Khorda Power Cut Video: ଅଘୋଷିତ ବିଦ୍ୟୁତକାଟକୁ ନେଇ ବଢୁଛି ଅସନ୍ତୋଷ
Khorda Power Cut Video: ଖୋର୍ଦ୍ଧା ଡ଼ିଭିଜନ ଅନ୍ତର୍ଗତ ବିଭିନ୍ନ ଫିଡ଼ରରେ ମନଇଛା ବିଦ୍ୟୁତ୍କାଟ ସାଧାରଣଲୋକଙ୍କୁ ବ୍ୟତିବ୍ୟସ୍ତ କରିସାରିଲାଣି । କୌଣସି ପ୍ରାକ୍ ସୂଚନା ନଦେଇ ସେସୁ ପକ୍ଷରୁ ମନଇଛା ବିଦ୍ୟୁତ୍କାଟ ସବୁ ବର୍ଗର ଲୋକମାନଙ୍କୁ ଅସୁବିଧାରେ ପକାଉଛି । ଏପରିକି ଏସଂପର୍କରେ ଅଭିଯୋଗ କଲେ ମଧ୍ୟ କେହି ଶୁଣିବାକୁ ନାହାନ୍ତି ।
Power Cut News in Odia: ଖୋର୍ଦ୍ଧା (ସୂର୍ଯ୍ୟ ନାରାୟଣ ମହାନ୍ତି): ରାଜ୍ୟ ସରକାର (State Government) ବିଦ୍ୟୁତକାଟ୍ (Power Cut) ହେବ ନାହିଁ ବୋଲି ବାରମ୍ବାର ଘୋଷଣା କରିଛନ୍ତି। ତେବେ ଖୋର୍ଦ୍ଧା ବିଦ୍ୟୁତ ଡ଼ିଭିଜନ (Khorda Power Supply) ଏବେ ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡ଼ିଷ୍ଟ୍ରିବୁଲସନ (TPCODL) ଅଧିନରେ ଥିବା ବେଳେ ସମସ୍ତ ବିଦ୍ୟୁତ ଗ୍ରାହକମାନେ ଭାବିଥିଲେ ଆଉ ଅସୁବିଧା ହେବନାହିଁ। କିନ୍ତୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବିଦ୍ୟୁତ୍କାଟ ନିୟମିତ ହେଉଥିବା ଦେଖିବାକୁ ମିଳୁଛି। ପ୍ରତ୍ୟେକ ମାସରେ ଥରେ ଦୁଇଥର ମେଣ୍ଟେନାନ୍ସ ଆଳରେ ୫ରୁ୭ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତକାଟ୍ ହେଇଛି। ଯାହାକୁ ନେଇ ବିଦ୍ୟୁତ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢିାବରେ ଲାଗିଛି। ଖୋର୍ଦ୍ଧା (Khorda) ସମେତ ଅନ୍ୟାନ୍ୟ ଅଞ୍ଚଳରେ ଦୁଇଘଣ୍ଟାରୁ ୪ ଘଣ୍ଟା ଅର୍ଥାତ ସକାଳ ବେଳା ଘଣ୍ଟେ ଦୁଇ ଘଣ୍ଟା ଓ ଉପରବେଳା ଅନୁରୂପ ଭାବେ ବିଭିନ୍ନ ଆଳରେ ନିୟମିତ ବିଦ୍ୟୁତକାଟ୍ ହେଉଅଛି।
ଖୋର୍ଦ୍ଧା ଡ଼ିଭିଜନ ଅନ୍ତର୍ଗତ ବିଭିନ୍ନ ଫିଡ଼ରରେ ମନଇଛା ବିଦ୍ୟୁତ୍କାଟ ସାଧାରଣଲୋକଙ୍କୁ ବ୍ୟତିବ୍ୟସ୍ତ କରିସାରିଲାଣି । କୌଣସି ପ୍ରାକ୍ ସୂଚନା ନଦେଇ ସେସୁ ପକ୍ଷରୁ ମନଇଛା ବିଦ୍ୟୁତ୍କାଟ ସବୁ ବର୍ଗର ଲୋକମାନଙ୍କୁ ଅସୁବିଧାରେ ପକାଉଛି । ଏପରିକି ଏସଂପର୍କରେ ଅଭିଯୋଗ କଲେ ମଧ୍ୟ କେହି ଶୁଣିବାକୁ ନାହାନ୍ତି । ସାଧାରଣ ଲୋକମାନଙ୍କର ବିଦ୍ୟୁତ୍ ଦେୟ ପାଇଁ ଟିପିସିଓଡ଼ିଏଲ ପକ୍ଷରୁ ସଂଯୋଗ ଛିନ୍ନ କରାଯାଉଥିବା ବେଳେ, ମନଇଛା ବିଦ୍ୟୁତ୍କାଟ ପାଇଁ ଟିପିସିଓଡ଼ିଏଲ ଉତରଦାୟୀ ନୁହେଁ ବୋଲି ସଫେଇ ଦେଉଛି । ପରିସ୍ଥିତି ଏଭଳି ହେଲାଣି ଯେ, କେଉଁ ସମୟରେ ଉତ୍ୟକ୍ତ ଲୋକଙ୍କର କ୍ରୋଧର ଶିକାର ଟିପିସିଓଡ଼ିଏଲ କତୃପକ୍ଷ ହେବେ ତାହା ଏବେ ଚିନ୍ତାର କାରଣ ହୋଇଛି । ରାଜ୍ୟ ସରକାରଙ୍କ ଶକ୍ତି ବିଭାଗର କୌଣସି ନିର୍ଦ୍ଦେଶନାମାକୁ ଟିପିସିଓଡ଼ିଏଲ ମାନିବାକୁ ନାରାଜ । ଏପରି ମନେ ହେଉଛି, ବିଦ୍ୟୁତ୍ ସରବରାହ ଉପରେ ଟିପିସିଓଡ଼ିଏଲ କୌଣସି ନିୟନ୍ତ୍ରଣ ନଥିବା ପରିଲକ୍ଷିତ ହେଉଛି ।
ଏହି ଅବ୍ୟବସ୍ଥା ସଂପର୍କରେ ସ୍ଥାନୀୟ ବିଦ୍ୟୁତ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ପଚାରିଲେ, ବିଦ୍ୟୁକାଟ୍ ଗ୍ରୀଡ଼ ତରଫରୁ ହେଉଅଛି, କଣିହାରେ ବିଦ୍ୟୁତ ଲୋଡ଼ କମ୍ ଥିବାରୁ ଏଭଳି ବିଦ୍ୟୁତକାଟ୍ ହେଉଅଛି, ଏହା ସାମୁହିକ ଭାବେ କଟୁଛି, ଗ୍ରୀଡ଼ କାଟିବା ଦ୍ୱାରା ଆମେ ଏଥିରେ କିଛି କରିପାରିବୁ ନାହିଁ ଓ ବିଦ୍ୟୁତକାଟ୍ ସଂପର୍କରେ ଗ୍ରୀଡ଼ ଓ ଏସ୍ଏଲସିକୁ ଦାୟୀ ବୋଲି ସଫେଇ ଦେଉଛନ୍ତି । ଗ୍ରାହକଙ୍କ ଠାରୁ ସର୍ବଦା ବିଦ୍ୟୁତ ଦେୟ ନେଉଥିବା ଟିପିସିଓଡ଼ିଏଲ କତୃପକ୍ଷ ଏଥିପାଇଁ ଉତରଦାୟୀ ନୁହଁନ୍ତି ବୋଲି କହିବା ଲୋକଙ୍କ “କଟା ଘା’ରେ ଚୂନ ବୋଳିବା’ ସଦୃଶ୍ୟ ହୋଇଛି । ସେହିପରି ଟିପିସିଓଡ଼ିଏଲ ବିଦ୍ୟୁତ ସରବରାହର ଦାୟିତ୍ୱ ନେବା ପର ଠାରୁ ପ୍ରଥମ କିଛି ମାସ ଠିକ୍ ଠାକ୍ ଭାବେ ଚାଲୁଥିବା ବେଳେ, ଏବେ କିନ୍ତୁ ଯାଥା ପୂର୍ବଂ, ତଥା ପରଂ ଭଳି ବିଦ୍ୟୁତ କାଟ୍ ଚାଲୁରହିଛି । ଏପଟେ କମ ହେଉଛି, ସେପଟେ କାମ ହେଉଛି କହି ଘଂଟା ଘଂଟା ବିଦ୍ୟୁତ କାଟ୍ ହେଉଛି । ସେହିପରି ସହରର କେତେକ ସ୍ଥାନରେ ଷ୍ଟ୍ରିଟ୍ ଲାଇଟ୍ ମଧ୍ୟ ଜଳୁନଥିବା ଦେଖିବାକୁ ମିଳୁଛି । ଯାହା ଫଳରେ ଛିନତାଇ ମଧ୍ୟ ହେଉଥିବା ନଜରକୁ ଆସୁଛି । ବର୍ତମାନ ଖୋର୍ଦ୍ଧା ସହରରେ ତାପମାତ୍ର ୪୦ ଡ଼ିଗ୍ରୀ ଛୁଇଁଥିବା ବେଳେ ଟିପିସିଓଡ଼ିଏଲର ବିଦ୍ୟୁତକାଟ୍ ନୀତି ବୋଝ ଉପରେ ଲଳିତା ବିଡ଼ା ସଦୃଶ୍ୟ ହୋଇଛି । ତେଣୁ ବିଦ୍ୟୁତ ବିଭାଗର ଉଚ୍ଚ କର୍ତୁପକ୍ଷ ମାନେ ଏଥିପ୍ରତି ଦୃଷ୍ଟି ନଦେଲେ, ଆଗାମୀ ଦିନରେ ବଡ଼ ଧରଣର ଜନ ଆନ୍ଦୋଳନ ହେବା ନିଶ୍ଚିନ୍ତ ବୋଲି ସାଧାରଣରେ ମତ ପ୍ରକାଶ ।
Also Read: Odisha News: ପ୍ରେମ କରି ବିବାହ କଲେ, ଏବେ ୨୦ ବର୍ଷ ଧରି ଗାଁ ରୁ ବାସନ୍ଦ
Also Read: ଜାଣନ୍ତୁ କେତେ ଦିନ ହେବ ପାଠପଢା , କେତେ ଦିନ ରହିବ ସ୍କୁଲ୍ ଛୁଟି?