ଦଣ୍ଡନାଚକୁ ମିଳିଲା ସର୍ତ୍ତମୂଳକ ଅନୁମତି
ପୂର୍ବ ପରି ଦଣ୍ଡନାଚ ହେବ କିନ୍ତୁ ରାତିରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ନାହିଁ।
ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ପାରମ୍ପରିକ ଦଣ୍ଡନାଚକୁ ମିଳିଲା ସର୍ତ୍ତମୂଳକ ଅନୁମତି। କଭିଡ ଗାଇଡଲାଇନ୍ ମଧ୍ୟରେ ମାନସିକଧାରି ଘର ସମ୍ମୁଖରେ ଦଣ୍ଡ କାମନା କରିବା ଲାଗି ଜିଲ୍ଲା ପ୍ରଶାସନ ଅନୁମତି ପ୍ରଦାନ କରିଛନ୍ତି।
ପାଖେଇ ଆସୁଛି ଚୈତ୍ର ମାସ। ପ୍ରସ୍ତୁତ ହେଉଛନ୍ତି ଦଣ୍ଡୁଆ (Dandua)। ଏଥର କୋରୋନା କଟକଣା ମଧ୍ୟରେ ଗଞ୍ଜାମ (Ganjam) ତଥା ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଦଣ୍ଡନୃତ୍ୟ (Dandanrutya) ହେବ। ତେବେ ଏଥିପାଇଁ ଜିଲ୍ଲା ପ୍ରଶାସନ କେତେକ ସର୍ତ୍ତ ରଖିଛନ୍ତି। ପୂର୍ବ ପରି ଦଣ୍ଡନାଚ ହେବ କିନ୍ତୁ ରାତିରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ନାହିଁ।
Also Read: ଆନ୍ତର୍ଜାତିକ ମହିଳା ଦିବସ; ସମ୍ମାନ, ସଙ୍ଘର୍ଷ ଓ ହତ୍ୟାକାଣ୍ଡ
ସାଂସ୍କୃତିକ କାର୍ଯ୍ୟକ୍ରମ (Cultural Programe) ସହ ଦଣ୍ଡ ନୃତ୍ୟରେ ବାହାର ଜିଲ୍ଲାବାସୀଙ୍କ ସାମିଲ ଉପରେ ମଧ୍ୟ କଟକଣା ଲଗାଯାଇଛି। ନିୟମ ଖିଲାପକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଗଞ୍ଜାମ ଜିଲ୍ଲାପାଳ (Ganjam Collector) ବିଜୟ ଅମୃତ କୁଲାଙ୍ଗେ କହିଛି।