ଆଇନ ମନ୍ତ୍ରୀଙ୍କୁ ବିରୋଧ ଭୟ! କଂଗ୍ରେସ, ବିଜେପି କର୍ମୀ ଥାନାରେ ଅଟକ
ମନ୍ତ୍ରୀ ପ୍ରତାପ ଜେନା ଦୁଇ ଦିନିଆ ଦାରିଙ୍ଗବାଡ଼ି ଗସ୍ତରେ ଆସିଛନ୍ତି। ସେ ଦୁଇ ଦିନ ଧରି ଦାରିଙ୍ଗବାଡ଼ି ଅଂଚଳରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ।
କନ୍ଧମାଳ: ପଞ୍ଚାୟତରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗସ୍ତକୁ ବିରୋଧ ଆଶଙ୍କା କରି ଦାରିଙ୍ଗବାଡ଼ି ପୋଲିସ ବିଜେପି-କଂଗ୍ରେସ ଦଳର ୧୦ରୁ ଊର୍ଦ୍ଧ୍ବ ନେତାକର୍ମୀଙ୍କୁ ସକାଳୁ ସକାଳୁ ଅଟକ ରଖିଛି।
ମନ୍ତ୍ରୀ ପ୍ରତାପ ଜେନା ଦୁଇ ଦିନିଆ ଦାରିଙ୍ଗବାଡ଼ି ଗସ୍ତରେ ଆସିଛନ୍ତି। ସେ ଦୁଇ ଦିନ ଧରି ଦାରିଙ୍ଗବାଡ଼ି ଅଂଚଳରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। କିନ୍ତୁ ମନ୍ତ୍ରୀଙ୍କ ଏହି ଗସ୍ତକୁ ତୀବ୍ର ବିରୋଧ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ମମିତା ମର୍ଡର ମିଷ୍ଟ୍ରି ଘଟଣାକୁ ନେଇ ସାରା ରାଜ୍ୟରେ ତୁମ୍ଭିତୋଫାନ ଲାଗି ରହିଛି। ଏହା ସହ ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଓ ମହାଲିଙ୍ଗ କଲେଜକୁ ରେଭେନ୍ସା ସହିତ ତୁଳନା କରି ସେ ବିବାଦକୁ ଆସିଛନ୍ତି।
Also Read: ନାମର ପ୍ରଥମ ଅକ୍ଷରରୁ ଜାଣନ୍ତୁ ଲୋକଙ୍କ ସ୍ୱଭାବ
ଏହି ସମସ୍ତ ଅଭିଯୋଗକୁ ଆଧାର କରି ଦାରିଙ୍ଗବାଡ଼ି ବିଜେପି ଓ କଂଗ୍ରେସ ନେତା କର୍ମୀ ମନ୍ତ୍ରୀଙ୍କୁ ବିରୋଧ କରିବାର ଆଶଙ୍କା ଥିବା ନେଇ ଦାରିଙ୍ଗବାଡ଼ି ପୋଲିସ ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। ଏହା ସହ ପୋଲିସ, ମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି କଡା ସୁରକ୍ଷା ଗ୍ରହଣ କରିଛି।