ନୂଆପଡ଼ା: କୋରୋନା ଟିକା (Corona Vaccine) ନେବା ପରେ ନୂଆପଡ଼ା ଜିଲ୍ଲାର (Nuapada) ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି । ବୁଧବାର (Wednesday) ଦିନ ଏହି ଘଟଣା ଘଟିଥିବା ନେଇ ସୂଚନା ରହିଛି । ତେବେ ମୃତକଙ୍କ ଶବ ବ୍ୟବଚ୍ଛେଦ (PM Report) ରିପୋର୍ଟକୁ ଅପେକ୍ଷା କରାଯାଇଛି । ସେପଟେ ଅନ୍ୟ ଏକ ଭୁତାଣୁ (Virus) ସାମ୍ନାକୁ ଆସିଥିବା ନେଇ ଜଣାପଡ଼ିଛି । 


COMMERCIAL BREAK
SCROLL TO CONTINUE READING

ଅଧିକ ପଢନ୍ତୁ: ବିଧାୟକଙ୍କୁ ବିବାହ କରିବାକୁ ଯୁବତୀଙ୍କ ଜିଦ, ବିଧାୟକ କହିଲେ ପ୍ରସ୍ତାବ ପଡ଼ିଥିଲା, ହେଲେ ମୁଁ...


ଏକ ରିପୋର୍ଟ ଅନୁଯାୟୀ ଏହି ଟିକାକରଣ (Vaccination) ସମୟରେ ଦେଶରେ ମୋଟ ୯ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଏହି ତଥ୍ୟକୁ ଭୁଲ ବୋଲି ଦର୍ଶାଇଛନ୍ତି କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ମନୋହର ଅଗନାନୀ । ମନୋହର କହିଛନ୍ତି କି ବର୍ତ୍ତମାନ ସୁଦ୍ଧା କୌଣସି ବ୍ୟକ୍ତିଙ୍କର କୋରୋନା ଟିକାରେ ମୃତ୍ୟୁ ହୋଇନାହିଁ । ସେ ଆହୁରି ମଧ୍ୟ କହିଛନ୍ତି କି, ଓଡ଼ିଶାର ନୂଆପଡ଼ା ଜିଲାରେ ଟିକା ନେବା ପରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ଆସିଛି । ମାତ୍ର ମୃତ୍ୟୁ ଟିକା କାରଣରୁ ହୋଇଛି କି ନାହିଁ ତାହାର ସ୍ପଷ୍ଟ ହୋଇ ନାହିଁ । ଏଥିପାଇଁ ଶବବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି । 


ଅଧିକ ପଢନ୍ତୁ: କେନ୍ଦ୍ର କର୍ମଚାରୀଙ୍କୁ ବଡ଼ ଆଶ୍ୱସ୍ତିକର ଖବର ଦେଲେ ମୋଦି ସରକାର!


ଏହା ବ୍ୟତୀତ ଟିକାକରଣ ପରଠାରୁ ମୋଟ ୧୬ ଜଣ ବ୍ୟକ୍ତି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଯାହା ମୋଟ ଟିକା ନେଇଥିବା ବ୍ୟକ୍ତିଙ୍କ ୦.୦୦୦୭ ପ୍ରତିଶତ ବୋଲି ସେ କହିଛନ୍ତି । ସେହିପରି ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି କି, ସ୍ୱାସ୍ଥ୍ୟବିଭାଗ ଅନ୍ୟ ଏକ ନୂତନ ଭୂତାଣୁକୁ ଚିହ୍ନଟ କରିଛନ୍ତି । ଚେନ୍ନାଇର ଜଣେ ବ୍ୟକ୍ତିଙ୍କ ନିକଟରେ ଏହି ଭୂତାଣୁ ଦେଖାଦେଇଛି । ସଂକ୍ରମିତ ବ୍ୟକ୍ତି ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । 


ଅଧିକ ପଢନ୍ତୁ: ଖାଲି ହେଉଛି ଧାରଣାସ୍ଥଳ; ରଦ୍ଦ ହେବ କୃଷକଙ୍କ ସଂସଦ ମାର୍ଚ୍ଚ!


ସୂଚନାଯୋଗ୍ୟ ଟିକାକରଣ ଆରମ୍ଭ ଠାରୁ ହିଁ ବର୍ତ୍ତମାନ ସୁଦ୍ଧା ୨୩,୨୮,୭୭୯ ଜଣ ବ୍ୟକ୍ତି ବିଶେଷ ଟିକା ନେଇ ସାରିଛନ୍ତି । କେବଳ ବୁଧବାର ଦିନ ସମଗ୍ର ଦେଶରେ ୨,୯୯,୨୯୯ ଜଣ ବ୍ୟକ୍ତି ଟିକା ନେଇଛନ୍ତି । ଏହା ମଧ୍ୟରୁ ମଧ୍ୟପ୍ରଦେଶରେ ସର୍ବାଧିକ ୬୦୧୯୪ ଜଣ ଟିକା ନେଇଥିବା ଜଣାପଡ଼ିଛି ।