Odisha News: ଚୋରର ପଶ୍ଚାତାପ, ଚୋରୀ ସାମଗ୍ରୀ ଫେରାଇବା ସହ ଦେଲା ଜୋରିମାନା ଓ ଦକ୍ଷିଣା
Stolen Ornaments return: ଫେରିଲା ଭଗବାନଙ୍କ ଚୋରି ଅଳଙ୍କାର । ଦୀର୍ଘ ବର୍ଷ ପରେ ଚୋରର ପ୍ରାୟଶ୍ଚିତ । ୯ ବର୍ଷ ପରେ ଅନୁତାପ ପରେ ଚୋର ଫେରାଇଲା ଠାକୁରଙ୍କ ଚୋରି ସାମଗ୍ରୀ । ଖାଲି ଏତିକି ନୁହେଁ, ଠାକୁରଙ୍କ ଚୋରି ସାମଗ୍ରୀ ଫେରାଇବା ସହ ଚୋର ଜୋରିମାନା, ଦକ୍ଷିଣା ସହ ଏକ ଚିଠି ଲେଖି କ୍ଷମା ପ୍ରାର୍ଥନା ମଧ୍ୟ କରିଛି। ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି ରାଜଧାନୀ ଉପକଣ୍ଠ ଗୋପୀନାଥପୁର ଗାଁରେ।
Thief Returns stolen Ornaments: ରାଜଧାନୀ ( Bhubaneswar) ଉପକଣ୍ଠ ଧଉଳି ଥାନା ଗୋପୀନାଥପୁର (Gopinathpur) ଗାଁରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି । ଦୀର୍ଘ ୯ ବର୍ଷ ପରେ ଚୋର ନିଜ ଭୁଲ ବୁଝି ଚୋରି ସାମଗ୍ରୀକୁ ଗାଁର ତୁଳସୀ ଚଉଁରା ମୂଳେ ରଖି ଚାଲିଯାଇଛି। ଏହାସହ ଏକ ପଶ୍ଚାତାପ ଚିଠି ମଧ୍ୟ ଛାଡି ଯାଇଥିବା ଜଣାପଡ଼ିଛି । ସବୁଠୁ ବଡ଼ କଥା, ଠାକୁରଙ୍କ ଅଳଙ୍କାର ଫେରାଇବା ସହ ଚୋର ୧୦୧ ଟଙ୍କା ଜୋରିମାନା ଓ ୨୦୧ ଟଙ୍କା ଦକ୍ଷିଣା ମଧ୍ଯ ଦେଇଛି ।
ଫେରିଲା ଭଗବାନଙ୍କ ଚୋରି ଅଳଙ୍କାର । ଦୀର୍ଘ ବର୍ଷ ପରେ ଚୋରର ପ୍ରାୟଶ୍ଚିତ । ୯ ବର୍ଷ ପରେ ଅନୁତାପ ପରେ ଚୋର ଫେରାଇଲା ଠାକୁରଙ୍କ ଚୋରି ସାମଗ୍ରୀ ( Thief Returns stolen Ornaments)। ଖାଲି ଏତିକି ନୁହେଁ, ଠାକୁରଙ୍କ ଚୋରି ସାମଗ୍ରୀ ଫେରାଇବା ସହ ଚୋର ଜୋରିମାନା, ଦକ୍ଷିଣା ସହ ଏକ ଚିଠି ଲେଖି କ୍ଷମା ପ୍ରାର୍ଥନା ମଧ୍ୟ କରିଛି। ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି ରାଜଧାନୀ ଉପକଣ୍ଠ ଗୋପୀନାଥପୁର ଗାଁରେ। ଚୋର ଚୋରି ସାମଗ୍ରୀ ଫେରାଇବା ପରେ ମନ୍ଦିର ଫାଟକରେ ଠାକୁରଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖି ଛାଡି ଯାଇଛି । ଯେଉଁଥିରେ ଚୋର ଉଲ୍ଲେଖ କରିଛି ଯେ, ଚୋରି କରିବା ପରେ ସେ କିଭଳି ଅସୁବିଧାର ସମ୍ମୁଖୀନ ହୋଇଥିଲା। ବାରମ୍ବାର ଠାକୁରଙ୍କ ସ୍ବପ୍ନ ଆସୁଥିବା ସେ ଚିଠିରେ (Latter) ଉଲ୍ଲେଖ କରିଛି । ତେବେ ଏହି ଚିଠିରେ ଚୋର ତା ପରିଚୟ ଲେଖି ନଥିବା ଜଣାପଡ଼ିଛି । ଅନୁତାପ କରିବା ପରେ ମଙ୍ଗଳବାର ରାତିରେ ଏକ ପଲିଥିନରେ ଚୋରି ଠାକୁରଙ୍କ ଅଳଙ୍କାର ( stolen Ornaments) ଫେରାଇବା ସହ ୧୦୧ ଟଙ୍କା ଜୋରିମାନା ଓ ୨୦୧ ଟଙ୍କା ଦକ୍ଷିଣା ଦେଇଥିବା ଜଣାପଡ଼ିଛି ।
ଏହା ବି ପଢନ୍ତୁ-Odisha Matric Result 2023: ଏହି ଦିନ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ
ଏହା ବି ପଢନ୍ତୁ-Weird Marriage: ଅଦ୍ଭୁତ ବିବାହ: ଗୋଟିଏ ମଣ୍ଡପରେ ଦୁଇ ଭଉଣୀଙ୍କୁ ବିବାହ କଲେ ଯୁବକ, କାରଣ ଜାଣିଲେ ଆପଣ ବି....
