ଖାଲି ହେଉଛି ଧାରଣାସ୍ଥଳ; ରଦ୍ଦ ହେବ କୃଷକଙ୍କ ସଂସଦ ମାର୍ଚ୍ଚ!
Advertisement
Article Detail0/zeeodisha/odisha836788

ଖାଲି ହେଉଛି ଧାରଣାସ୍ଥଳ; ରଦ୍ଦ ହେବ କୃଷକଙ୍କ ସଂସଦ ମାର୍ଚ୍ଚ!

ସଦ୍ୟ ମିଳିଥିବା ଖବର ଅନୁସାରେ ଦିଲ୍ଲୀସ୍ଥିତ ଚିଲ୍ଲା ବର୍ଡର ଠାରେ ଆନ୍ଦୋଳନ କରୁଥିବା କୃଷକ ଏବେ ସେମାନଙ୍କ ଟେଣ୍ଟ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମାଗ୍ରୀ ଧରି ଧାରଣାସ୍ଥଳ ଖାଲି କରିବାରେ ଲାଗିଛନ୍ତି। 

ଖାଲି ହେଉଛି ଧାରଣାସ୍ଥଳ; ରଦ୍ଦ ହେବ କୃଷକଙ୍କ ସଂସଦ ମାର୍ଚ୍ଚ!

ନୂଆଦିଲ୍ଲୀ: କୃଷି ଆଇନ ବିରୁଦ୍ଧରେ ସାଧାରଣତନ୍ତ୍ର ଦିବସରେ ଆୟୋଜିତ ହୋଇଥିବା ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସାକାଣ୍ଡ ପରେ ଏବେ କୃଷକ ସଙ୍ଗଠନ ମଧ୍ୟରେ ଏବେ ଫାଟ ସୃଷ୍ଟି ହୋଇଛି। ରାଲି ସମୟରେ ହୋଇଥିବା ବିଭିନ୍ନ ହିଂସାତ୍ମକ ଘଟଣା ସାମ୍ନାକୁ ଆସିବା ପରେ ଏବେ ପଛଘୁଞ୍ଚା ଦେଇଛନ୍ତି ଆନ୍ଦୋଳନରତ କୃଷକ।  

ନୂଆ କୃଷି ଆଇନ ବିରୁଦ୍ଧରେ ରାଷ୍ଟ୍ରୀୟ ରାଜଧାନୀ ସୀମାରେ ପ୍ରାୟ ୨ ମାସରୁ ଉର୍ଦ୍ଧ୍ୱ ସମୟ ଧରି ପ୍ରତିବାଦ କରୁଥିବା ବିଭିନ୍ନ କୃଷକ ସଙ୍ଗଠନ ଦିଲ୍ଲୀ ହିଂସା ପରେ ଏବେ ଏହି ଆନ୍ଦୋଳନରୁ ଓହରିବାକୁ ଘୋଷଣା କରିଛନ୍ତି। ସଦ୍ୟ ମିଳିଥିବା ଖବର ଅନୁସାରେ ଦିଲ୍ଲୀସ୍ଥିତ ଚିଲ୍ଲା ବର୍ଡର (Chilla Border) ଠାରେ ଆନ୍ଦୋଳନ କରୁଥିବା କୃଷକ ଏବେ ସେମାନଙ୍କ ଟେଣ୍ଟ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମାଗ୍ରୀ ଧରି ଧାରଣାସ୍ଥଳ ଖାଲି କରିବାରେ ଲାଗିଛନ୍ତି।                   

Also Read: କୃଷକ ଆନ୍ଦୋଳନରେ ଫାଟ; ୩୦୦ ଟ୍ୱିଟର ଆକାଉଣ୍ଟ ସସପେଣ୍ଡ୍

କୃଷି ଆନ୍ଦୋଳନରୁ ସଙ୍ଗଠନ ଓହରି ଯାଉଥିବା ନେଇ ଘୋଷଣା କରିଛନ୍ତି ଭାରତୀୟ କିସାନ ୟୁନିୟନ ଅଧ୍ୟକ୍ଷ ଠାକୁର ଭାନୁପ୍ରତାପ ସିଂହ। ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସାକାଣ୍ଡ ଘଟଣାପରେ ଆନ୍ଦୋଳନ ଶେଷ କରିବାକୁ ଘୋଷଣା କରିଛି ଏହି ସଙ୍ଗଠନ।      

 

 

ପୂର୍ବରୁ ଭାରତୀୟ କିସାନ ୟୁନିୟନ ମଧ୍ୟ ଏହି କୃଷକ ଆନ୍ଦୋଳନକୁ ବନ୍ଦ କରିବାକୁ ଘୋଷଣା କରିଛି। ରାଷ୍ଟ୍ରୀୟ କିସାନ ମଜଦୂର ସଙ୍ଗଠନ ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଏମ ସିଂହ କହିଛନ୍ତି ଆମ ସଙ୍ଗଠନ ଏହି କୃଷି ଆନ୍ଦୋଳନରୁ ଓହରିଯାଇଛି। କୃଷି ଆଇନକୁ ବିରୋଧ କରୁଥିବା ସେପରି ବ୍ୟକ୍ତିଙ୍କୁ ଆମେ ଅନୁସରଣ କରିପାରିବୁ ନାହିଁ ଯାହାର ଦୃଷ୍ଟିକୋଣ ଭିନ୍ନ। ରାଷ୍ଟ୍ରୀୟ କିସାନ ମଜଦୂର ସଙ୍ଗଠନ ତୁରନ୍ତ ଏହି ଆନ୍ଦୋଳନରୁ ସଙ୍ଗଠନକୁ ପ୍ରତ୍ୟାହାର କରୁଛି। 

Also Read: Farmer Protest Update: ହିଂସାକାଣ୍ଡ ପରେ ହେପାଜତରେ ୨୦୦, ଟାର୍ଗେଟରେ ଯୋଗେନ୍ଦ୍ର ଯାଦବ

 

ଟ୍ରାକ୍ଟର ରାଲି ବେଳେ ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡକୁ ନେଇ ଏବେ କୃଷକ ଆନ୍ଦୋଳନ ଏବେ ବିବାଦଘେରକୁ ଠେଲି ହୋଇଯାଇଛି। କୃଷି ଆଇନ ୨୦୨୦ ବିରୁଦ୍ଧରେ ଫେବୃଆରୀ ୧ ତାରିଖରେ ସଂସଦ ଘେରାଉ କରିବାକୁ ଘୋଷଣା କରିଥିଲେ ଆନ୍ଦୋଳନରତ କୃଷକ। କାରଣ ଆସନ୍ତାମାସ ପହିଲାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସଂସଦରେ ବଜେଟ ଆଗତ ହେବାକୁ ଯାଉଛି। 

ହେଲେ କୃଷକଙ୍କ ପକ୍ଷରୁ ହେବାକୁ ଥିବା ସଂସଦ ମାର୍ଚ୍ଚ ରଦ୍ଧ ହୋଇପାରେ। କାରଣ ଦିଲ୍ଲୀ ହିଂସାକାଣ୍ଡ ଘଟଣାକୁ ନେଇ ଏବେ ପ୍ରଶ୍ନ ଉଠିବା ପରେ ଧାରଣାସ୍ଥଳ ଖାଲି କରିବା ଆରମ୍ଭ କରିଛନ୍ତି ବିଭିନ୍ନ କୃଷକ ସଙ୍ଗଠନ।