ମୟୂରଭଞ୍ଜ: ଉପ ନଗରପାଳ ହେଲେ, ବିଧାୟକ ହେଲେ ଆଉ ମନ୍ତ୍ରୀ ମଧ୍ୟ ହେଲେ ତଥାପି ନିଜ ପୈତୃକ ଗ୍ରାମରେ ବିଜୁଳି ପହଞ୍ଚି ପାରିଲା ନାହିଁ। ଏବେ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଯୁଦ୍ଧାକାଳୀନ ଭିତ୍ତିରେ ଗ୍ରାମକୁ ବିଦ୍ୟୁତ ସଂଯୋଗ ହେଉଛି। ତେବେ ଗ୍ରାମରେ ବିଦ୍ୟୁତ ସଂଯୋଗ ପାଇଁ ଗ୍ରାମରେ କାହାକୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ଜରୁରୀ କି? ଦ୍ରୌପଦୀ ମୁର୍ମୁଙ୍କ ପୈତୃକ ଗାଁକୁ ବିଦ୍ୟୁତ ସଂଯୋଗ ପାଇଁ ରାଜ୍ୟ ସରକାର ତପ୍ତରତା ଦେଖାଇବା ପରେ ସାଧାରଣରେ ଏଭଳି ପ୍ରଶ୍ନ ଉଙ୍କି ମାରୁଛି। ବେଆଇନ ଜାଗାରେ ଘର ହୋଇଥିବା କହି ଯେଉଁମାନେ ଦିନେ ବିଦ୍ୟୁତ ତାର ଟାଣିବାକୁ ମନା କରିଦେଇଥିଲେ, ଆଜି ସେମାନେ ଯୁଦ୍ଧକାଳୀନ ଭିତିରେ ମାତ୍ର ୨୪ ଘଣ୍ଟାରେ ମୟୂରଭଞ୍ଜର ଉପରବେଡା ଗ୍ରାମକୁ ସମ୍ପୂର୍ଣ୍ଣ ବିଜୁଳି ସଂଯୋଗ କରିବାକୁ କହୁଛନ୍ତି। 


COMMERCIAL BREAK
SCROLL TO CONTINUE READING

ବର୍ଷ ବର୍ଷ ଧରି ଅନ୍ଧାରରେ ରହୁଥିବା ଶହ ଶହ ଗ୍ରାମବାସୀ ଏବେ ବିଜୁଳି ଆଲୁଅ ଦେଖିବେ। ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଦ୍ରୌପଦୀ ମୁର୍ମୁ (Draupadi Murmu) ଙ୍କ ପୈତୃକ ଗାଁ ଉପରବେଡାକୁ ବିଦ୍ୟୁତ ସଂଯୋଗ ପାଇଁ ରାଜ୍ୟ ସରକାର ତପ୍ତରତା ଦେଖାଇଛନ୍ତି। ଶନିବାର ଟାଟା ପାୱାର (TPNODL)ର କର୍ମଚାରୀମାନେ ମାଟିଖୋଳା ଯନ୍ତ୍ର, ବିଦ୍ୟୁତ ଖୁଣ୍ଡ ଓ ତାର ନେଇ ଉପରବେଡା ଗ୍ରାମରେ ପହଞ୍ଚିଛନ୍ତି। ଆଉ ୨୪ ଘଣ୍ଟା ମଧ୍ୟରେ ଗ୍ରାମକୁ ବିଦ୍ୟୁତ ସଂଯୋଗ କରାଯିବ ବୋଲି ସେମାନେ ଦାବି କରିଛନ୍ତି। 'ଲୋକଙ୍କୁ ଅନ୍ଧାରରେ ରଖିବା ଆମର କୌଣସି ଉଦ୍ଦେଶ୍ୟ ନଥିଲା, କିନ୍ତୁ କିଛି କ୍ଲିଏରାନ୍ସ ପାଇଁ ଉପରବେଜା ଗ୍ରାମରେ ବିଦ୍ୟୁତିକରଣ କାମ ଅଟକି ଥିଲା' ବୋଲି ବିଦ୍ୟୁତ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Also Read: ନବୀନଙ୍କ ଠାରୁ ମାୟାବତୀ ପର୍ଯ୍ୟନ୍ତ ... ଏପର୍ଯ୍ୟନ୍ତ ମୁର୍ମୁ ମିଳିଛି ଏହି ସବୁ ଦଳର ସମର୍ଥନ