ସୂଚନା ଥାଉ କି, ୨୦୧୪ ମସିହାରେ ଗୋପୀନାଥ ମନ୍ଦିରରୁ (Gopinathpur Temple) ଏକ ବଡ଼ ଧରଣର ଚୋରି ହୋଇଥିଲା । ଏହି ସମୟରେ ଠାକୁରଙ୍କ ରୁପା (Silver) ବଂଶୀ, ଛତା, ମୁକୁଟ, ରୁପା ଆଖି, ଥାଳି, ଘଣ୍ଟକୁ ଚୋରି କରି ଛୁ ମାରିଥିଲା ଚୋର। ଏନେଇ ଗ୍ରାମବାସୀ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ । ଏମିତିକି ଠାକୁରଙ୍କ ଜିନିଷ ଫେରାଇ ଆଣିବା ନେଇ ଗ୍ରାମବାସୀ ଗୁଣିଗାରେଡି଼ ପ୍ରଥା ଆପଣାଇ ଥିବା ସୂଚନା ରହିଛି। ବହୁ ଚେଷ୍ଟା ପରେ ବି ଚୋରୀ ସାମଗ୍ରୀ ନେଇ କୌଣସି ପତ୍ତା ମିଳିପାରିନଥିଲା। ପରେ ଗାଁ ଲୋକେ ଠାକୁରଙ୍କ ଚୋରି ସାମଗ୍ରୀ ଫେରି ପାଇବା ନେଇ ଆଶା ଛାଡି ଦେଇଥିଲେ । କିନ୍ତୁ ଦୀର୍ଘ ୯ ବର୍ଷ ପରେ ଠାକୁରଙ୍କ ଚୋରୀ ସାମଗ୍ରୀ ଚୋର ଫେରସ୍ତ କରିବା ପରେ ଗାଁରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି ।
ଏହା ବି ପଢନ୍ତୁ-Morning Tips: ସକାଳୁ କରନ୍ତୁ କିଛି ଏମିତି କାମ, ଯାହା ଦ୍ୱାରା ସୂର୍ଯ୍ୟଙ୍କ ଭଳି ଚମକିବ ଆପଣଙ୍କ ଭାଗ୍ୟ
ଏହା ବି ପଢନ୍ତୁ-IMD Monsoon Update: ମୌସୁମୀକୁ ନେଇ ପାଣିପାଗ ବିଭାଗ ଦେଲା ଏକ ବଡ ଅପଡେଟ୍, ଜାଣନ୍ତୁ କେବେ କେରଳ ଛୁଇଁବ?
ଏହା ବି ପଢନ୍ତୁ-Bolangir Royal Family Dispute: ରାଜ ପରିବାରରେ ବି ଯୌତୁକ କଳି! ଅର୍କେଶଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ପତ୍ନୀ ଅଦ୍ରିଜା ସିଂ
ଏହା ବି ପଢନ୍ତୁ-DA Hike: ମହଙ୍ଗା ଭତ୍ତା ବଢାଇଲେ ରାଜ୍ୟ ସରକାର, ମଣ୍ଡି କର୍ମଚାରୀଙ୍କ ଦରମାରେ ଆଣିଲେ ପରିବର୍ତ୍ତନ