DA Hike: ମହଙ୍ଗା ଭତ୍ତା ବଢାଇଲେ ରାଜ୍ୟ ସରକାର, ମଣ୍ଡି କର୍ମଚାରୀଙ୍କ ଦରମାରେ ଆଣିଲେ ପରିବର୍ତ୍ତନ
Advertisement

DA Hike: ମହଙ୍ଗା ଭତ୍ତା ବଢାଇଲେ ରାଜ୍ୟ ସରକାର, ମଣ୍ଡି କର୍ମଚାରୀଙ୍କ ଦରମାରେ ଆଣିଲେ ପରିବର୍ତ୍ତନ

  ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ଖୁସି ଖବର। ଉତ୍ତରପ୍ରଦେଶର ପ୍ରାୟ ୧୬ ଲକ୍ଷ ରାଜ୍ୟ ସରକାରୀ କର୍ମଚାରୀ ଓ ୧୨ ଲକ୍ଷ ପେନସନ ଅଧିକାରୀ ପାଇଁ ଖୁସିଖବର। ଜାନୁଆରୀ ୨୦୨୩ରୁ ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅନୁମୋଦନ କରିଛନ୍ତି। କର୍ମଚାରୀମାନେ ମେ ମାସ ପାଇଁ ବର୍ଦ୍ଧିତ ଦରମା ପାଇବେ। ପେନସନଭୋଗୀମାନେ ମଧ୍ୟ ମହଙ୍ଗା

DA Hike: ମହଙ୍ଗା ଭତ୍ତା ବଢାଇଲେ ରାଜ୍ୟ ସରକାର, ମଣ୍ଡି କର୍ମଚାରୀଙ୍କ ଦରମାରେ ଆଣିଲେ ପରିବର୍ତ୍ତନ

DA Hike:  ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ଖୁସି ଖବର। ଉତ୍ତରପ୍ରଦେଶର ପ୍ରାୟ ୧୬ ଲକ୍ଷ ରାଜ୍ୟ ସରକାରୀ କର୍ମଚାରୀ ଓ ୧୨ ଲକ୍ଷ ପେନସନ ଅଧିକାରୀ ପାଇଁ ଖୁସିଖବର। ଜାନୁଆରୀ ୨୦୨୩ରୁ ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅନୁମୋଦନ କରିଛନ୍ତି। କର୍ମଚାରୀମାନେ ମେ ମାସ ପାଇଁ ବର୍ଦ୍ଧିତ ଦରମା ପାଇବେ। ପେନସନଭୋଗୀମାନେ ମଧ୍ୟ ମହଙ୍ଗା ରିଲିଫ୍ ବୃଦ୍ଧିର ଲାଭ ପାଇବେ। ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଡିଏ ଏବଂ ଡିଆର ହାଇ ଫାଇଲକୁ ଅନୁମୋଦନ କରିଛି। ଚାରି ପ୍ରତିଶତ ବୃଦ୍ଧି ସହିତ DA ଏବଂ DR ୪୨ ପ୍ରତିଶତକୁ ବୃଦ୍ଧି ପାଇବ। ମେ ମାସର ବେତନରୁ ବୃଦ୍ଧିର ଲାଭ ନଗଦ ଆକାରରେ ଦିଆଯିବ। ପୂର୍ବ ଚାରି ମାସର ବକେୟା ପ୍ରୋଭିଡେଣ୍ଟ ଫଣ୍ଡ ଏବଂ କର୍ମଚାରୀଙ୍କ ଜାତୀୟ ସଞ୍ଚୟ ପ୍ରମାଣପତ୍ରରେ ଜମା ହେବ। ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅର୍ଥ ବିଭାଗ ପକ୍ଷରୁ କୌଣସି ଆଦେଶ ଦିଆଯାଇ ନାହିଁ।

ରାଜ୍ୟ କର୍ମଚାରୀଙ୍କ ବର୍ଦ୍ଧିତ ମହଙ୍ଗା ଭତ୍ତା ସହିତ ରାଜ୍ୟ ସରକାର ପେନସନଭୋଗୀଙ୍କର ମଧ୍ୟ ମହଙ୍ଗା ଭତ୍ତା ବୃଦ୍ଧି ପାଇଛି। ପେନସନଧାରୀଙ୍କର ମଧ୍ୟ ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ପାଇଛି। ଫଳରେ ରାଜ୍ୟରେ ଥିବା ପ୍ରାୟ ୧୧ ରୁ ୧୨ ଲକ୍ଷ ପେନସନଧାରୀ ଲାଭାନ୍ୱିତ ହେବେ। ତେବେ ଏହି ମହଙ୍ଗା ଭତ୍ତା ବଢିବା କାରଣରୁ ରାଜ୍ୟ ସରକାରଙ୍କ ଉପରେ ପ୍ରାୟ ୨୯୬ କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ବୋଝ ବଢିବ। 