ଉପରବେଡା ଗ୍ରାମ (Uparabeda Village) ରେ ବିଦ୍ୟୁତ ନାହିଁ ତାହା ନୁହେଁ। ଏହି ଗ୍ରାମରେ ପ୍ରାୟ ସାଢେ ତିନି ହଜାର ଲୋକ ବସବାସ କରନ୍ତି। ଉପରବେଡାକୁ ଦୁଇ ଭାଗ (ବଡସାହି ଓ ଡୁଙ୍ଗୁରସାହି) ରେ ବିଭକ୍ତ କରାଯାଇଛି। ପୂର୍ବରୁ ବଡସାହି ସାହିରେ ବିଦ୍ୟୁତ ସଂଯୋଗ କରାଯାଇଛି କନ୍ତୁ ୧୪ଟି ଘର ଥିବା ଡୁଙ୍ଗୁରସାହି ଏଥିରୁ ବାଦ ପଡିଥିଲା। ଫଳରେ ସେଠାରେ ଲୋକେ ଆଜି ମଧ୍ୟ କିସୋସିନ ଡିବିରି ଜାଳୁଛନ୍ତି। ଗ୍ରାମବାସୀଙ୍କ କହିବା ଅନୁସାରେ, ଡୁଙ୍ଗୁରସାହି ଜଙ୍ଗଲ ଜମିରେ ବସିଥିବାରୁ ସେଠାରେ ବିଦ୍ୟୁତ ସଂଯୋଗ ହୋଇନଥିଲା। ତେବେ ଏହି ସମସ୍ୟା ବିଷୟରେ ସେମାନେ ଅନେକ ଥର ଅଧିକାରୀ, ବିଧାୟକ, ମନ୍ତ୍ରୀ ସମସ୍ତଙ୍କୁ ଜଣାଇଥିଲେ, ତଥାପି ଡୁଙ୍ଗୁରସାହିକୁ ବିଜୁଳି ଆସିନଥିବା ଗ୍ରାମବାସୀ କହିଛନ୍ତି। 


ମୟୂରଭଞ୍ଜ (Mayurbhanj) ଜିଲ୍ଲାର କୁସୁମ ବ୍ଲକ ଅନ୍ତର୍ଗତ ଉପରବେଡା ହେଉଛି ଦ୍ରୌପଦୀ ମୁର୍ମୁ ତାଙ୍କର ପୈତୃକ ଗାଁ। କିନ୍ତୁ ଦଶନ୍ଧି ପୂର୍ବେ ଦ୍ରୌପଦୀ ସେ ଗାଁ ଛାଡି ପ୍ରାୟ ୨୦ କିଲୋମିଟର ଦୂରରେ ରାଇରଙ୍ଗପୁର ସହରରେ ବସବାସ କରୁଛନ୍ତି। ଡୁଙ୍ଗୁରୁସାହିରେ ମୁର୍ମୁଙ୍କ ଭଣଜା ବିରଞ୍ଚି ନାରାୟଣ ଓ ତାଙ୍କ ପରିବାର ରହୁଛନ୍ତି। ପରିବାର କହିଲେ ତାଙ୍କ ପତ୍ନୀ ଓ ଦୁଇ ସନ୍ତାନ। ପର୍ବ ପର୍ବାଣୀ ସମୟରେ ଦ୍ରୌପଦୀ ମୁର୍ମୁ ଗାଁକୁ ଗଲେ ତାଙ୍କୁ ଗାଁର ବିଜୁଳି ସମସ୍ୟା ବିଷୟରେ ଜଣାଇବେ ବୋଲି ଭିବିଥିଲି। କିନ୍ତୁ ସେହି ସୁଯୋଗ ମିଳିଲା ନାହିଁ ବୋଲି ବିରଞ୍ଚିଙ୍କ ପତ୍ନୀ କହିଛନ୍ତି।


Also Read: ଲମ୍ବା ଚାଲିବ 'ମହାରାଷ୍ଟ୍ର ମହାନାଟକ'! ରାତିଅଧିଆ ଫଡନାଭିସ-ଶିନ୍ଦେ ସାକ୍ଷାତ, କୋର୍ଟ ଯିବେ ବିଦ୍ରୋହୀ ବିଧାୟକ


ସୂଚନାଯୋଗ୍ୟ, ୧୯୯୭ ମସିହାରେ ଦ୍ରୌପଦୀ ମୁର୍ମୁ, ବିଜେପି ଯୋଗେ ଦେଇଥିଲେ ଏବଂ ରାଇରଙ୍ଗପୁର ପୌର ନିର୍ବାଚନ ଜିତି ଏନଏସିର ଉପାଧକ୍ଷ ହୋଇଥିଲେ। ୨୦୦୦ରେ ରାଇରଙ୍ଗପୁରରୁ ବିଧାୟକ ହୋଇ ବିଜେଡି-ବିଜେପି ମେଣ୍ଟ ସରକାରରେ ୨୦୦୨ ପର୍ଯ୍ୟନ୍ତ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ହୋଇଥିଲେ। ଏହାପରେ ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଭାବେ ଦାୟୀତ୍ୱ ତୁଲାଇଥିଲେ। ଏହାପରେ ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ଝାଡଖଣ୍ଡର ରାଜ୍ୟପାଳ ଭାବେ ମଧ୍ୟ ସେବା ପ୍ରଦାନ କରିଛନ୍ତି।