ ଜୀବୀତ କରିହେବ! କଥାଟା ଶୁଣିବାକୁ ଅଜବ, ଆଶ୍ଚର୍ଯ୍ୟ ଆଉ ଅସମ୍ଭବ ଲାଗୁଥିଲେ ସୁଦ୍ଧା ଏପରି ଅପଚେଷ୍ଟା କରାଯାଉଛି। ସେତେବେଳେ ମଣିଷ ଏହି ଅପଚେଷ୍ଟା କରେ, ଯେତେବେଳେ ସେ ଅନ୍ଧବିଶ୍ୱାସର ଅନ୍ଧଗଳିରେ ମିଛକୁ ସତ ଭାବି ଅସମ୍ଭବକୁ ସମ୍ଭବ ବୋଲି ବିଶ୍ୱାସ କରିନିଏ। ମନକୁ ଜବରଦସ୍ତି ବୁଝାଏ ଯେ କିଛି ଗୋଟେ ଅଜୁବା ହେବ ଓ ସଫଳତା ମିଳିବ। ବାସ୍ତବ ଓ ବାସ୍ତବତାଠାରୁ ନିଜକୁ ଦୂରେଇ ନେଲେ, ଏଭଳି କାଣ୍ଡ କାରନାମା ସବୁ ସତ ଭଳି ଲାଗିବ। ଆଉ ସେତିକି ବେଳେ ପାଖଣ୍ଡିମାନେ ମଣିଷର ବିଶ୍ୱାସ ଉପରେ ରାଜ୍ କରିବେ। ନିଜକୁ ଭଗବାନ ସଜାଇ ନିରୀହ ମଣିଷର ମନଟାକୁ ନିଜ କବଜାରେ ରଖି ମୃତଦେହକୁ ଜୀବନ ଦେବାର ନାଟକ ଲେଖିବେ।

ନୟାଗଡ଼ (Nayagarh) ଜିଲ୍ଲା ବରସାହି ଗାଁରୁ ଏମିତି ଗୋଟିଏ କାରନାମାର ଦୃଶ୍ୟ ସାମନାକୁ ଆସିଛି, ଯେଉଁଠି ଏବେ ବି ଅନ୍ଧ ବିଶ୍ୱାସର ଅନ୍ଧ ଗଳିରୁ ମଣିଷ ମୁକୁଳି ପାରୁନାହିଁ। ଦଣ୍ଡୁଆଙ୍କ ମୃତ୍ୟୁ ପରେ ବଞ୍ଚାଇବା ପାଇଁ ପୂଜାର୍ଚ୍ଚନା କରାଯାଉଛି। ଗୁଣିଆ ଡାକି ତନ୍ତ୍ରମନ୍ତ୍ର ସାହାଯ୍ୟରେ ଜୀବିତ କରିବାକୁ ଉଦ୍ୟମ କରାଯାଇଛି। ଆଉ ବିଳମ୍ବରେ ହେଉ ପଛେ, ଘଟଣା ସ୍ଥଳରେ ପୋଲିସ (Nayagarh Police) ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛି। 