ସୂଚନାଯୋଗ୍ୟ ୨୦୨୩ ମସିହାରେ ରାଜ୍ୟ କର୍ମଚାରୀ ବର୍ଦ୍ଧିତ ମହଙ୍ଗା ଭତ୍ତା ବୃଦ୍ଧି ପାଇବେ। ପିଛିଲା ଭାବେ ଏହି ମହଙ୍ଗା ଭତ୍ତା ଲାଗୁ ହେବ। ଜୁଲାଇରେ ଲାଗୁ ହେବାକୁ ଥିବା ଏହି ମହଙ୍ଗା ଭତ୍ତା ସମ୍ପର୍କରେ କେନ୍ଦ୍ର ସରକାର ଘୋଷଣା କରିଥିଲେ। ଏହା ପରେ ରାଜ୍ୟ ସରକାର ମଧ୍ୟ ମହଙ୍ଗା ଭତ୍ତା ବଢାଇବାକୁ ନିଷ୍ପତ୍ତି ନେଇଥିଲେ। ତେବେ ରାଜ୍ୟ ସରକାର ଗତବର୍ଷ ନଭେମ୍ବର ମାସରୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। 

ସେହିପରି ରାଜ୍ୟ ସରକାର ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମଣ୍ଡି ପରିଷଦ ଓ ମଣ୍ଡି ସମିତିର କର୍ମଚାରୀଙ୍କୁ ବେଶ ଆଶ୍ୱସ୍ତିକର ଖବର ଦେଇଛନ୍ତି। ଏହି କର୍ମଚାରୀଙ୍କ ବେତନ ଧାରାରେ ପରିବର୍ତ୍ତନ କରିଛନ୍ତି। ବେତନ ସମିତି ୨୦୦୮ ଆଇନ ଅନୁଯାୟୀ ଏହି କର୍ମଚାରୀଙ୍କ ଦରମାରେ ପରିବର୍ତ୍ତନ କରାଯିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ପରିବର୍ତ୍ତିତ ଦରମା ୨୦୦୬ ମସିହାରୁ ପିଛିଲା ଭାବେ ଲାଗୁ କରାଯିବା ନେଇ ସରକାରଙ୍କ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରାଯାଇଛି। ଏହି ନିର୍ଦ୍ଦେଶକୁ ରାଜ୍ୟର କୃଷି ବିଭାଗର ସଚିବ ଡ. ଦେବେଶ ଚତୁର୍ବେଦୀ ଜାରି କରିଛନ୍ତି। 

ଏହି ନିର୍ଦ୍ଦେଶାନାମାରେ କୁହାଯାଇଛି କି ହାଇକୋର୍ଟଙ୍କ ଆଦେଶକୁ ପାଳନ କରିବା ଅନୁଯାୟୀ ମଣ୍ଡି ପରିଷଦ ଓ ମଣ୍ଡି ସମିତିରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ବେତନ ସମିତି ୨୦୦୮ର ପୁନର୍ବିଚାର ଅନୁଯାୟୀ ପରିବର୍ତ୍ତିତ ବେତନ ପ୍ରଦାନ କରାଯିବା ନେଇ ନିୟମ ଲାଗୁ ହୋଇଛି। ଏହା ସହିତ ଏହି ପରିବର୍ତ୍ତିତ ଦରମା ପିଛିଲା ଭାବେ ୨୦୦୬ ମସିହାରୁ ଲାଗୁ କରାଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

Also Read: Weather Update: ଆଜିଠୁ ଆହୁରି ବଢିବ ତାତି! ସତର୍କ କରାଇଲା ପାଣିପାଗ ବିଭାଗ,୫ ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି...

Also Read: Karnataka Politics : ସଫଳତା ପରେ ବି ଛିଣ୍ଡୁନି ଅଙ୍କ, ମୁଖ୍ୟମନ୍ତ୍ରୀ ଆସନ ପାଇଁ କାହାର ପଲ୍ଲା ରହିବ ଭାରି; କାହା ମୁଣ୍ଡରେ ସୁନା କଳସ ଢାଳିବ କଂଗ୍ରେସ

Also Read: Bolangir Royal Family Dispute: ରାଜ ପରିବାରରେ ବି ଯୌତୁକ କଳି! ଅର୍କେଶଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ପତ୍ନୀ ଅଦ୍ରିଜା ସିଂ