Also Read: ମାନବ ଇତିହାସରେ ପ୍ରଥମ! ତିନୋଟି ଯୌନାଙ୍ଗ ସହ ଜନ୍ମ ହେଲା ଶିଶୁପୁତ୍ର

ସୂଚନାନୁସାରେ, ଶରଣକୁଳ ଥାନା (Saranakula Thana) ଅଧୀନ ବରସାହି ଗାଁରେ ଦଣ୍ଡଯାତ୍ରା (Danda Yatra) ଚାଲିଥିବା ବେଳେ ହଠାତ ଜଣେ ଦଣ୍ଡୁଆଙ୍କ ମୃତ୍ୟୁ ଘଟିଥିଲା। କିନ୍ତୁ ଲୋକେ ଦଣ୍ଡୁଆଙ୍କ ମୃତ୍ୟୁକୁ ଗ୍ରହଣ କରିବା ବଦଳରେ ପ୍ରକୃତି ବିରୋଧରେ, ସତ୍ୟ ବିରୋଧରେ ଗୋଟିଏ ଅଜବ ଲଢ଼େଇ ଚଳାଇଛନ୍ତି। ମୃତ ଦଣ୍ଡୁଆଙ୍କୁ ବଞ୍ଚାଇବା ଲାଗି ପୂଜାର୍ଚ୍ଚନା ବାହାନାରେ ହୀନ ପ୍ରୟାସ କରାଯାଇଛି। ଦଣ୍ଡ ଯାତ୍ରା ଗୋଟିଏ ନିଷ୍ଠା ଓ ବିଶ୍ୱାସର ଯାତ୍ରା। ସେଠାରେ ବି ଅନ୍ଧବିଶ୍ୱାସ (Blind Faith) ଧସେଇ ପଶିଛି ଓ ବିଶ୍ୱାସ ସହ ଚତୁର ଖେଳ ଖେଳୁଚି।

fallback

କୋରୋନା କଟକଣା ଭିତରେ ଅଳ୍ପସଂଖ୍ୟକ ଦଣ୍ଡୁଆଙ୍କୁ ନେଇ ଗାଁରେ ଦଣ୍ଡନାଚ ହୋଇଥିଲା। ରାତିରେ ଦଣ୍ଡନାଚ ଚାଲିଥିବା ବେଳେ ରବି ନାହାକ ନାମକ ଦଣ୍ଡୁଆ ଅସୁସ୍ଥ ହୋଇ ପଡିଥିଲେ। ତାଙ୍କୁ ପ୍ରଥମେ ଶରଣକୁଳ ଓ ପରେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ରବିଙ୍କୁ ମୃତ ଘୋଷଣା କରିଥିଲେ। ଆଉ ଶରଣକୁଳ ପୋଲିସ ଅପମୃତ୍ୟ ମାମଲା ରୁଜୁ କରି ଶବ ବ୍ୟବଛେଦ ନ କରି ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଦେଲା।

Also Read: ଅଶାନ୍ତ ସମୁଦ୍ରକୁ ଶାନ୍ତ କରିବାକୁ ବ୍ରହ୍ମଧ୍ୱନୀ ଯଜ୍ଞ

କିନ୍ତୁ ପରିବାର ଲୋକେ ଓ ଗ୍ରାମବାସୀ ଡାକ୍ତରଙ୍କୁ ଅବିଶ୍ୱାସକୁ ନେଇ ରବିଙ୍କୁ ବଞ୍ଚାଇବା ପାଇଁ ଗାଁରେ ପୂଜାର୍ଚ୍ଚନା କରିଥିଲେ। ନନ୍ଦିଘର ମଙ୍ଗଳା କୋଠିରୁ ଜଳ ଆଣି ଶବକୁ ଗାଧୋଇବା ସହ ମନ୍ତ୍ର ତନ୍ତ୍ର ମଧ୍ୟ କରାଗଲା। ଜଣେ ଗୁଣିଆକୁ ଡାକି ପୂଜା କରିବାକୁ ମଧ୍ୟ ସେମାନେ ପଛାଇ ନାହାନ୍ତି। ପରେ ପୋଲିସ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ସତ୍କାର କରିବାକୁ ବୁଝାସୁଝା କରିବା ସହ ମାମଲାର ତଦନ୍ତ ଚଳାଇଛି। ଏହି ଘଟଣା ପରେ ପ୍ରଶ୍ନ ଉଠୁଛି, କାହିଁକି ଆମେ ଅନ୍ଧବିଶ୍ୱାସକୁ ଏତେ ବିଶ୍ୱାସ କରୁଛେ? ମୃତ୍ୟୁ ଭଳି ଏକ ନିରାଟ ସତ୍ୟକୁ କାହିଁକି ଅବିଶ୍ୱାସ କରୁଛେ? ଧର୍ମ କଣ ସତରେ ମୃତ୍ୟୁକୁ ରୋକି ପାରିବ?